Gujarat Court Sentences 3 To Life In Cow Slaughter Case: ଗୋହତ୍ୟା ମାମଲାରେ କୋର୍ଟଙ୍କ ବଡ଼ ରାୟ, ୩ ଦୋଷୀଙ୍କୁ ଆଜୀବନ ଜେଲ୍
ଗୋହତ୍ୟା ମାମଲାରେ ଗୁଜରାଟ କୋର୍ଟଙ୍କ ବଡ଼ ରାୟ।
୨୭୭ କିଲୋଗ୍ରାମ ଗୋମାଂସ ଜବତ ଘଟଣାରେ ୩ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଅଦାଲତ।
କେବଳ ସେତିକି ନୁହେଁ, ପ୍ରତ୍ୟେକ ଦୋଷୀଙ୍କ ଉପରେ ୩ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲଗାଯାଇଛି।
ରାୟ ଶୁଣାଇବା ସମୟରେ ହିନ୍ଦୁ ଧର୍ମଗ୍ରନ୍ଥର ଉଦାହରଣ ଦେଇ ଗାଈର ଧାର୍ମିକ ମହତ୍ତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି ବିଚାରପତି।
Advertisment ଗୁଜରାଟର ଗାନ୍ଧୀନଗର ଜିଲ୍ଲାରେ ଗୋହତ୍ୟା ମାମଲାକୁ ନେଇ ଆସିଛି ଏହି ବଡ଼ ରାୟ।
ଅତିରିକ୍ତ ଦୌରା ଜଜ୍ ବି.ଆର୍.
ରାଜପୁତ ସୋମବାର ଏହି ରାୟ ଶୁଣାଇଛନ୍ତି।
ଭାସିମ୍ କୁରେଶୀ, ମହମ୍ମଦ ରଫିକ୍ କୁରେଶୀ ଏବଂ ଅସଫାକ୍ ବାହେଲିମ୍ଙ୍କୁ ଆଜୀବନ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୩ ଲକ୍ଷ ଟଙ୍କା ଜରିମାନା ହୋଇଛି।
ଅଭିଯୋଗ ଅନୁସାରେ, ୨୦୨୪ ଅଗଷ୍ଟ ୨୨ରେ ଗାନ୍ଧୀନଗର ଜିଲ୍ଲାର ଜାମଲା ଗାଁର ଏକ ଘରେ ଚଢ଼ାଉ କରିଥିଲା ପୁଲିସ।
ଏହି ସମୟରେ ୨୭୭ କିଲୋଗ୍ରାମ ଗୋମାଂସ, ମାଂସ କାଟିବାରେ ବ୍ୟବହୃତ ଅସ୍ତ୍ର ଏବଂ ମାଂସ ପରିବହନ ପାଇଁ ରଖାଯାଇଥିବା ଏକ ଗାଡ଼ି ଜବତ ହୋଇଥିଲା।
ଏହି ଘଟଣାରେ ମୋଟ ୬ ଜଣ ଗିରଫ ହୋଇଥିବା ବେଳେ ପ୍ରମାଣ ଆଧାରରେ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ।
Advertisment ରାୟ ଶୁଣାଇବା ବେଳେ ମନୁସ୍ମୃତି, ବେଦ ଏବଂ ଅନ୍ୟ ହିନ୍ଦୁ ଧର୍ମଗ୍ରନ୍ଥର ଉଦାହରଣ ଦେଇଥିଲେ ବିଚାରପତି।
ଗାଈକୁ ଧାର୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ ବୋଲି କୋର୍ଟ ଉଲ୍ଲେଖ କରିଥିଲେ।ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭୀ ଏହି ରାୟକୁ ସ୍ୱାଗତ କରିଛନ୍ତି।
ଗୋହତ୍ୟା ମାମଲାରେ ଆଇନ କାହାକୁ ଛାଡ଼ିବ ନାହିଁ ବୋଲି ଏହି ରାୟ ସ୍ପଷ୍ଟ ବାର୍ତ୍ତା ଦେଇଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୭ରେ ଗୁଜରାଟ ସରକାର ଆଇନରେ ସଂଶୋଧନ କରି ଗୋହତ୍ୟା ପାଇଁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା କରିଥିଲେ।
ଏବେ ଏହି ମାମଲାରେ ୩ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି ଅଦାଲତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।