03 SEPTEMBER 2026

Welcome!

Unlock your personalized experience.
Sign Up

Golf: ଜାତୀୟ ମିନି ଗଲ୍ଫରେ ଭାଗନେବ ଓଡ଼ିଶା

Jun 24, 2026 - 20:04
Golf: ଜାତୀୟ ମିନି ଗଲ୍ଫରେ ଭାଗନେବ ଓଡ଼ିଶା

କଟକ: ଛତିଶଗଡ଼ର ରାୟପୁରସ୍ଥିତ ଦେବରା ବିଶ୍ବବିଦ୍ୟାଳୟରେ ଚଳିତ ଜୁନ୍‌ ୨୫ରୁ ଏକାଦଶ ଜାତୀୟ ବରିଷ୍ଠ ମିନି ଗଲ୍ଫ ପ୍ରତିଯୋଗିତା ଲାଗି ମିନି ଗଲ୍ଫ ଆସୋସିଏସନ୍‌ ଅଫ୍‌ ଓଡ଼ିଶା ପକ୍ଷରୁ ଉଭୟ ପୁରୁଷ ଓ ମହିଳା ଦଳ ଘୋଷଣା କରାଯାଇଛି। ଉଭୟ ଦଳରେ ୧୨ଜଣିଆ ଲେଖାଏଁ ରହିଛନ୍ତି। ବିକାଶ ଚନ୍ଦ୍ର ପଟ୍ଟନାୟକ ପୁୁରୁଷ ଓ ସ୍ମୃତିରେଖା ପଟ୍ଟନାୟକ ମହିଳା ଦଳର ନେତୃତ୍ବ ନେବେ। ଓଡ଼ିଶା ଦଳର ଖେଳାଳିମାନଙ୍କୁ ନେଇ ୧୫ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ବୁଧବାର ଓଡ଼ିଶା ଦଳ ଛତିଶଗଡ଼ ଅଭିମୁଖେ ଯାତ୍ରା କରିଛି। ଏହି ପ୍ରତିଯୋଗିତା​ରେ ସାରା ଭାରତର ୨୧ଟି ରାଜ୍ୟ ଅଂଶଗ୍ରହଣ କରିବେ।

ଖେଳାଳିମାନଙ୍କୁ ଓଡ଼ିଶା ଅଲିମ୍ପିକ୍ସ ସଂଘର ସଭାପତି ସମୀର ମହାନ୍ତି, ମିନି ଗଲ୍ଫ ଆସୋସିଏସନ୍‌ ଅଫ୍‌ ଓଡ଼ିଶାର ଉପସଭାପତି ପ୍ରସନ୍ନଜିତ ପତି, ସଭାପତି ଡ. ସତ୍ୟବ୍ରତ ମୀନକେତନ, ଉପସଭାପତି ପିୟୁଷ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ତୁଳସୀ ବିଶୋୟୀ, ଶ୍ରୀରାମ ମଣ୍ଡଳ, ଶୁଭଶ୍ରୀ ଦୀକ୍ଷିତ, ସରିତା ପ୍ରଧାନ ପ୍ରମୁଖ ଶୁଭକାମନା ଜଣାଇଛନ୍ତି।

ଦିନକ ପରେ ବାରବାଟୀ ଦିନିକିଆ: ଭାରତ ଅଭ୍ୟାସ କରିବ, ଇଂଲଣ୍ଡ ଗଲ୍ଫ ଖେଳିବ

ପୁରୁଷ ଦଳ: ବିକାଶ ଚନ୍ଦ୍ର ପଟ୍ଟନାୟକ (ଅଧିନାୟକ), କୁମାର ଦେବଦତ୍ତ, କୁମାର ଦେବଜିତ, ହିମାଂଶୁ ପଟ୍ଟନାୟକ, ପ୍ରସନ୍ନଜିତ ପତି, ସଞ୍ଜୟ ପଟ୍ଟନାୟକ, ଗିରିଜା ଶଙ୍କର ଭଞ୍ଜ, ସତୀଶ ପୃଷ୍ଟି, ଅଙ୍କିତ ପ୍ରଧାନ, ଦିବ୍ୟଜ୍ୟୋତି ମିଶ୍ର, ନୈତିକ କେ ଆଗ୍ରୱାଲ, ହର୍ଷିଲ ସାହୁ।

ମହିଳା ଦଳ: ସ୍ମୃତିରେଖା ପଟ୍ଟନାୟକ(ଅଧିନାୟିକା), ସୌମ୍ୟଶ୍ରୀ ରଥ, ଅଭିପ୍ସା ପଣ୍ଡା, ଆସିତା ପଟ୍ଟନାୟକ, ଅନିକା ପଟ୍ଟନାୟକ, ଦୀପିକା ରାୟ, ଲତା ସମର୍ଥ, ଅସୀମା ସାହୁ, ସୁଦେଖା, ଶୁଭଲକ୍ଷ୍ମୀ ଶତପଥୀ ଓ ସ୍ମରଣିକା ମହାନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।