Gold Price Decline: ଲଗାତାର ଖସୁଛି ସୁନା ଦର, ୧୦ ଦିନରେ କମିଲା ଏତିକି ଟଙ୍କା
ସୁନା ବଜାରରେ ହଠାତ୍ ବଡ଼ ହଲଚଲ।
ଲଗାତାର ଖସୁଛି ସୁନା ଦର।
ମାତ୍ର ୧୦ଟି କାରବାର ଦିନରେ ୧୦ ଗ୍ରାମ ପିଛା ପ୍ରାୟ ୯,୭୦୦ ଟଙ୍କା ଶସ୍ତା ହୋଇଛି ସୁନା।
ଫଳରେ MCXରେ ସୁନା ଦର ୧ ଲକ୍ଷ ୪୨ ହଜାର ଟଙ୍କା ତଳକୁ ଖସିଛି।
Advertisment ଶୁକ୍ରବାର କାରବାର ସମୟରେ ସୁନା ଦର ୧,୫୦୩ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୧,୪୧,୮୦୬ ଟଙ୍କାରେ ପହଞ୍ଚିଥିଲା।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି, ମୁଦ୍ରାସ୍ଫୀତି ଆଶଙ୍କା ଏବଂ ଆମେରିକାରେ ସୁଧହାର ଅଧିକ ଦିନ ଉଚ୍ଚ ସ୍ତରରେ ରହିବାର ସମ୍ଭାବନା ସୁନା ଦର ଉପରେ ଚାପ ପକାଇଛି।
ବଜାର ବିଶେଷଜ୍ଞଙ୍କ ଅନୁସାରେ, ସୁନା ଦର ଆହୁରି ଖସିଲେ ୧ ଲକ୍ଷ ୪୦ ହଜାରରୁ ୧ ଲକ୍ଷ ୪୧ ହଜାର ଟଙ୍କା ମଧ୍ୟରେ ରହିପାରେ।
ତେବେ ଦର ପୁଣି ବଢ଼ିବ କି ନାହିଁ, ତାହା ବଜାରର ପରବର୍ତ୍ତୀ ଗତିବିଧି ଉପରେ ନିର୍ଭର କରିବ।
ସୁନା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କ ନଜର ଏବେ ଦରର ପରବର୍ତ୍ତୀ ଗତି ଉପରେ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।