Gunpoint Rape Allegation Shocks Bhubaneswar: ରାଜଧାନୀରେ ଲଜ୍ଜା, ନୟାପଲ୍ଲୀରେ ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
ରାଜଧାନୀରେ ଲଜ୍ଜା। ବନ୍ଧୁକ ମୁନରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ, ଯୁବତୀ ଜଣକ ଘରେ ଏକୁଟିଆ ଥିବା ବେଳେ ମୁହଁରେ ମାସ୍କ ପିନ୍ଧି ଜଣେ ଦୁର୍ବୃତ୍ତ ଘରେ ପଶିଥିଲା। ବନ୍ଧୁକ ଦେଖାଇ ଭୟଭୀତ କରିବା ପରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଖବର ପାଇ ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି, ଜୋନ୍ ଏସିପି ଏବଂ ଥାନା ଅଧିକାରୀ ପହଞ୍ଚି ଛାନଭିନ୍ କରିଛନ୍ତି। ଦୁର୍ବୃତ୍ତର ଏଯାଏଁ ପତ୍ତା ମିଳିନାହିଁ। ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୋଲିସ। ଅଭିଯୁକ୍ତକୁ ଧରିବା ପାଇଁ ସ୍ପେଶାଲ ଟିମ୍ ଗଠନ କରି ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
ରାଜଧାନୀରେ ଲଜ୍ଜା; ବନ୍ଧୁକ ମୁନରେ ଦୁଷ୍କର୍ମ!
ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
ନୟାପଲ୍ଲୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଫେରାର
ମାସ୍କ ପିନ୍ଧି ଘରେ ପଶିଥିଲା ଦୁର୍ବୃତ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।