Gold Price Rise Ahead of Dhanteras: ଧନତେରାସ ପୂର୍ବରୁ ମହଙ୍ଗା ହେଲା ସୁନା, ରୁପା ଦର ସ୍ଥିର; କିଣିବା ପୂର୍ବରୁ ଜାଣନ୍ତୁ ମୂଲ୍ୟ
ଆଉ ମାତ୍ର ତିନି ଦିନ ପରେ ଧନତେରାସ।
ଏହି ଦିନ ସୁନା କିଣିବାକୁ ଶୁଭ ମନେ କରନ୍ତି ଭାରତୀୟ।
ଧନତେରାସରେ ସୁନା କିଣିଲେ ଘରକୁ ମା' ଲକ୍ଷ୍ମୀଙ୍କ ଆଗମନ ହେବା ସହ ସୁଖ ଓ ସମୃଦ୍ଧି ବଢ଼ିଥାଏ ବୋଲି ଅନେକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି।
ଏହି ବିଶ୍ୱାସକୁ ନେଇ ପ୍ରତିବର୍ଷ ଧନତେରାସରେ ଲୋକେ ସୁନା ଓ ରୂପା କିଣିବାକୁ ପସନ୍ଦ କରିଥାନ୍ତି।
Advertisment ଧନତେରାସରେ ସୁନା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଏହା ଚିନ୍ତା ବଢ଼ାଇଛି।
ଚଳିତ ବର୍ଷ ନଭେମ୍ବର ୬ ତାରିଖ ଅର୍ଥାତ୍ ଶୁକ୍ରବାର ଧନତେରାସ ପାଳନ କରାଯିବ।
ତେବେ ଏହା ପୂର୍ବରୁ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଛି।
ଭୁବନେଶ୍ୱରରେ ମଧ୍ୟ ସୁନା ଦର ବୃଦ୍ଧି ପାଇଛି।
୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୩୯ ହଜାର ୬୪୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୨୮ ହଜାର ଟଙ୍କା ରହିଛି।
ଏହା ପୂର୍ବଦିନ ତୁଳନାରେ ଯଥାକ୍ରମେ ୨୭୦ ଓ ୨୫୦ ଟଙ୍କା ଅଧିକ।
ସେହିପରି ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ୍ ପିଛା ୨୦୦ ଟଙ୍କା ବଢି ୧ ଲକ୍ଷ ୪ ହଜାର ୭୩୦ ଟଙ୍କାରେ ପହଞ୍ଚିଛି।
Advertisment ଗତ ଏକ ମାସ ମଧ୍ୟରେ ସୁନା ଦର ୭ ପ୍ରତିଶତରୁ ଅଧିକ ହ୍ରାସ ପାଇଥିବାରୁ ଧନତେରାସ ପୂର୍ବରୁ ଗହଣା ଦୋକାନରେ ଗ୍ରାହକଙ୍କ ଆଗ୍ରହ ବଢ଼ୁଛି।
ଆଗାମୀ ଧନତେରାସରେ ଗହଣା ବିକ୍ରି ୧୦ରୁ ୧୨ ପ୍ରତିଶତ ବଢ଼ିପାରେ ବୋଲି ଜୁଏଲର୍ସମାନେ ଆଶା ରଖିଛନ୍ତି।
ଅନ୍ୟପଟେ, ରୁପା ଦର ଗତ ୩ ଦିନ ଧରି ରୁପା ଦର ଅପରିବର୍ତ୍ତିତ ରହିଛି।
ଭୁବେଶ୍ୱରରେ ରୁପା କେଜି ପିଛା ୨ ଲକ୍ଷ ଟଙ୍କା ରହିଛି।
ଆଜି ଦେଶର ପ୍ରମୁଖ ସହରରେ ଥିବା ସୁନା ଦର (୧୦ ଗ୍ରାମ୍ ପିଛା) ବିଷୟରେ ଜାଣନ୍ତୁ: • ହାଇଦ୍ରାବାଦ – ୧,୩୯,୬୪୦ ଟଙ୍କା (୨୪ କ୍ୟାରେଟ୍), ୧,୨୮,୦୦୦ (୨୨ କ୍ୟାରେଟ୍), ୧,୦୪,୭୩୦ (୧୮ କ୍ୟାରେଟ୍) • ମୁମ୍ବାଇ – ୧,୩୯,୬୪୦ ଟଙ୍କା (୨୪ କ୍ୟାରେଟ୍), ୧,୨୮,୦୦୦ (୨୨ କ୍ୟାରେଟ୍), ୧,୦୪,୭୩୦ (୧୮ କ୍ୟାରେଟ୍) • ଦିଲ୍ଲୀ – ୧,୩୯,୭୯୦ ଟଙ୍କା (୨୪ କ୍ୟାରେଟ୍), ୧,୨୮,୧୫୦ (୨୨ କ୍ୟାରେଟ୍), ୧,୦୪,୮୮୦ (୧୮ କ୍ୟାରେଟ୍) • କୋଲକାତା – ୧,୩୯,୬୪୦ ଟଙ୍କା (୨୪ କ୍ୟାରେଟ୍), ୧,୨୮,୦୦୦ (୨୨ କ୍ୟାରେଟ୍), ୧,୦୪,୭୩୦ (୧୮ କ୍ୟାରେଟ୍) • ଚେନ୍ନାଇ – ୧,୩୯,୬୪୦ ଟଙ୍କା (୨୪ କ୍ୟାରେଟ୍), ୧,୨୮,୦୦୦ (୨୨ କ୍ୟାରେଟ୍), ୧,୦୪,୭୫୦ (୧୮ କ୍ୟାରେଟ୍)
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।