Gold Rates Fall Today: କମିଲା ସୁନା ଦର, ରୁପା ୫୦୦୦ ଖସିଲା
ପାର୍ବଣ ଋତୁ ପୂର୍ବରୁ ସୁନା ବଜାରରେ ଦର ଖସିବାକୁ ଲାଗିଲାଣି। ଗୁରୁବାର କିଛି ଖୁଚୁରା ବଜାରରେ ସୁନା ଦର ହ୍ରାସ ପାଇଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୪୯ ହଜାର ୨୪୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୩୬ ହଜାର ୮୦୦ ଟଙ୍କାରେ ପହଞ୍ଚିଛି। ତେବେ ବିଭିନ୍ନ ସହର ଓ ଦୋକାନ ଅନୁସାରେ ସୁନାର ଖୁଚୁରା ଦରରେ ତଫାତ ରହିପାରେ। ଏହାସହିତ ଜିଏସ୍ଟି, ମେକିଂ ଚାର୍ଜ ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇଲେ ଗ୍ରାହକଙ୍କୁ ଏହି ଧାର୍ଯ୍ୟ ଦରଠାରୁ ଅଧିକ ଟଙ୍କା ଦେବାକୁ ପଡ଼ିବ।
ଗତ କାଲି ଠାରୁ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୩୩୦ ଟଙ୍କା କମି ୧ ଲକ୍ଷ ୭୨ ହଜାର ୧୬୩ ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୩୦୦ ଟଙ୍କା କମି ୧ ଲକ୍ଷ ୫୭ ହଜାର ୮୧୨ ଟଙ୍କାକୁ ହୋଇଛି। ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୨୫୦ ଟଙ୍କା କମି ୧ ଲକ୍ଷ ୨୯ ହଜାର ୧୨୨ ଟଙ୍କା ହୋଇଛି। ଏହି ମୂଲ୍ୟରେ ଗଢା ମଜୁରୀ, ଜିଏସ୍ଟି ଅନ୍ତର୍ଭୂକ୍ତ ଅଛି।
ସେହିପରି ରୁପା ଦର ମଧ୍ୟ ଆଜି ୧ କେଜି ପିଛା ୫୦୦୦ ଟଙ୍କା କମିଛି। ଗତ କାଲି ୨ ଲକ୍ଷ ୪୫ ହଜାର ଟଙ୍କା ଥିବା ବେଳେ ଆଜି ୨ ଲକ୍ଷ ୪୦ ହଜାର ଟଙ୍କାରେ ପହଞ୍ଚିଛି।
ଜାଣନ୍ତୁ ଦେଶର ପ୍ରମୁଖ ସହରରେ ସୁନା ଦର କେତେ ରହିଛି (୧୦ ଗ୍ରାମ୍ ପିଛା):
• ଦିଲ୍ଲୀ- ୧,୫୦,୩୨୦ ଟଙ୍କା (୨୪ କ୍ୟାରେଟ୍), ୧,୩୭,୮୦୦ ଟଙ୍କା (୨୨ କ୍ୟାରେଟ୍)
• ମୁମ୍ବାଇ- ୧,୪୯,୫୭୦ ଟଙ୍କା (୨୪ କ୍ୟାରେଟ୍), ୧,୩୭,୧୦୦ ଟଙ୍କା (୨୨ କ୍ୟାରେଟ୍)
• ଚେନ୍ନାଇ- ୧,୪୯,୫୭୦ ଟଙ୍କା (୨୪ କ୍ୟାରେଟ୍), ୧,୩୭,୧୦୦ ଟଙ୍କା (୨୨ କ୍ୟାରେଟ୍)
• ଲକ୍ଷ୍ନୌ- ୧,୪୯,୫୭୦ ଟଙ୍କା (୨୪ କ୍ୟାରେଟ୍), ୧,୩୭,୧୦୦ ଟଙ୍କା (୨୨ କ୍ୟାରେଟ୍)
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।