Handball: ଓଡ଼ିଶା ହ୍ୟାଣ୍ଡ୍‌ବଲ୍‌ ସଂଘ ନିର୍ବାଚନ; ପୁଣି ବିପ୍ଳବ ସଭାପତି, ମାନସ ସମ୍ପାଦକ

Sep 08, 2026 - 16:15
Handball: ଓଡ଼ିଶା ହ୍ୟାଣ୍ଡ୍‌ବଲ୍‌ ସଂଘ ନିର୍ବାଚନ; ପୁଣି ବିପ୍ଳବ ସଭାପତି, ମାନସ ସମ୍ପାଦକ

"ଭୁବନେଶ୍ବର: ପୁରୀର ଝାଡ଼େଶ୍ବରୀ କ୍ଲବ୍‌ ପରିସରରେ ଓଡ଼ିଶା ହ୍ୟାଣ୍ଡ୍‌ବଲ୍‌ ସଂଘର ସାଧାରଣ ପରିଷଦ ବୈଠକ ଏବଂ ନୂଆ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।

ବିପ୍ଳବ ଚୌଧୁରୀ ସଭାପତି, ମାନସ ସିଂହ ସାଧାରଣ ସମ୍ପାଦକ, ଶୀତେନ୍ଦ୍ରନାଥ ଦାସ କୋଷାଧ୍ୟକ୍ଷ ଭାବେ ପୁନଃନିର୍ବାଚିତ ହୋଇଛନ୍ତି।

Advertisment ଉପସଭାପତି ଭାବେ ଋତିକ ଚୌଧୁରୀ, ସୁରେଶ ଚନ୍ଦ୍ର ପାଢ଼ୀ, ରମେଶ ପୃଷ୍ଠି, ପାର୍ଥ ସାରଥୀ ମହାପାତ୍ର ଏବଂ ଯୁଗ୍ମ ସମ୍ପାଦକ ଭାବେ ଗୌରୀଶଙ୍କର ମିଶ୍ର, ଗୀତାଞ୍ଜଳି ଦାଶ ମନୋନୀତ ହୋଇଛନ୍ତି।

କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଶାରଦା ପ୍ରସାଦ ଦାସ, ପ୍ରଶାନ୍ତ ରଥ, ଶୁଭେନ୍ଦୁ ନାରାୟଣ ଚୌଧୁରୀ, ପ୍ରତାପ କୁମାର ମହାନ୍ତି, ପ୍ରଣୟ କୁମାର ପାଣି, ବିଷ୍ଣୁପ୍ରସାଦ ପଟ୍ଟନାୟକ ସାମିଲ ଅଛନ୍ତି।

ପ୍ରଶାନ୍ତ କୁମାର ନାୟକ ରାଜ୍ୟ ପକ୍ଷରୁ ପର୍ଯ୍ୟବେକ୍ଷକ ଏବଂ ଭାରତୀୟ ହ୍ୟାଣ୍ଡ୍‌ବଲ୍‌ ସଂଘ (ହାଇ) ପର୍ଯ୍ୟପେକ୍ଷକ ଭାବେ ଝାଡ଼ଖଣ୍ଡ ସଂଘ କୋଷାଧ୍ୟକ୍ଷ ସୟଦ ସମିମ୍‌ ଅହମ୍ମଦ ଉପସ୍ଥିତ ଥିଲେ।

ସଂଘର ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା ହୋଇଥିଲା।

ଶେଷରେ ଶେଷରେ ଭୁବନେଶ୍ୱର ହ୍ୟାଣ୍ଡ୍‌ବଲ୍‌ ସଂଘ ଉପ ସଭାପତି ସକଳେଶ୍ୱର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ରାଜ୍ୟ ବରିଷ୍ଠ ହ୍ୟାଣ୍ଡ୍‌ବଲ୍‌ ପ୍ରତିଯୋଗିତା କେନ୍ଦୁଝରରେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।