Golf Tour Odisha: ୨୦ରୁ ଜିଏଫ୍‌ଆଇ ଗଲ୍ଫ ଟୁର ଓଡ଼ିଶା ପର୍ଯ୍ୟାୟ; ଭାଗନେବେ ୧୪୦ ଖେଳାଳି

Nov 04, 2026 - 21:04
Golf Tour Odisha: ୨୦ରୁ ଜିଏଫ୍‌ଆଇ ଗଲ୍ଫ ଟୁର ଓଡ଼ିଶା ପର୍ଯ୍ୟାୟ; ଭାଗନେବେ ୧୪୦ ଖେଳାଳି

ଭୁବନେଶ୍ବର: ନିଶା ମୁକ୍ତ ଭାରତ ସହ ଭାରତୀୟ ସଂସ୍କୃତି ଓ ସଂସ୍କାର ସୁରକ୍ଷାର ବାର୍ତ୍ତା ଏବଂ ୨୦୪୭ ସୁଦ୍ଧା ବିକଶିକ ଭାରତ ଗଠନର ସ୍ବପ୍ନକୁ ଘରେଘରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ଆୟୋଜିତ ହେଉଥିବା ଜିଏଫ୍‌ଆଇ ଗଲ୍ଫ ଟୁର୍‌ ଓଡ଼ିଶାରେ ପାଦ ଥାପିବାକୁ ଯାଉଛି।

ରାୟପୁର, ବେଙ୍ଗାଲୁରୁ ଭଳି ୫ଟି ସ୍ଥାନରେ ଆୟୋଜିତ ହୋଇସାରିବା ପରେ ଭାରତର ଏହି ସର୍ବବୃହତ୍‌ ଗଲ୍ଫ ମହୋତ୍ସବର ଓଡ଼ିଶା ପର୍ଯ୍ୟାୟ ସ୍ଥାନୀୟ ଭୁବନେଶ୍ବର ଗଲ୍ଫ କୋର୍ସ (ବିଜିସି)ଠାରେ ଚଳିତ ମାସ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଆୟୋଜିତ ହେବ।

Advertisment ଭାରତୀୟ ଗଲ୍ଫ ମହାସଂଘ (ଜିଏଫ୍‌ଆଇ) ପକ୍ଷରୁ ଆ‌ୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରେ ଥିବା ପାଞ୍ଚଟି ଗଲ୍ଫ କ୍ଲବ୍‌ ଗୋପାଳପୁର, ପରାଦୀପ, ସମ୍ବଲପୁର , ୧୨୦ ବାଟାଲିୟନ ଓ ବିଜିସିର ପାଖାପାଖି ୧୪୦ଜଣ ଗଲ୍‌ଫର ଅଂଶଗ୍ରହଣ କରିବେ।

ସେଥିମଧ୍ୟରେ ୨୦ରୁ ଅଧିକ ମହିଳା ସାମିଲ ରହିବେ।

ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଜିଏଫ୍‌ଆଇ ଗଲ୍ଫ ଟୁରର ଜାତୀୟସ୍ତରୀୟ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିବେ।

ଭାରତର ୨୮ଟି ଯାକ ରାଜ୍ୟରେ ରାଜ୍ୟସ୍ତରୀୟ ଆୟୋଜନ ପରେ ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବ।

ଏହାର ବିଜେତା ଓ ଉପବିଜେତାଙ୍କୁ ଯଥାକ୍ରମେ ୨୦ ଲକ୍ଷ ଏବଂ ୧୦ ଲକ୍ଷ ଟଙ୍କା ପ୍ରଦା‌ନ କରାଯିବ।

ସୂଚନାଯୋଗ୍ୟ ଯେ ଏହି ନିଆରା ଅଭିଯାନ ୨୦୨୨ ମସିହାରୁ ଆରମ୍ଭ ହୋଇଛି।

ଗଲ୍ଫ ମାଧ୍ୟମରେ ସାମାଜ ଗଠନ ହେଉଛି ଏହାର ମୂଳଲକ୍ଷ୍ୟ।

ପଞ୍ଜାବ ଓପନ୍ ମହିଳା ଗଲ୍ଫ : ଲଖି ନେଟ୍‌ ବିଜୟିନୀ ବୁଧବାର ଏଥିନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଏଫ୍‌ଆଇର ପ୍ରତିଷ୍ଠାତା ତଥା ମହାସଚିବ ଆର୍ଯ୍ୟବୀର ଆର୍ଯ୍ୟ, ଭୁବନେଶ୍ବର ଗଲ୍ଫ କ୍ଲବ୍‌ର ସଭାପତି ପ୍ରଦୀପ୍ତ ମହାନ୍ତି ଓ ରାଜେଶ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତା ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।