Govinda-Komal Rani Marriage Rumours: ଗୋବିନ୍ଦା-କୋମଲଙ୍କ ଗୁପ୍ତ ବିବାହ? ଗଣପତି ଦର୍ଶନରେ ଏକାସାଙ୍ଗରେ... ଭାଇରାଲ୍ ହେଲା ଭିଡିଓ

Sep 23, 2026 - 14:31
Govinda-Komal Rani Marriage Rumours: ଗୋବିନ୍ଦା-କୋମଲଙ୍କ ଗୁପ୍ତ ବିବାହ? ଗଣପତି ଦର୍ଶନରେ ଏକାସାଙ୍ଗରେ... ଭାଇରାଲ୍ ହେଲା ଭିଡିଓ

ବଲିଉଡ୍ ଅଭିନେତା ଗୋବିନ୍ଦା ପୁଣିଥରେ ନିଜ ସିନେମା ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତ୍ରୀ ତଥା ତାଙ୍କ ଆଗାମୀ ଫିଲ୍ମର କୋ-ଷ୍ଟାର କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ ମୁମ୍ବାଇର ପ୍ରସିଦ୍ଧ ‘ଲାଲବାଗଚା ରାଜା’ଙ୍କ ଦର୍ଶନ କରିବା ପରେ ସୋସିଆଲ୍ ମିଡିଆରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

ଦୁହିଁଙ୍କ ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ କିଛି ୟୁଜର୍ ପ୍ରଶ୍ନ କରିଛନ୍ତି — ଗୋବିନ୍ଦା ଓ କୋମଲ କ’ଣ ଗୁପ୍ତରେ ବିବାହ କରିନେଲେ? ତେବେ ଏହି ଚର୍ଚ୍ଚାକୁ ସତ୍ୟ ପ୍ରମାଣିତ କରୁଥିବା କୌଣସି ସୂଚନା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

କୋମଲଙ୍କ ମଥାରେ ଲାଲ ଚିହ୍ନ, ଆରମ୍ଭ ହେଲା ଚର୍ଚ୍ଚା

ଗୋବିନ୍ଦା ଓ କୋମଲ ରାଣୀ ଏକାସାଙ୍ଗରେ ଗଣପତି ପେଣ୍ଡାଲରେ ପହଞ୍ଚି ପୂଜା କରିବା ସହ ଗଣେଶଙ୍କ ଆଶୀର୍ବାଦ ନେଇଥିଲେ। ଏହି ସମୟର କିଛି ଫଟୋରେ କୋମଲଙ୍କ ମଥାରେ ସିନ୍ଦୂର ଭଳି ଲାଲ ରଙ୍ଗ ଦେଖାଯିବା ପରେ ସୋସିଆଲ୍ ମିଡିଆରେ ବିବାହକୁ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା।

ତେବେ ଉପଲବ୍ଧ ଭିଡିଓ ଓ ଫଟୋ ଅନୁସାରେ, ପେଣ୍ଡାଲରେ ପହଞ୍ଚିବା ସମୟରେ କୋମଲଙ୍କ ମଥାରେ ଏପରି ଲାଲ ଚିହ୍ନ ନଥିଲା। ପୂଜା ସମୟରେ ତାଙ୍କ ମଥାରେ ରୋଲି ବା ପୂଜାର ଲାଲ ରଙ୍ଗ ଲଗାଯାଇଥିବା ଦେଖାଯାଇଛି। ପେଣ୍ଡାଲରେ ଥିବା ଅନ୍ୟ ଶ୍ରଦ୍ଧାଳୁଙ୍କ ମଥାରେ ମଧ୍ୟ ସେହି ରଙ୍ଗ ଲଗାଯାଇଥିଲା। ଏହାସତ୍ତ୍ୱେ ଏହି ଲାଲ ଚିହ୍ନକୁ ନେଇ ‘ଗୁପ୍ତ ବିବାହ’ ଚର୍ଚ୍ଚା ଜୋର ଧରିଛି।

‘ରୂପା’ରେ ଏକାସାଙ୍ଗରେ ନଜର ଆସିବେ ଗୋବିନ୍ଦା-କୋମଲ

ଗୋବିନ୍ଦା ଓ କୋମଲ ରାଣୀ ସ୍ୱର୍ଣ୍ଣକାର ଆଗାମୀ ଫିଲ୍ମ ‘ରୂପା’ରେ ଏକାସାଙ୍ଗରେ କାମ କରୁଛନ୍ତି। ଫିଲ୍ମ ସମ୍ପର୍କିତ କାର୍ଯ୍ୟକ୍ରମ ଓ ଅନ୍ୟ କେତେକ ସ୍ଥାନରେ ଦୁହିଁଙ୍କୁ ଏକାସାଙ୍ଗରେ ଦେଖାଯିବା ପରେ ପୂର୍ବରୁ ମଧ୍ୟ ସେମାନଙ୍କ ସମ୍ପର୍କକୁ ନେଇ ଆଲୋଚନା ହୋଇଛି।

ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ମଧ୍ୟ ଅଗଷ୍ଟ ୨୦୨୬ରେ କୋମଲଙ୍କ ସହ ଗୋବିନ୍ଦାଙ୍କ କଥିତ ସମ୍ପର୍କକୁ ନେଇ ସର୍ବସାଧାରଣରେ କିଛି ଦାବି କରିଥିଲେ। ଏପରିକି ଗୋବିନ୍ଦା ଦ୍ୱିତୀୟ ବିବାହ ପାଇଁ ଯୋଜନା କରୁଥିବା ସେ କହିଥିଲେ। ତେବେ ଏହି ଦାବିଗୁଡ଼ିକର ସ୍ୱାଧୀନ ପୁଷ୍ଟି ହୋଇନାହିଁ।

ଦ୍ୱିତୀୟ ବିବାହ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ମ୍ୟାନେଜର

ସୁନୀତାଙ୍କ ଦାବି ପରେ ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ଦ୍ୱିତୀୟ ବିବାହ ସମ୍ପର୍କିତ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ। ଗୋବିନ୍ଦା ପୁଣିଥରେ ବିବାହ କରିବା ନେଇ କୌଣସି ଯୋଜନା ନଥିବା ସେ ସ୍ପଷ୍ଟ କରିଥିଲେ। ଏପଟେ ଗୋବିନ୍ଦା ଓ ସୁନୀତା ଆହୁଜାଙ୍କ ବୈବାହିକ ସମ୍ପର୍କକୁ ନେଇ ମଧ୍ୟ କିଛି ଦିନ ହେଲା ଲଗାତାର ଚର୍ଚ୍ଚା ଚାଲିଆସୁଛି। ଉଭୟଙ୍କ ପକ୍ଷରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଫିଲ୍ମ ‘ରୂପା’ର କୋ-ଷ୍ଟାର କୋମଲଙ୍କ ସହ ଗୋବିନ୍ଦାଙ୍କ ଲାଲବାଗଚା ରାଜା ଦର୍ଶନ ଏବେ ଏହି ଚର୍ଚ୍ଚାକୁ ପୁଣିଥରେ ତାଜା କରିଛି। କିନ୍ତୁ କୋମଲଙ୍କ ମଥାରେ ଦେଖାଯାଇଥିବା ଲାଲ ରଙ୍ଗ ପୂଜା ସମୟରେ ଲଗାଯାଇଥିବା ବେଳେ ଦୁହିଁଙ୍କ ଗୁପ୍ତ ବିବାହ ନେଇ ଏପର୍ଯ୍ୟନ୍ତ କୌଣସି ପୁଷ୍ଟି ମିଳିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।