Gurmeet Singh: ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ: ୧୫ ବର୍ଷ ପରେ ଭାରତୀୟ ବଂଶୋଦ୍ଭବଙ୍କ ଆମେରିକୀୟ ନାଗରିକତା ରଦ୍ଦ
"ୱାସିଂଟନ:ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଆମେରିକାର ନାଗରିକତା ରଦ୍ଦ କରାଯାଇଛି।
୫୫ ବର୍ଷ ବୟସ୍କ ଟ୍ୟାକ୍ସି ଡ୍ରାଇଭର ଗୁରମିତ୍ ସିଂହ ୧୫ ବର୍ଷ ତଳେ ୨୦୧୧ ମସିହାରେ ନ୍ୟୁୟର୍କରେ ଜଣେ ମହିଳା ଯାତ୍ରୀଙ୍କୁ ଅପହରଣ ଏବଂ ଛୁରୀ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
ଆମେରିକାର ନ୍ୟାୟ ବିଭାଗ ଅନୁଯାୟୀ, ୨୦୧୪ ମସିହାରେ ଏକ ହିଂସାତ୍ମକ ଆକ୍ରମଣ ପାଇଁ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୨୦ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା।
ନ୍ୟାୟ ବିଭାଗ ଏକ ବିବୃତିରେ କହିଛି, ଗୁରମିତ୍ ଆମେରିକାର ନାଗରିକତା ପାଇଁ ଆବେଦନ କରିବା ସମୟରେ ତାଙ୍କର ଅପରାଧିକ ଅତୀତକୁ ଲୁଚାଇ ରଖିଥିଲେ।
ଆକ୍ରମଣର କିଛି ମାସ ପରେ ତାଙ୍କୁ ନାଗରିକତା ପ୍ରଦାନ କରାଯାଇଥିଲା।
ଆଟର୍ଣ୍ଣି ଜେନେରାଲ ଟଡ୍ ବ୍ଲାଞ୍ଚ କହିଛନ୍ତି, ଗୁରମିତ୍ ସିଂହ ଆଉ ଆମେରିକୀୟ ନାଗରିକ ନୁହଁନ୍ତି।
ସେ ନାଗରିକତା ପ୍ରକ୍ରିୟା ସମୟରେ ଦୁଷ୍କର୍ମ ଏବଂ ଅପହରଣର ତଥ୍ୟ ଲୁଚାଇଥିଲେ।
ଏବେ ଏକ ଫେଡେରାଲ୍ କୋର୍ଟ ତାଙ୍କ ନାଗରିକତାକୁ ରଦ୍ଦ କରିଛନ୍ତି।
ଜାଲିଆତି କରି ନାଗରିକତା ହାସଲ କରିଥିବା ଅପରାଧୀଙ୍କୁ ଛଡ଼ାଯିବ ନାହିଁ।ଗୁରମିତ୍ ସିଂହ ଫେବ୍ରୁଆରି ୧୯୯୨ ରେ ସର୍ବାଧିକ ଛଅ ମାସ ପାଇଁ ଭିଜିଟର ଭାବରେ ଆମେରିକାରେ ପହଞ୍ଚିଥିଲେ।
ନ୍ୟାୟ ବିଭାଗ ଅନୁଯାୟୀ, ସେ ପରେ କିଛି ବର୍ଷ ପର୍ଯ୍ୟନ୍ତ ବିନା ଅନୁମତିରେ ଆମେରିକାରେ ରହିଥିଲେ।
ପରେ ତାଙ୍କୁ ପରିବାର-ଭିତ୍ତିକ ପ୍ରବାସୀ ଭିସା ଆବେଦନ ମାଧ୍ୟମରେ ଜୁନ୍ ୨୦୦୦ ରେ ସ୍ଥାୟୀ ନିବାସୀ ପାଇଁ ଅନୁମୋଦନ ମିଳିଥିଲା।Advertisment ଆମେରିକାର ନାଗରିକ ହେବା ପାଇଁ ଆବେଦନ କରିବାର କିଛି ସପ୍ତାହ ପୂର୍ବରୁ, ମେ" ୨୦୧୧ରେ ସେ ଅପରାଧ ଘଟାଇଥିଲେ।
ରିପୋର୍ଟ ଅନୁଯାୟୀ, ଗୁରମିତ୍ ତାଙ୍କ ନାଗରିକତା ପ୍ରକ୍ରିୟା ସମୟରେ ଏହି କାର୍ଯ୍ୟଗୁଡ଼ିକୁ ଲୁଚାଇ ରଖିଥିଲେ।
ତାଙ୍କୁ ଅକ୍ଟୋବର ୨୦୧୧ରେ ଆମେରିକାର ନାଗରିକତା ମିଳିଥିଲା।
ନାଗରିକତା ପାଇବା ପରେ, ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ଡେମୋକ୍ରାଟିକ୍ ସିନେଟ୍ ପ୍ରାର୍ଥୀଙ୍କୁ ଚେତାବନୀ ଦେଲେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।