Golden Friday: ସୁନେଲି ଶୁକ୍ରବାର, ଭାରତ ଜିତିଲା ୬ ସ୍ବର୍ଣ୍ଣ; ମୁଷ୍ଟିଯୁଦ୍ଧରୁ ଆସିଲା ୩ ସ୍ବର୍ଣ୍ଣ

Oct 03, 2026 - 10:23
Golden Friday: ସୁନେଲି ଶୁକ୍ରବାର, ଭାରତ ଜିତିଲା ୬ ସ୍ବର୍ଣ୍ଣ; ମୁଷ୍ଟିଯୁଦ୍ଧରୁ ଆସିଲା ୩ ସ୍ବର୍ଣ୍ଣ

"ନାଗୋୟା: ଚଳିତ ଏସୀୟ କ୍ରୀଡ଼ାରେ ଭାରତ ଶୁକ୍ରବାର ୧୦ଟି ପଦକ ଜିତିଛି।

ତେବେ ସବୁଠାରୁ ଉଲ୍ଲେଖନୀୟ ହେଉଛି ଭାରତୀୟ ଦଳ ଆଜି ଏକାଥରକେ ୬ଟି ସ୍ବର୍ଣ୍ଣ କରାୟତ୍ତ କରିବା।

କେବଳ ୬ ସ୍ବର୍ଣ୍ଣ ନୁହେଁ, ଦୁଇଟି ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ଜିତି ଭାରତ ମଧ୍ୟ ଚଳିତ ସଂସ୍କରଣରେ ତା"ର ସଫଳତମ ଦିନ ପାଇଛି।

ସ୍ବର୍ଣ୍ଣିମ ଶୁକ୍ରବାରର ଏହି ସୁନେଲି ସଫଳତା ପରେ ଭାରତର ମୋଟ ପଦକ ସଂଖ୍ୟା ୭୬କୁ ବଢ଼ିଛି।

ଭାରତୀୟ ଦଳ ମଧ୍ୟ ପଦକ ତାଲିକାର ପଞ୍ଚମ ସ୍ଥାନକୁ ଲମ୍ଫ ମାରିଛି।

ବକ୍ସିଂରୁ ଗୋଟିଏ ଦିନରେ ତିନିଟି ସ୍ବର୍ଣ୍ଣ ମିଳିଥିଲା ବେଳେ କୁସ୍ତିରୁ ପ୍ରଥମ ସ୍ବର୍ଣ୍ଣ ଅର୍ଜନ କରିଛି ଭାରତ।Advertisment Smart Bazaar: ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍‌ ତୀରନ୍ଦାଜିରେ ଭାରତୀୟ ମହିଳା ରିକର୍ଭ ଦଳ ମଧ୍ୟ ସ୍ବର୍ଣ୍ଣ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛି।

ଶୁକ୍ରବାର ପଦକ ବିଜୟୀ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି, ଲଭ୍‌ଲୀନା ବର୍‌ଗୋହାଇଁ (ବକ୍ସିଂ), ପ୍ରବୀଣ ହୁଡା (ବକ୍ସିଂ), ଅଙ୍କୁଶ ପଙ୍ଘାଲ (ବକ୍ସିଂ), ମହିଳା ରିକର୍ଭ ଦଳ (ତୀରଜାନ୍ଦି), ସୁଜିତ କାଲକାଲ (କୁସ୍ତି) ଓ ମହିଳା ହକି ଦଳ।

ରୌପ୍ୟ ପଦକ ବିଜେତାଙ୍କ ମଧ୍ୟରେ ରହିଛନ୍ତି ରିକର୍ଭ ମିଶ୍ରିତ ଦଳ (ତୀରଜାନ୍ଦି), ପୁରୁଷ ରିକର୍ଭ ଦଳ (ତୀରନ୍ଦାଜି)।

ସେହିଭଳି ସେଲିଂର ମହିଳା ଡିଙ୍ଗିରେ ନେତ୍ରା କୁମାନନ ଓ ଭାରତୀୟ ପୁରୁଷ ସିପକଟାକ୍ର ଦଳ ବି କାଂସ୍ୟ ପଦକ ପାଇଛନ୍ତି।

ମୁଷ୍ଟିଯୁଦ୍ଧରୁ ଆସିଲା ୩ ସ୍ବର୍ଣ୍ଣ, ବର୍ଥ ଡେ ଗର୍ଲ ଲଭ୍‌ଲୀନାଙ୍କ ସହ ପ୍ରବୀଣ, ଅଙ୍କୁଶ ଦେଲେ ଐତିହାସିକ ସଫଳତା ଆଇଚି: ଏସୀୟ କ୍ରୀଡ଼ା ମୁଷ୍ଟିଯୁଦ୍ଧରେ ଭାରତର ୧୨ ବର୍ଷର ସ୍ବର୍ଣ୍ଣ ପ୍ରତୀକ୍ଷାର ଅନ୍ତ ଘଟିଛି।

ଏକାଥରେ ଏହି ଇଭେଣ୍ଟ୍‌ରୁ ଭାରତକୁ ଶୁକ୍ରବାର ମିଳିଛି ୩ଟି ସ୍ବର୍ଣ୍ଣ ପଦକ।

ଟୋକିଓ ଅଲିମ୍ପିକ୍ସ ପଦକ ବିଜୟିନୀ ଲଭ୍‌ଲୀନା ବରଗୋହାଇଁ ସକାଳେ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲା ବେଳେ ସନ୍ଧ୍ୟାରେ ଏଥିରେ ପ୍ରବୀଣ ହୁଡା ଓ ଅଙ୍କୁଶ ପଙ୍ଘଲ ଆଉ ଦୁଇଟି ଯୋଡ଼ିଥିଲେ।

ମହିଳା ୭୫ କିଲୋଗ୍ରାମ୍‌ ଫାଇନାଲ୍‌ରେ ଗତ ସଂସ୍କରଣ ରୌପ୍ୟ ବିଜୟିନୀ ଲଭ୍‌ଲୀନା ୫-୦ରେ ଚୀନ୍‌ର ଲି କ୍ବିଆନ୍‌ଙ୍କୁ ହରାଇ ବ୍ୟକ୍ତିଗତ ଭାବେ ଏସୀୟ କ୍ରୀଡ଼ା ପଦକର ରଙ୍ଗ ବଦଳାଇବାକୁ ସକ୍ଷମ ହେବା ସହ ନିଜ ଜନ୍ମଦିନ (ଅକ୍ଟୋବର ୨)କୁ ସ୍ମରଣୀୟ କରିଛନ୍ତି।

ଏଥିସହ ୨୯ ବର୍ଷରେ ପାଦ ଦେଇଥିବା ଲଭ୍‌ଲୀନା ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିବାରେ କିଂବଦନ୍ତି ଏମ୍‌ସି ମେରିକମ୍‌ଙ୍କ ପରେ ଦ୍ବିତୀୟ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ହୋଇଛନ୍ତି।

ମେରିକମ୍‌ ୨୦୧୪ ଇଞ୍ଚନ୍‌ରେ ଫ୍ଲାଏୱେଟ୍‌ (୫୧ କିଲୋଗ୍ରାମ)‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

ତୃତୀୟ ଭାରତୀୟ ମହିଳା ଭାବେ ପ୍ରବୀଣ ଏଥିରେ ଯୋଡ଼ି ହୋଇଛନ୍ତି।

ମହିଳା ୬୦ କିଲୋଗ୍ରାମ୍‌ରେ ପ୍ରବୀଣ ୩-୨ରେ ଚାଇନିଜ୍‌ ତାଇପେର ନିଏନ-ଚିନ୍‌ ଚେନ୍‌ଙ୍କୁ ହରାଇ ସ୍ବର୍ଣ୍ଣ ପଦକ ପକ୍କା କରିଥିଲେ।

କଡ଼ା ସଂଘର୍ଷପୂର୍ଣ୍ଣ ଏହି ବାଉଟ୍‌ରେ ପ୍ରବୀଣ ପ୍ରଥମ ରାଉଣ୍ଡରେ ୦-୫ରେ ପଛରେ ରହିଥିଲେ।

ହେଲେ ଦ୍ବିତୀୟ ରାଉଣ୍ଡରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ।

ଏହାକୁ ୫-୦ରେ ଜିତି ସ୍ଥିତି ୧-୧ କରିଥିଲେ।

ଶେଷ ରାଉଣ୍ଡରେ ୫ ଜଣ ଜଜ୍‌ଙ୍କ ମଧ୍ୟରୁ ୩ ଜଣ ପ୍ରବୀଣଙ୍କୁ ୨ ଜଣ ଚେନ୍‌ଙ୍କ ସପକ୍ଷରେ ମତ ଦେଇଥିଲେ।

ଫଳରେ ପ୍ରବୀଣ ୩-୨ରେ ବାଉଟ୍‌ ଜିତି ଇତିହାସ ରଚିଥିଲେ।

ପୁରୁଷ ୮୦ କିଲୋଗ୍ରାମ୍‌ରେ ଅଙ୍କୁଶ ୪-୦ରେ ଦକ୍ଷିଣ କୋରିଆର ମିନ୍‌ସିଓଙ୍ଗ କିମ୍‌ଙ୍କୁ ପରାସ୍ତ କରିଥିଲେ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ୨୧ ବର୍ଷୀୟ ଅଙ୍କୁଶ ପୂରା ମ୍ୟାଚ୍‌ରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ।

ପ୍ରଥମ ଓ ତୃତୀୟ ରାଉଣ୍ଡରେ କେବଳ ଜଣେ ଜଜ୍‌ ଅଙ୍କୁଶଙ୍କ ବିପକ୍ଷରେ ମତ ଦେଇଥିଲେ।

Health budget: ଯେଉଁଠି ହସ୍ପିଟାଲ ନାହିଁ, ସେଠାରେ ରକ୍ଷଣାବେକ୍ଷଣ ପାଇଁ ଦିଆଗଲା ୧୪.୬୨ ଲକ୍ଷ ଟଙ୍କା କୁସ୍ତିରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ୨୦୨୬ ଏସୀୟ କ୍ରୀଡ଼ାରେ କୁସ୍ତିରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ସୁଜିତ କାଲକାଲ।

ଜାପାନର ଆଇଚି-ନାଗୋୟାରେ ପୁରୁଷ ଫ୍ରିଷ୍ଟାଇଲ୍ ୬୫ କିଲୋଗ୍ରାମ ବର୍ଗରେ ସେ ସ୍ୱର୍ଣ୍ଣ ଜିତିଛନ୍ତି।

ନାଗୋୟା ସିଟି ଇନାଏ ସ୍ପୋର୍ଟସ ସେଣ୍ଟରରେ ଅନୁଷ୍ଠିତ ଫାଇନାଲରେ କାଲକାଲ ତାଜିକିସ୍ତାନର ଅବ୍ଦୁଲମାଜିଦ କୁଦିଏଭଙ୍କୁ ପରାସ୍ତ କରିଛନ୍ତି।

ଫାଇନାଲରେ ଚାପକୁ ନିୟନ୍ତ୍ରଣରେ ରଖି କାଲକାଲ ଦୃଢ଼ ପ୍ରଦର୍ଶନ କରିଥିଲେ।

ମ୍ୟାଚ୍‌ରେ ଗୋଟିଏ ସମୟରେ ସେ ୨-୯ରେ ପଛୁଆ ରହିଥିଲେ, ଲାଗୁଥିଲା ଯେ ସ୍ବର୍ଣ୍ଣ ହାତରୁ ଚାଲିଯିବ।

କିନ୍ତୁ ସେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଲଗାତାର ୮ ପଏଣ୍ଟ ପାଇ ବିଜୟୀ ହୋଇଥିଲେ।

ଭାରତ ପାଇଁ କୁସ୍ତିରୁ ଚଳିତ ଏସୀୟ କ୍ରୀଡ଼ାର ପ୍ରଥମ ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିଥିଲେ।

ସେଲିଂରୁ ନେତ୍ରା ଦେଲେ ଆଉ ଏକ କାଂସ୍ୟ ଆଇଚି: ଭାରତର ନେତ୍ରା କୁମାନନ୍‌ ଶୁକ୍ରବାର ଚଳିତ ଏସୀୟ କ୍ରୀଡ଼ା ସେଲିଂ ମହିଳା ଡିନ୍‌ଘିରେ କାଂସ୍ୟ ପଦକ ଜିତିଛନ୍ତି।

ଚତୁର୍ଥ ଥର ଏହି ମହାଦେଶୀୟ ପ୍ରତିଯୋଗିତାରେ ଭାଗନେଇଥିବା ନେତ୍ରା ପ୍ରଥମ ଥର ପୋଡିୟମ୍‌ ଫିନିସ୍‌ କରିଛନ୍ତି।

୨ ଥର ଅଲିମ୍ପିଆନ୍‌ ଏହି ୨୯ ବର୍ଷୀୟା ଚେନ୍ନାଇ ଯୁବତୀ ମୋଟ ଉପରେ ୧୪ ପଏଣ୍ଟ୍‌ (୭ ଫାଇନାଲ୍‌ ଓ ୭ ଯୋଗ୍ୟତା ରେସ୍‌) ପାଇ ତୃତୀୟ ସ୍ଥାନରେ ରହିଥିଲେ।

ତାଙ୍କ ଆଗରେ ଥାଇଲାଣ୍ଡର ସୋଫିଆ ମୋଣ୍ଟଗୋମେରି (୫ ପଏଣ୍ଟ୍‌) ଏବଂ ସିଙ୍ଗାପୁରର ଜାନିଆ ଆଙ୍ଗ୍‌ (୧୩ ପଏଣ୍ଟ୍‌) ରହି ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ କରାୟତ୍ତ କରିଥିଲେ।

ତେବେ ପୁରୁଷ ବର୍ଗରେ ଅଲିମ୍ପିଆନ୍‌ ତଥା ଗତ ସଂସ୍କରଣ କାଂସ୍ୟ ବିଜେତା ବିଷ୍ଣୁ ସର୍ବାନନ୍‌ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି।

ଗୁରୁବାର ସେଲିଂରୁ ୨ (ରୌପ୍ୟ ଓ କାଂସ୍ୟ) ପଦକ ଆସିଥିଲା।

ସ୍କିଫ୍‌ ପୁରୁଷରେ ମନୁ ଫ୍ରାନ୍‌ସିସ୍‌ ଓ କୁରିସିନଙ୍କଲ ନେବଲେ ରୌପ୍ୟ ଏବଂ ମହିଳାରେ ହର୍ଷିତା ତୋମର ଓ ଶୀତଲ ବର୍ମା କାଂସ୍ୟ ପଦକ ଜିତିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।