Rushikulya Crosses Danger Level: ବାତ୍ୟା ଆଣିଲା ବନ୍ୟା ବିପତ୍ତି! ଗଞ୍ଜାମରେ ଫୁଲୁଛି ଋଷିକୂଲ୍ୟା, ବିପଦ ସଂକେତ ଟପିଲା ଜଳସ୍ତର

Oct 29, 2026 - 16:13
Rushikulya Crosses Danger Level: ବାତ୍ୟା ଆଣିଲା ବନ୍ୟା ବିପତ୍ତି! ଗଞ୍ଜାମରେ ଫୁଲୁଛି ଋଷିକୂଲ୍ୟା, ବିପଦ ସଂକେତ ଟପିଲା ଜଳସ୍ତର

ବାତ୍ୟାର ପ୍ରଭାବରେ ଗଞ୍ଜାମରେ ବନ୍ୟା ସ୍ଥିତି!

ଲଗାଣ ବର୍ଷାରେ ଫୁଲୁଛି ନଦୀ, ବଢ଼ୁଛି ଜଳସ୍ତର।

ଋଷିକୂଲ୍ୟା ନଦୀ ବିପଦ ସଂକେତ ଟପିଥିବାରୁ ଚିନ୍ତା ବଢ଼ିଛି।

ଗଞ୍ଜାମରେ ଏତେ ପରିମାଣର ବର୍ଷା ହେବ ବୋଲି ଆକଳନ କରାଯାଇ ନଥିଲା ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ।

Advertisment ପ୍ରେସମିଟ୍‌ରେ ସେ କହିଛନ୍ତି, ପୁରୁଷୋତ୍ତମପୁରରେ ଋଷିକୂଲ୍ୟା ନଦୀର ବିପଦ ସଂକେତ ୧୭ ମିଟର ଥିବା ବେଳେ ଜଳସ୍ତର ୧୯ ମିଟରରେ ପହଞ୍ଚିଛି।

ଆଗାମୀ ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଜଳସ୍ତର ଆହୁରି ବଢ଼ିପାରେ।

ଏହାପରେ ଜଳସ୍ତର କମିବା ଆରମ୍ଭ କରିବ ବୋଲି ଆଶା କରାଯାଉଛି।

ତେଣୁ ଋଷିକୂଲ୍ୟା ନଦୀର ଜଳପ୍ରବାହ ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ।

ଅନ୍ୟପଟେ ବଂଶଧାରା ନଦୀର ଜଳସ୍ତର କମିବା ଆରମ୍ଭ କରିଛି।

ହେଲେ ଋଷିକୂଲ୍ୟାର ଜଳସ୍ତର ବଢ଼ୁଥିବାରୁ ଗଞ୍ଜାମରେ ବନ୍ୟା ସ୍ଥିତିକୁ ନେଇ ଚିନ୍ତା ଜାରି ରହିଛି।

Advertisment ସେପଟେ ବାହୁଦା ନଦୀ ନିକଟରେ ଥିବା ରେଳବାଇ ବ୍ରିଜ୍‌କୁ ପାଣି ଛୁଇଁଛି।

ସୁରକ୍ଷା ଦୃଷ୍ଟିରୁ ଜଳସ୍ତର କମିବା ପର୍ଯ୍ୟନ୍ତ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।

ତେବେ ମହାନଦୀରେ ବନ୍ୟା ହେବା ନେଇ ବର୍ତ୍ତମାନ କୌଣସି ଆଶଙ୍କା ନଥିବା ସେ ସ୍ପଷ୍ଟ କରିଛନ୍ତି।

ଏବେ ସମସ୍ତଙ୍କ ନଜର ଋଷିକୂଲ୍ୟାର ଜଳସ୍ତର ଉପରେ।

ଆଗାମୀ କିଛି ଘଣ୍ଟା ଗଞ୍ଜାମ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।