HAL Museum: ହାଲ୍ ସଂଗ୍ରହାଳୟରେ ପରାକ୍ରମର ନମୁନା: ଶୋଭା ବଢ଼ାଉଛି ମିଗ୍-୨୧ ଯୁଦ୍ଧ ବିମାନ
କୋରାପୁଟ: ଭାରତୀୟ ବାୟୁସେନାରେ ସାମିଲ ହୋଇ ଦେଶକୁ ୬୨ବର୍ଷ ସେବା ଦେବା ପରେ ମିଗ୍ ବିମାନର ଯୁଗାବସାନ ହୋଇଛି। ପାକିସ୍ତାନକୁ ଯୁଦ୍ଧରେ ବାରମ୍ବାର ଧୂଳି ଚଟାଇଥିବା ମିଗ୍-୨୧ ଯୁଦ୍ଧ ବିମାନ ଏବେ ସୁନାବେଡ଼ା ହାଲ୍ ସଂଗ୍ରହାଳୟରେ ବୀରଗାଥା ବର୍ଣ୍ଣନା କରୁଛି। ପରିବର୍ତ୍ତିତ ଯୁଦ୍ଧ ରଣନୀତିରେ ଭାରତୀୟ ବାୟୁସେନାରେ ଯଦିଓ ଅନେକ ନୂଆ ଯୁଦ୍ଧ ବିମାନ ସାମିଲ ହୋଇଛି, ତଥାପି ମିଗ୍-୨୧ ବିମାନର ପରାକ୍ରମ ଏବେ ବି ଲୋକଲୋଚନକୁ ଆସିବା ପାଇଁ ବାକି ରହିଛି।
Neglect: ଭତ୍ତା ବିନା ଭିକ୍ଷାବୃତ୍ତିରେ ବଞ୍ଚିଛନ୍ତି ୭ ବୁଢ଼ାବୁଢ଼ୀ
ରୁଷିଆ ପ୍ରସ୍ତୁତ ମିଗ୍-୨୧ ଯୁଦ୍ଧ ବିମାନର ଜ୍ଞାନକୌଶଳକୁ ଆପଣେଇ ଭାରତ ନିଜେ ଏହି ଯୁଦ୍ଧ ବିମାନ ତିଆରି କରିବା ସହ ଭାରତୀୟ ବାୟୁସେନାର ପ୍ରଥମ ସୁପରସୋନିକ ଫାଇଟର୍ ଜେଟ୍ ଭାବେ ସାମିଲ କରିଥିଲା। ୧୯୬୮ ମସିହାରେ ମିଗ୍ ଇଞ୍ଜିନ ନିର୍ମାଣ ଦାୟିତ୍ବ ସୁନାବେଡ଼ା ଏଚ୍ଏଏଲ୍ (ହାଲ୍)କୁ ମିଳିଥିଲା। ହାଲ୍ ମିଗ୍-୨୧, ମିଗ୍-୨୭, ମିଗ୍-୨୯ର ସମସ୍ତ ଇଞ୍ଜିନ୍ ସଫଳତାର ସହ ନିର୍ମାଣ କରିଛି। ମିଗ୍-୨୧ ଯୁଦ୍ଧ ବିମାନର ଇତିହାସକୁ ଦେଖିଲେ, ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ସେନାକୁ ଅଗ୍ରଣୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ପାକିସ୍ତାନର ୪ଟି ପିଏଏଫ୍-୧୦୪ ଏଏସ୍, ଦୁଇଟି ଏଫ୍–୬ସିଏସ୍, ଗୋଟିଏ ଏଫ୍-୮୬ଏଫ୍ ସବରେ, ଗୋଟିଏ ସି-୧୩୦ଇ ହର୍କୁଲେସ ଯୁଦ୍ଧ ବିମାନକୁ ନଷ୍ଟ କରିବା ସହ ଦୁଇଟି ଏଫ୍-୧୦୪ଏସ୍କୁ ଅକାମୀ କରିବାରେ ସଫଳ ହୋଇଥିଲା। ଏହି ଯୁଦ୍ଧରେ ମିଗ୍-୨୧ ବିମାନର ପରାକ୍ରମ ଦେଖି ଇରାକ ସମେତ ଅନେକ ଦେଶ ଭାରତଠାରୁ ଯୁଦ୍ଧ ବିମାନ କିଣିବା ତଥା ଜ୍ଞାନ କୌଶଳ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।
IndiaSkills: ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି
କାରଗିଲ୍ ଯୁଦ୍ଧରେ ମଧ୍ୟ ମିଗ୍ ଯୁଦ୍ଧବିମାନ ୧୬୦୦୦ ଫୁଟ ଉଚ୍ଚରେ ଉଡ଼ି ଶତ୍ରୁପକ୍ଷକୁ ଦମନ କରିବାରେ ମୁଖ୍ୟ ଭୂମିକା ନେଇଥିଲା। ୧୯୯୯ ମସିହାରେ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ବ୍ରିକେଟ-୧୧୫୦ ଅଟାଲାଣ୍ଟିକ ମାରିଟାଇମ ପେଟ୍ରୋଲ ଏୟାରକ୍ରାଫ୍ଟକୁ ମିଗ୍ ବିମାନ ସଫଳତାର ସହ ଖସାଇଥିଲା। ୨୦୧୯ରେ ଗ୍ରୁପ୍ କ୍ୟାପଟେନ୍ ଅଭିନନ୍ଦନ ବର୍ତ୍ତମାନ ମିଗ୍ ବିମାନ ଦ୍ୱାରା ଆମେରିକା ପ୍ରଦତ୍ତ ପାକିସ୍ତାନର ଶକ୍ତିଶାଳୀ ବିମାନକୁ ଖସାଇବାରେ ସଫଳ ହୋଇଥିଲେ। ଅପରେସନ୍ ସିନ୍ଦୂରରେ ମଧ୍ୟ ଦୁଇଟି ମିଗ୍ ଫାଇଟର୍ ଜେଟ୍ ପାକିସ୍ତାନୀ ଆତଙ୍କବାଦୀ ଠିକଣା ଉପରେ ସିଧାସଳଖ ପ୍ରହାର କରିଥିଲେ। କିଛି ବର୍ଷ ମଧ୍ୟରେ ଯୁଦ୍ଧର ଆୟାମ, ପରିସ୍ଥିତି ବଦଳିଥିବାରୁ ନୂଆ ଜ୍ଞାନ କୌଶଳରେ ନିର୍ମିତ ମିସାଇଲ୍ ଓ ଡ୍ରୋନ୍ ସେନାରେ ସାମିଲ ହୋଇଛି। ସେହିପରି ଶକ୍ତିଶାଳୀ ତଥା ଅତ୍ୟାଧୁନିକ ତେଜସ୍, ରାଫେଲ୍ ଓ ସୁଖୋଇ ଭଳି ଯୁଦ୍ଧ ବିମାନ ସାମିଲ ହେବା ପରେ ସମ୍ମାନ ଏବଂ ଗର୍ବର ସହ ମିଗ୍ ବିମାନ ସେବା ପ୍ରଦାନରୁ ବିରାମ ନେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।