Navi Mumbai: ମ୍ୟାଗି, ଲେଜର ନକଲି ଏକ୍ସପାୟାରୀ ତାରିଖ ଛାପି ରପ୍ତାନି ଉଦ୍ୟମ; ୭୫ ଲକ୍ଷର ସାମଗ୍ରୀ ଜବତ
"ନବୀ ମୁମ୍ବାଇ: ନବୀ ମୁମ୍ବାଇରେ ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) ଓ ପୋଲିସ କ୍ରାଇମବ୍ରାଞ୍ଚର ମିଳିତ ଚଢ଼ାଉ ଦ୍ୱାରା ଏକ ବଡ଼ ଧରଣର ଭେଜାଲ ଖାଦ୍ୟ କାରବାରର ପର୍ଦ୍ଦାଫାଶ ହୋଇଛି।
ପ୍ରସିଦ୍ଧ ବ୍ରାଣ୍ଡଗୁଡ଼ିକର ମିଆଦପୁରଣ (ଏକ୍ସପାୟାରୀ) ହୋଇସାରିଥିବା ପ୍ୟାକେଟ୍ ଆମଦାନୀ-ରପ୍ତାନି ପାଇଁ ମିଥ୍ୟା ତାରିଖ ବଦଳାଯାଇ ପୁନର୍ବାର ପ୍ୟାକେଟ୍ ହେଉଥିବା ବେଳେ ଏହି ଠକେଇ ଧରାପଡ଼ିଛି।
ଅଗଷ୍ଟ ୨୪ରୁ ୨୯ ମଧ୍ୟରେ ତୁର୍ଭେ ଟିଟିସି ଶିଳ୍ପାଞ୍ଚଳସ୍ଥିତ ''ସାଧନା ଏଣ୍ଟରପ୍ରାଇଜେସ୍'' ପରିସରରେ ହୋଇଥିବା ଅପରେସନରେ ପ୍ରାୟ ୭୫ ଲକ୍ଷ ଟଙ୍କାର ୮,୪୪୨ ପେଟି ସାମଗ୍ରୀ ଜବତ କରାଯାଇଛି।Advertisment ନୋଏଡାର ୧୦ଟି ରପ୍ତାନିକାରୀ କମ୍ପାନି ସମ୍ପୃକ୍ତ ତଦନ୍ତ ଅନୁସାରେ, ଲେଜ୍, କୁରକୁରେ, ମ୍ୟାଗି, ସୁପ୍, ରସୋଇ କରୀ ପେଷ୍ଟ, ମେୟୋନିଜ୍, ଥମ୍ସ ଅପ୍ ଏବଂ ଲିମକା ଭଳି ଦେଶର ପ୍ରମୁଖ ଖାଦ୍ୟ ଓ ପାନୀୟ ବ୍ରାଣ୍ଡର ପ୍ୟାକେଟରୁ ଇଙ୍କଜେଟ୍ ପ୍ରିଣ୍ଟର, ଥିନର ଓ ଷ୍ଟିକର ସାହାଯ୍ୟରେ ଅସଲ ନିର୍ମାଣ ଓ ଏକ୍ସପାୟାରୀ ତାରିଖ ସହ ପୋଷକ ତତ୍ତ୍ୱର ଲେବୁଲକୁ ଲିଭାଇ ନୂଆ ତାରିଖ ଛାପାଯାଉଥିଲା।
ଏହି ବେଆଇନ କାରବାରରେ ମୁମ୍ବାଇ ସମେତ ଦିଲ୍ଲୀ ଏବଂ ନୋଏଡାର ୧୦ଟି ରପ୍ତାନିକାରୀ କମ୍ପାନି ସମ୍ପୃକ୍ତ ଥିବା ଜଣାପଡ଼ିଛି।
ପୋଲିସ ଓ ଏଫଡିଏ ଅଧିକାରୀମାନେ ସମ୍ପୂର୍ଣ୍ଣ ଗୋଦାମକୁ ସିଲ୍ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି। https://sambad.in/india-and-beyond/india-lpg-imports-from-us-rise-254-percent-crude-oil-imports-fall-12478423 "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।