Golden Palace: ଗଙ୍ଗନଗରରେ ଏଥର ଗୋଲ୍ଡେନ୍ ପ୍ୟାଲେସ୍
"ଅଗ୍ରପୂଜ୍ୟ ଗଜାନନଙ୍କ ଧରାବତରଣରୁ ଆରମ୍ଭ ହୋଇଛି ପାର୍ବଣ ଋତୁ।
ଓଁକାରର ପ୍ରଣବ ଧ୍ବନି, ନଦୀପଠାରେ ଧବଳ କାଶତଣ୍ଡୀର ଶୋଭା ମା"ଙ୍କ ଆଗମନର ବାର୍ତ୍ତା ଦେଲାଣି।
ମାଆଙ୍କୁ ସ୍ବାଗତ କରିବା ପାଇଁ ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।
ବିଭିନ୍ନ ପୂଜାମଣ୍ଡପର ସାଜସଜ୍ଜା ଓ ପ୍ରସ୍ତୁତିକୁ ନେଇ "ସମ୍ବାଦ"ର ସ୍ବତନ୍ତ୍ର ଉପସ୍ଥାପନା।Advertisment ଭୁବନେଶ୍ୱର, ୩୦/୯ (ଇମିସ): ଚଳିତ ବର୍ଷ ଦୁର୍ଗାପୂଜାରେ ନିଜର ସ୍ୱତନ୍ତ୍ର ତୋରଣ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିବ ଗଙ୍ଗନଗର।
ଗଙ୍ଗନଗର ଯୁବ ପରିଷଦ ପକ୍ଷରୁ ଅନୁଷ୍ଠିତ ହେଉଥିବା ଏହି ଦୁର୍ଗାପୂଜାରେ ଚଳିତ ବର୍ଷ ଗୋଲଡେନ୍ ପ୍ୟାଲେସ୍ ସଦୃଶ ପ୍ରସ୍ତୁତ କରାଯାଇଛି।
ଏଥିରେ ଉଭୟ ମନ୍ଦିର ଓ ମହଲର ଅପୂର୍ବ ସମ୍ମିଶ୍ରଣ ରହିବ।
ତୋରଣର ଉଭୟ ଉଚ୍ଚତା ୮୦ଫୁଟ୍ ରହିଥିବା ବେଳେ ଚଉଡ଼ା ୬୦ ଫୁଟ ରହିଛି।
ସେହିପରି ମୂର୍ତ୍ତିର ଉଚ୍ଚତା ୧୪ ଫୁଟ ଓ ମେଢ଼ର ଉଚ୍ଚତା ୧୮ ଫୁଟ ରହିଛି।
ମା" ଚାନ୍ଦିରେ ପ୍ରସ୍ତୁତ ଅଳଙ୍କାର ପରିଧାନ କରିବେ।
ଗଙ୍ଗନଗର ଛକରୁ ଏୟାରପୋର୍ଟ ଛକକୁ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ କରାଯିବ।
୩୨ ଫୁଟର ଦୁଇଟି ଲାଇଟ୍ ଗେଟ୍ ରହିବ।
ସପ୍ତମୀରେ ଦଶମୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ।
ଅଞ୍ଚଳର କଳାକାରଙ୍କ ସମେତ ଅନ୍ୟ କଳାକାରମାନେ ମଧ୍ୟ ପରିବେଷଣ କରିବେ।
ସେହିପରି ଭୋଗର ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।
କାକରା, କ୍ଷିରି, ରାମ ଖେଚୁଡ଼ି, ଦହି ପଖାଳ ଆଦି ଭୋଗ କରାଯିବା ସହିତ ୧୦ହଜାର ଭକ୍ତଙ୍କୁ ପ୍ରସାଦ ବଣ୍ଟାଯିବ।
ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।
ସୁରକ୍ଷା ପାଇଁ ଶହେ ଜଣ ସ୍ୱେଚ୍ଛାସେବୀଙ୍କ ସମେତ ପୁଲିସ କର୍ମଚାରୀ, ଅଗ୍ନିଶମ ସୁରକ୍ଷା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ସେହିପରି ପାଖାପାଖି ୨୦ଟି ସିସି କ୍ୟାମେରା ଲାଗିବ।
ମା"ଙ୍କ ପ୍ରତିମା ଓ ଆଲୋକମାଳା ପ୍ରମୁଖ ଆକର୍ଷଣମା" ଦୁର୍ଗାଙ୍କ ଆକର୍ଷଣୀୟ ପ୍ରତିମା, ସୁନ୍ଦର ସାଜସଜ୍ଜା, ଆଲୋକମାଳା ଓ ମନୋରମ ପୂଜାମଣ୍ଡପ ମୁଖ୍ୟ ଆକର୍ଷଣ ରହିବ।
ପୂଜା ସହିତ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ଏକତ୍ର କରିବା ଏହି ଆୟୋଜନର ଲକ୍ଷ୍ୟ।ଅନନ୍ତ ନାରାୟଣ ଜେନା, ସଭାପତି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନଚଳିତ ବର୍ଷ ପୂଜାରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି।
ସେମାନେ ଯେଉଁଭଳି ଶୃଙ୍ଖଳିତ ଭାବରେ ଦର୍ଶନ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ଧାଡ଼ି ସହିତ ସ୍ୱେଚ୍ଛାସେବୀଙ୍କୁ ନିରୂପଣ କରାଯିବ।
ସେହିପରି ପୂଜାରେ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ଭାବରେ ନିଷେଧ କରାଯାଇଛି।-କମଳ ଲୋଚନ ପାତ୍ର, ସମ୍ପାଦକ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।