Forest fire: ‘ଚିଲିକା’ରେ ବନାଗ୍ନି ଉପରମୁହାଁ: ଶୂନ ଥିଲା, ୬୬୫ ହେଲା
"ଖୋରଧା (ବିକାଶ ଚନ୍ଦ୍ର ସାହୁ): ଖୋରଧା ଜିଲ୍ଲାରେ ବନାଗ୍ନି ଚିନ୍ତାଜନକ।
କେବଳ ଖୋରଧା ଉପଖଣ୍ଡ ସହ ଜଡ଼ିତ ଦୁଇ ବନଖଣ୍ଡରେ ଗଲା ଖରାଦିନେ ଠାବ ହୋଇଛି ୧ହଜାର ୯୧ଟି ବନାଗ୍ନି।
ଖୋଦ୍ ଜଙ୍ଗଲ ବିଭାଗ ମନ୍ତ୍ରୀ ଦେଇଥିବା ଏ ସୂଚନା କେବଳ ଖୋରଧା ବନଖଣ୍ଡ ପାଇଁ ଏକ ସତର୍କଘଣ୍ଟି ହୋଇନାହିଁ, ବରଂ ଚିଲିକା ଭଳି ବନ୍ୟପ୍ରାଣୀ ବନଖଣ୍ଡରେ ତା"ଠାରୁ ଅଧିକ ବନାଗ୍ନି ସ୍ଥାନ ଚିହ୍ନଟ ହେବା ଘଟଣା ବନ୍ୟପ୍ରାଣୀଙ୍କ ପ୍ରତି ଥିବା ବିପଦ କଥାକୁ ସୂଚାଇ ଦେଉଛି।
ବିଭାଗୀୟ ରିପୋର୍ଟ ମୁତାବକ, ଖୋରଧା ଜିଲ୍ଲା ସହିତ ପ୍ରାୟ ଚାରିଟି ବନଖଣ୍ଡ ରହିଛି।
ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ, ସିଟି ଫରେଷ୍ଟ ଓ ଖୋରଧା ବନଖଣ୍ଡ।
ଚନ୍ଦକା ଓ ସିଟି ଫରେଷ୍ଟ ଡିଭିଜନ୍ ରାଜଧାନୀକୁ ଲାଗି ରହିଥିବା ବେଳେ ଖୋରଧା ଉପଖଣ୍ଡ ସହିତ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଓ ଖୋରଧା ବନଖଣ୍ଡ ରହିଛି।
ଗତ ତିନି ବର୍ଷର ରିପୋର୍ଟ କହୁଛି, ୨୦୨୪ରେ ଖୋରଧା ବନଖଣ୍ଡରେ ମୋଟ ୬୯ଟି ବନାଗ୍ନି ଚିହ୍ନଟ ହୋଇଥିଲା।
ସେଥିରୁ ୬୭ଟି ବନାଗ୍ନି ପାଖରେ ବନ ବିଭାଗ ପହଞ୍ଚି ପାରିଥିଲା।
ଉପରୋକ୍ତ ୬୯ଟି ବନାଗ୍ନିରେ ଖୋରଧା ବନଖଣ୍ଡର ମୋଟ ୨୧୧.୭୫୨ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଥିଲା।Advertisment Neglect: ଛାତ୍ରାବାସରେ ଅବ୍ୟବସ୍ଥା; ଭୋଜନ ଥାଳିରେ ବର୍ଷାପାଣି ଓ ଧୂଳିମଳି ଖୋରଧା ଓ ଚନ୍ଦକା ବନଖଣ୍ଡରେ ବି ବଢ଼ିଛି ପରବର୍ଷ ପୂରା ବନଖଣ୍ଡରେ ମାତ୍ର ୭ଟି ବନାଗ୍ନି ଠାବ କରାଯାଇଥିଲା।
ସେଥିରେ ମାତ୍ର ୦.୫୦୫ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଥିବା କଥା ବିଭାଗ ପକ୍ଷରୁ ଦର୍ଶାଯାଇଛି।
କିନ୍ତୁ, ଚଳିତବର୍ଷ ଏ ବନାଗ୍ନି ସବୁ ସୀମା ଡେଇଁଯାଇଛି।
ମୋଟ ୪୨୬ବନାଗ୍ନି ଖୋରଧା ବନଖଣ୍ଡରେ ଠାବ ହୋଇଥିଲା ଏବଂ ଏଥିରେ ମୋଟ ୫୮.୬୯୭ହେକ୍ଟର ଜଙ୍ଗଲ ଜଳି ନଷ୍ଟ ହୋଇଛି।
ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ସ୍ଥିତି ଆହୁରି ଚିନ୍ତାଜନକ।
ଗତ ଦୁଇ ବର୍ଷ ଭିତରେ ଏହି ବନ୍ୟପ୍ରାଣୀ ବନଖଣ୍ଡରେ ଆଦୌ ବନାଗ୍ନି ହୋଇ ନଥିଲା।
କିନ୍ତୁ, ଚଳିତବର୍ଷ ୬୬୫ଟି ବନାଗ୍ନି ଚିହ୍ନଟ ହୋଇଥିଲା।
ସବୁଗୁଡ଼ିକରେ ବନ ବିଭାଗ କୁଆଡ଼େ ପହଞ୍ଚି ଲିଭାଇବାକୁ ଚେଷ୍ଟା କରିଥିଲା।
ଲିଭାଇବା ସତ୍ତ୍ବେ ୧୯.୨୪୯ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଥିଲା।
ଦୁଇ ବର୍ଷ ହେଲା ଚିଲିକାରେ ଆଦୌ ନିଆଁ ନ ଥିଲା, ହଠାତ୍ ଛଅଶହ ବନାଗ୍ନି ଆସିଲା କେଉଁଠୁ?
ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ସେହିପରି ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡରେ ଦୁଇବର୍ଷ ତଳେ ୪୨ଟି ବନାଗ୍ନି ଠାବ ହୋଇଥିଲା।
ସେଥିରୁ ୪୧ଟି ଯଦିଓ ଲିଭାଯାଇଥିଲା, ତଥାପି ୨୪.୦୩୫ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିଲା।
କିନ୍ତୁ, ୨୦୨୫ ମସିହାରେ ଚନ୍ଦକାରେ ମାତ୍ର ଗୋଟିଏ ବନାଗ୍ନି ଚିହ୍ନଟ ହୋଇଥିବା ବେଳେ କ୍ଷୟକ୍ଷତି ଶୂନ ଦର୍ଶାଯାଇଛି।
ଗଲା ଗ୍ରୀଷ୍ମ ପ୍ରବାହରେ ୨୯୨ଟି ବନାଗ୍ନିରେ ୨୪.୦୩୫ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିବା ଦର୍ଶାଯାଇଛି।
ସିଟି ଫରେଷ୍ଟ ଡିଭିଜନରେ ଯଦିଓ ଏତେଟା ବନାଗ୍ନି ନାହିଁ, ତଥାପି ଜଙ୍ଗଲ ନିଆଁ ବଢ଼ିଛି।
୨୦୨୫ରେ ଦୁଇଟି ବନାଗ୍ନି ଚିହ୍ନଟ ହୋଇଥିଲା।
ସେହିବର୍ଷ ମାତ୍ର ଦେଢ଼ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିଲା।
କିନ୍ତୁ, ଗଲା ଗ୍ରୀଷ୍ମଋତୁରେ ବନାଗ୍ନି ୩୭କୁ ବଢ଼ିଛି।
ଗଲା ଗ୍ରୀଷ୍ମ ସମୟରେ ସିଟି ଫରେଷ୍ଟ ଡିଭିଜନରୁ ୩୪.୪୩୨ହେକ୍ଟର ଜଙ୍ଗଲ ଜମି ନଷ୍ଟ ହୋଇଛି।
India bloc: ଇଣ୍ଡିମେଣ୍ଟ ଭାଗ ଭାଗ, ପରାଜୟ ପୂର୍ବରୁ ବାହାନା ଖୋଜୁଛନ୍ତି: ଶିବରାଜ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।