Gold Jewellery Fraud Cases Reach 17: ସୁନା ଦୋକାନ ଓ ପେଟ୍ରୋଲ ପମ୍ପ୍ ରେ ଓଜନ ଠକେଇ, ଆସିଲା ସାଂଘାତିକ ତଥ୍ୟ

Sep 23, 2026 - 17:01
Gold Jewellery Fraud Cases Reach 17: ସୁନା ଦୋକାନ ଓ ପେଟ୍ରୋଲ ପମ୍ପ୍ ରେ ଓଜନ ଠକେଇ, ଆସିଲା ସାଂଘାତିକ ତଥ୍ୟ

ସୁନା କିଣିବା ବେଳେ, ପେଟ୍ରୋଲ ପକାଇବା ବେଳେ ରୁହନ୍ତୁ ସାବଧାନ। କାରଣ ଓଜନ ମାପର ଠକୁଛନ୍ତି ଦୋକାନୀ । ଏଭଳି ତଥ୍ୟ ଆସିଛି ବିଧାନସଭାରୁ । ମାପ ଓଜନରେ ୩ ବର୍ଷରେ ସାମ୍ନାକୁ ଆସିଲାଣି ୨୩୦ଟି ଠକେଇ ମାମଲା । ସୁନା ଗହଣା ଠକେଇରେ ମୋଟ ୧୭ଟି ମାମଲା ରୁଜୁ ହୋଇଥିବାବେଳେ ପେଟ୍ରୋଲ ପମ୍ପ୍ ରେ ୧୦୯ଟି ଠକେଇ ମାମଲା ସାମ୍ନାକୁ ଆସିଛି । 

ମାପ ଓଜନ ଠକେଇ ମାମଲାରେ ମୋଟ ୩୨ ଲକ୍ଷ ୧୦ ହଜାର ଫାଇନ୍  ଆଦାୟ ହୋଇଛି । ସୁନା ଠକେଇ ମାମଲାରେ ୨ ଲକ୍ଷ ୮୩ ହଜାର ଫାଇନ୍ ଆଦାୟ ହୋଇଛି । ସେହିଭଳି ପେଟ୍ରୋଲ ପମ୍ପ୍ ଠକେଇରେ ୧୪ ଲକ୍ଷ ୩୬ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବିଧାନସଭା ତଥ୍ୟରୁ ଜଣାପଡ଼ିଛି । 

ସାବଧାନ ଓଜନ ମାପର ଠକୁଛନ୍ତି ଦୋକାନୀ, ଆସିଲା ବିଧାନସଭା ତଥ୍ୟ
ମାପ ଓଜନରେ ୩ ବର୍ଷରେ ସାମ୍ନାକୁ ଆସିଲାଣି ୨୩୦ଟି ଠକେଇ ମାମଲା
ସୁନା ଗହଣା ଠକେଇରେ ମୋଟ ୧୭ଟି ମାମଲା ରୁଜୁ ହୋଇଛି
ପେଟ୍ରୋଲ ପମ୍ପ୍ ରେ ୧୦୯ଟି ଠକେଇ ମାମଲା ସାମ୍ନାକୁ ଆସିଛି
ମାପ ଓଜନ ଠକେଇ ମାମଲାରେ ମୋଟ ୩୨ ଲକ୍ଷ ୧୦ ହଜାର ଫାଇନ୍  ଆଦାୟ
ସୁନା ଠକେଇ ମାମଲାରେ ୨ ଲକ୍ଷ ୮୩ ହଜାର ଫାଇନ୍  ଆଦାୟ ହୋଇଛି
ପେଟ୍ରୋଲ ପମ୍ପ୍  ଠକେଇ ୧୪ ଲକ୍ଷ ୩୬ ହଜାର ଟଙ୍କା ଜରିମାନା ଆଦାୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।