Good acting: ଭଲ ଅଭିନୟ ପର୍ଯ୍ୟାପ୍ତ ନୁହେଁ

Sep 21, 2026 - 04:37
Good acting: ଭଲ ଅଭିନୟ ପର୍ଯ୍ୟାପ୍ତ ନୁହେଁ

"ଭଲ ଅଭିନୟ କଳାକାରଙ୍କ ପରିଚୟ ତିଆରି କରେ।

କିନ୍ତୁ ଏହା ହିଁ ତାଙ୍କୁ ତାରକା ବନାଇବା ପାଇଁ ସର୍ବଦା ଯଥେଷ୍ଟ ହୋଇ ନଥାଏ।

ଅଭିନେତ୍ରୀ ଶ୍ରିୟା ପିଲଗାଓଁକରଙ୍କ ମତରେ, ଜଣେ କଳାକାର ତାରକା ପାଲଟିବା ପଛରେ ପ୍ରତିଭା ସହ ଅନେକ ଅନ୍ୟ କାରଣ ମଧ୍ୟ ଥାଏ।

ଠିକ୍ ସମୟରେ ଠିକ୍ ସୁଯୋଗ ମିଳିବା, ଦର୍ଶକଙ୍କ ସହ ଯୋଡ଼ିହେବା ଏବଂ ନିର୍ମାତା-ନିର୍ଦ୍ଦେଶକଙ୍କ ସମର୍ଥନ ମଧ୍ୟ ଏଥିରେ ଗୁରୁତ୍ୱ ରଖେ।

ଓଟିଟି ଜଗତରେ ନିଜର ଅଭିନୟ ପାଇଁ ପରିଚିତ ଶ୍ରିୟାଙ୍କ କହିବା କଥା, ଷ୍ଟ୍ରିମିଂ ମଞ୍ଚର ଲୋକପ୍ରିୟତା ଓ ସିନେମା ହଲ୍‌ର ଷ୍ଟାର୍‌ଡମ୍‌ ଏକା କଥା ନୁହେଁ।

ଜଣେ କଳାକାରଙ୍କୁ ବଡ଼ ତାରକା ଭାବେ ପ୍ରତିଷ୍ଠିତ ହେବା ପାଇଁ ସଂପୃକ୍ତ ଶିଳ୍ପରେ ଏକ ସୁନିୟୋଜିତ ଉଦ୍ୟମ ଦରକାର ବୋଲି ସେ ମନେ କରନ୍ତି।Advertisment Appreciation letter: ମୋଦୀଙ୍କ ପ୍ରଶଂସା ପତ୍ର ପାଇଲେ ମୂର୍ତ୍ତୀ ଶିଳ୍ପୀ ଅନମୋଲ ପଦାର ଉଲ୍ଲେଖଯୋଗ୍ୟ ଯେ ଆଜି ଷାର୍‌ଡମ୍‌ର ସଂଜ୍ଞା ବଦଳିଯାଇଛି।

ଦିନେ ତାରକାମାନେ ଦର୍ଶକଙ୍କଠାରୁ ଦୂରରେ ଥିବା ଏକ ଆକର୍ଷଣୀୟ ଚେହେରା ଥିଲେ।

ଏବେ ସୋସିଆଲ ମିଡିଆ ଓ ଓଟିଟି ଯୋଗୁଁ କଳାକାର ଦର୍ଶକଙ୍କ ନିକଟତର ହେବାରେ ଲାଗିଛନ୍ତି।

ତେଣୁ ଆଜି ଜଣେ ବଡ଼ ତାରକା ଭାବେ ପରିଗଣିତ ହେବାକୁ ହେଲେ କେବଳ ପରଦାରେ ଶକ୍ତିଶାଳୀ ଉପସ୍ଥିତି ପର୍ଯ୍ୟାପ୍ତ ନୁହେଁ, ଦର୍ଶକଙ୍କ ସହ ଥିବା ସମ୍ପର୍କ ମଧ୍ୟ ଏକ ବଡ଼ ଭୂମିକା ନିର୍ବାହ କରୁଛି।

War: ଯୁଦ୍ଧ ସମାପ୍ତ ପାଇଁ ୭ ସର୍ତ୍ତ ରଖିଲା ଇରାନ, ସର୍ତ୍ତ ଅଗ୍ରାହ୍ୟ ହେଲେ ନିର୍ଣ୍ଣାୟକ ଯୁଦ୍ଧ ଚେତାବନୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।