Habishyali Registration Opens Online: ନିଶୁଳ୍କ ହବିଷ୍ୟାଳି ଯୋଜନା ପାଇଁ ଆଜିଠୁ ଅନଲାଇନ୍ ଆବେଦନ, ଜାଣନ୍ତୁ ପ୍ରକ୍ରିୟା

Oct 06, 2026 - 10:40
Habishyali Registration Opens Online: ନିଶୁଳ୍କ ହବିଷ୍ୟାଳି ଯୋଜନା ପାଇଁ ଆଜିଠୁ ଅନଲାଇନ୍ ଆବେଦନ, ଜାଣନ୍ତୁ ପ୍ରକ୍ରିୟା

ନିଶୁଳ୍କ ହବିଷ୍ୟାଳି ଯୋଜନା ପାଇଁ ଆଜିଠୁ ଆରମ୍ଭ ହେଉଛି ଅନଲାଇନ୍ ଆବେଦନ। https://edistrict.odisha.gov.in ପୋର୍ଟାଲରେ ଆବେଦନ କରିପାରିବେ ହବିଷ୍ୟାଳି। ଧାର୍ଯ୍ୟ ସଂଖ୍ୟା ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନ୍ ରେଜିଷ୍ଟ୍ରେସନ୍ ଚାଲିବ। ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ ବର୍ଷରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିତ ମହିଳା ଆବେଦନ କରିପାରିବେ। କେବଳ ଅନଲାଇନ୍ ରେଜିଷ୍ଟ୍ରେସନ୍ ମାଧ୍ୟମରେ ହବିଷ୍ୟାଳି ପଞ୍ଜୀକରଣକୁ ଗୃହିତ କରାଯିବ।

ଅକ୍ଟୋବର ୨୬ରୁ ଆରମ୍ଭ ହେଉଛି କାର୍ତ୍ତିକ ମାସ। ନଭେମ୍ବର ୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳି। ଚଳିତ ବର୍ଷ ପୁରୀରେ ୩୦ ଜିଲ୍ଲାରୁ ୨୫୦୦ ହବିଷ୍ୟାଳି ରହିବାକୁ ଯୋଜନା ହୋଇଛି। ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ହବିଷ୍ୟାଳିଙ୍କ ରହଣୀ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସହ ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯିବ।  

ନିଶୁଳ୍କ ହବିଷ୍ୟାଳି ଯୋଜନା ପାଇଁ ଅନଲାଇନ୍ ଆବେଦନ ଆରମ୍ଭ
https://edistrict.odisha.gov.in ପୋର୍ଟାଲରେ ହେବ ଆବେଦନ
ଧାର୍ଯ୍ୟ ସଂଖ୍ୟା ପୂରଣ ହେବା ପର୍ଯ୍ୟନ୍ତ ଚାଲିବ ଅନଲାଇନ୍ ରେଜିଷ୍ଟ୍ରେସନ୍
ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳି
ଚଳିତ ବର୍ଷ ପୁରୀରେ ୨୫୦୦ ହବିଷ୍ୟାଳି ରହିବାକୁ ଯୋଜନା
ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ରହଣୀ
ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସହ ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।