Gujarat ATS: ୪୩୮ କୋଟି ଟଙ୍କାର ମାଦକଦ୍ରବ୍ୟ ଜବତ ମାମଲାରେ ସଲିମ୍ ଡୋଲା ଗିରଫ

Nov 03, 2026 - 21:14
Gujarat ATS: ୪୩୮ କୋଟି ଟଙ୍କାର ମାଦକଦ୍ରବ୍ୟ ଜବତ ମାମଲାରେ ସଲିମ୍ ଡୋଲା ଗିରଫ

ଅହମଦାବାଦ: ଗୁଜରାଟରେ ୪୩୮.୬୪ କୋଟି ଟଙ୍କାର ମାଦକଦ୍ରବ୍ୟ ଜବତ ମାମଲାରେ ଅନ୍ତର୍ଜାତୀୟ ମାଦକଦ୍ରବ୍ୟ ଚାଲାଣକାରୀ ସଲିମ୍ ଇସ୍‌ମାଇଲ୍ ଡୋଲାକୁ ଗିରଫ କରିଛି ଗୁଜରାଟ ଆତଙ୍କବାଦ ନିରୋଧୀ ଦଳ (ଏଟିଏସ୍‌)।

୨୦୨୨ ଡିସେମ୍ବରରେ ବଡ଼ୋଦରା ଜିଲ୍ଲାର ସିନ୍ଧରୋଟ ଗାଁ ନିକଟରେ ଥିବା ଏକ ବେଆଇନ ମାଦକଦ୍ରବ୍ୟ ଉତ୍ପାଦନ କାରଖାନାରୁ ୮୭.୭୨୮ କିଲୋଗ୍ରାମ୍ ମେଫେଡ୍ରୋନ୍ ଜବତ ହୋଇଥିଲା।

ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୪୩୮.୬୪ କୋଟି ଟଙ୍କା ଆକଳନ କରାଯାଇଥିଲା।

Advertisment ଏଟିଏସ୍‌ର ସହକାରୀ ପୁଲିସ କମିସନର ଏସ୍‌.ଏଲ୍‌.

ଚୌଧୁରୀଙ୍କ ସୂଚନା ଅନୁଯାୟୀ, ଅକ୍ଟୋବର ୩୧ରେ ଡୋଲାକୁ ହେପାଜତକୁ ନିଆଯାଇଛି।

ଏହି ମାମଲାରେ ପୂର୍ବରୁ ୧୦ ଜଣ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି।

ତଦନ୍ତ ବେଳେ ବିଦେଶରେ ରହି ମାଦକଦ୍ରବ୍ୟ କାରବାର ଚଳାଉଥିବା ଡୋଲାର ନାମ ସାମ୍ନାକୁ ଆସିଥିଲା।

ପୁଲିସର ଅଭିଯୋଗ ଅନୁଯାୟୀ, ମେଫେଡ୍ରୋନ୍ ପ୍ରସ୍ତୁତି ପାଇଁ ଆବଶ୍ୟକ ରାସାୟନିକ ପଦାର୍ଥ ଯୋଗାଇବା ସହ ଉତ୍ପାଦିତ ମାଦକଦ୍ରବ୍ୟ କିଣାବିକାରେ ମଧ୍ୟ ଡୋଲାର ଭୂମିକା ଥିଲା।

ସିନ୍ଧରୋଟ କାରଖାନାରେ ପ୍ରସ୍ତୁତ ମାଦକଦ୍ରବ୍ୟ ମୁମ୍ବାଇକୁ ପଠାଯାଉଥିଲା ଏବଂ ସେଠାରୁ ଡୋଲାର ସହଯୋଗୀମାନଙ୍କ ମାଧ୍ୟମରେ ବିତରଣ କରାଯାଉଥିବା ତଦନ୍ତରୁ ଜଣାପଡ଼ିଛି।

ଭାରତୀୟ ତଦନ୍ତକାରୀ ସଂସ୍ଥାର ଉଦ୍ୟମ ଏବଂ ଇଣ୍ଟରପୋଲ୍‌ର ରେଡ୍‌ କର୍ଣ୍ଣର ନୋଟିସ୍‌ ପରେ ଡୋଲାକୁ ତୁର୍କୀରେ ଠାବ କରାଯାଇଥିଲା।

ଚଳିତ ବର୍ଷ ଏପ୍ରିଲରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ତାକୁ ଭାରତ ଫେରାଇ ଆଣିଥିଲା।

ସେ ଦୁବାଇ ଓ କେନିଆ ସମେତ ବିଭିନ୍ନ ଦେଶରେ ରହି ନିଜର ନେଟ୍‌ୱର୍କ ପରିଚାଳନା କରୁଥିବା ଅଭିଯୋଗ ହୋଇଛି।

ତଦନ୍ତକାରୀଙ୍କ କହିବା ଅନୁଯାୟୀ, ଏହି ନେଟ୍‌ୱର୍କ ଆଇନସମ୍ମତ ରପ୍ତାନି ସାମଗ୍ରୀ ଥିବା କଣ୍ଟେନର୍‌ରେ ଲୁଚାଇ ମାଦକଦ୍ରବ୍ୟ ବିଦେଶକୁ ପଠାଉଥିଲା।

ଗନ୍ତବ୍ୟ ଦେଶରେ ଏଥିପାଇଁ ନକଲି କମ୍ପାନି ଗଠନ କରାଯାଇଥିବା ମଧ୍ୟ ଅଭିଯୋଗ ରହିଛି।

ମାଦକଦ୍ରବ୍ୟ ତଦନ୍ତ ମାମଲାରେ 'ଏନ୍‌ସିବି'ରେ ହାଜର ହେବାକୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ସମୟ ମାଗିଲେ ଅର୍ଜୁନ ରାମପାଲ ଡୋଲାର ନାମ ଦୀର୍ଘ ବର୍ଷ ଧରି ଭାରତର ବିଭିନ୍ନ ମାଦକଦ୍ରବ୍ୟ ଚାଲାଣ ମାମଲାରେ ଆସିଛି।

୧୯୯୮ରେ ମୁମ୍ବାଇ ବିମାନବନ୍ଦରରେ ପ୍ରାୟ ୪୦ କିଲୋଗ୍ରାମ୍ ମାଣ୍ଡ୍ରାକ୍ସ ସହ ସେ ଗିରଫ ହୋଇଥିଲା।

୨୦୧୩ରେ ତା' ନିକଟରୁ ପ୍ରାୟ ୭୯ କିଲୋଗ୍ରାମ୍ ଚରସ୍ ଜବତ ହୋଇଥିବା ରେକର୍ଡରୁ ଜଣାପଡ଼ିଛି।

ତା'ର ମାଦକଦ୍ରବ୍ୟ କାରବାର ଓ ସମ୍ପତ୍ତି ସମ୍ପର୍କିତ ଆର୍ଥିକ କାରବାରର ତଦନ୍ତ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରୁଛି।

ବର୍ତ୍ତମାନ ଏଟିଏସ୍‌ ଡୋଲାକୁ ଜେରା କରି ମାଦକଦ୍ରବ୍ୟ ତିଆରି ପାଇଁ ରାସାୟନିକ ପଦାର୍ଥ କେଉଁଠାରୁ ଆସୁଥିଲା, ଅର୍ଥ କାରବାର କିପରି ହେଉଥିଲା ଏବଂ ଏହି ନେଟ୍‌ୱର୍କରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହାର ଖୋଳତାଡ଼ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।