Government Job Aspirants Get Five-Year Age Relaxation: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖୁସି ଖବର, ବୟସ ସୀମାରେ ୫ ବର୍ଷ କୋହଳ

Oct 30, 2026 - 18:11
Government Job Aspirants Get Five-Year Age Relaxation: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖୁସି ଖବର, ବୟସ ସୀମାରେ ୫ ବର୍ଷ କୋହଳ

ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ପାଇଁ ବଡ଼ ଆଶ୍ୱସ୍ତି।

ଚାକିରି ଆବେଦନରେ ବୟସ ସୀମା ବାଧକ ସାଜୁଥିଲେ ଏବେ ମିଳିବ ଅଧିକ ସୁଯୋଗ।

ସରକାରୀ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମାରେ ଅତିରିକ୍ତ ୫ ବର୍ଷ କୋହଳ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି.

ଜୋସେଫ୍ ବିଜୟ।

ଏହି ନିଷ୍ପତ୍ତି ଅନେକ ଚାକିରି ଆଶାୟୀଙ୍କ ପାଇଁ ନୂଆ ଆଶା ସୃଷ୍ଟି କରିଛି।

Advertisment ସରକାରୀ ସୂଚନା ଅନୁସାରେ, ଏହି ବୟସ କୋହଳ ୨୦୨୬ ଅକ୍ଟୋବର ୩୦ରୁ ଲାଗୁ ହେବ ଏବଂ ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଅର୍ଥାତ୍ ଏହି ସମୟ ମଧ୍ୟରେ ସରକାରୀ ଚାକିରି ପାଇଁ ସିଧାସଳଖ ନିଯୁକ୍ତିରେ ଆବେଦନ କରୁଥିବା ଯୋଗ୍ୟ ପ୍ରାର୍ଥୀମାନେ ସର୍ବୋଚ୍ଚ ବୟସ ସୀମାରେ ଅତିରିକ୍ତ ୫ ବର୍ଷର ସୁବିଧା ପାଇପାରିବେ।

କାହିଁକି ନିଆଗଲା ଏହି ନିଷ୍ପତ୍ତି?

ସରକାରୀ ଚାକିରି ଆଶାୟୀମାନେ ଦୀର୍ଘଦିନ ଧରି ନିଯୁକ୍ତି ପରୀକ୍ଷାରେ ବୟସ ସୀମା କୋହଳ କରିବାକୁ ଦାବି କରିଆସୁଥିଲେ।

ଅନେକ ପ୍ରାର୍ଥୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ସମୟରେ ନିର୍ଦ୍ଧାରିତ ବୟସ ସୀମା ଅତିକ୍ରମ କରିବାରୁ ଆବେଦନ ସୁଯୋଗ ହରାଉଥିଲେ।

ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରାର୍ଥୀଙ୍କ ଅନୁରୋଧ ଉପରେ ସରକାର ଏହି ପଦକ୍ଷେପ ନେଇଛନ୍ତି।

Advertisment ସବୁଠାରୁ ବଡ଼ କଥା ହେଉଛି, ଏହି ୫ ବର୍ଷର କୋହଳ ପୂର୍ବରୁ ରହିଥିବା ବୟସ ସୀମା ସୁବିଧା ବ୍ୟତୀତ ଅତିରିକ୍ତ ଭାବେ ମିଳିବ।

ତେଣୁ ବର୍ତ୍ତମାନର ନିୟମ ଅନୁସାରେ ବୟସ କୋହଳ ପାଉଥିବା ପ୍ରାର୍ଥୀମାନେ ମଧ୍ୟ ନୂଆ ନିଷ୍ପତ୍ତିର ଲାଭ ପାଇପାରିବେ।

ତେବେ କେଉଁ ପଦବୀ ପାଇଁ କେତେ ବୟସ ସୀମା ରହିବ, ତାହା ସମ୍ପୃକ୍ତ ନିଯୁକ୍ତି ନିୟମ ଓ ବିଜ୍ଞପ୍ତି ଉପରେ ନିର୍ଭର କରିବ।

ତେଣୁ ଆଶାୟୀମାନେ ଆବେଦନ ପୂର୍ବରୁ ସରକାରୀ ବିଜ୍ଞପ୍ତି ଯାଞ୍ଚ କରିବା ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।