Supreme Court: ଅଣ୍ଡରୱାର୍ଲ୍ଡ ଡନ୍ ଆବୁ ସାଲେମକୁ ବଡ଼ ଝଟକା: ମୁକ୍ତି ଆବେଦନ ସୁପ୍ରିମକୋର୍ଟରେ ଖାରଜ

Sep 10, 2026 - 13:12
Supreme Court: ଅଣ୍ଡରୱାର୍ଲ୍ଡ ଡନ୍ ଆବୁ ସାଲେମକୁ ବଡ଼ ଝଟକା: ମୁକ୍ତି ଆବେଦନ ସୁପ୍ରିମକୋର୍ଟରେ ଖାରଜ

"ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟ ୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣର ଦୋଷୀ ଏବଂ ଗ୍ୟାଙ୍ଗଷ୍ଟର ଆବୁ ସାଲେମକୁ ସମୟ ପୂର୍ବରୁ ମୁକ୍ତି ପାଇଁ କରାଯାଇଥିବା ଏକ ଆବେଦନକୁ ଖାରଜ କରିଦେଇଛନ୍ତି।

୨୭ ଜୁଲାଇରେ, ସୁପ୍ରିମକୋର୍ଟ ଆବୁ ସାଲେମଙ୍କ ଆବେଦନ ଉପରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

ଜଷ୍ଟିସ୍ ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟାଙ୍କ ଖଣ୍ଡପୀଠ ଏପ୍ରିଲରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ କାଏମ୍ ରଖିଛନ୍ତି।

ଆବୁ ସାଲେମ ଯୁକ୍ତି ଦେଇଥିଲା ଯେ, ସେ ତାଙ୍କ ଦଣ୍ଡାଦେଶର ୨୫ ବର୍ଷ ପୂରଣ କରିଛନ୍ତି, ଯେଉଁଥିରେ ଛାଡ଼ ମଧ୍ୟ ରହିଛି।

ସେଥିପାଇଁ ତାଙ୍କୁ ମୁକ୍ତ କରାଯିବା ଉଚିତ୍।

ତେବେ ବମ୍ବେ ହାଇକୋର୍ଟ ରାୟ ଦେଇଥିଲେ ଯେ ତାଙ୍କ ଆବେଦନ ସମୟ ପୂର୍ବରୁ ଦାଖଲ କରାଯାଇଥିଲା।

ତାଙ୍କର ୨୫ ବର୍ଷର ଦଣ୍ଡାଦେଶ ୨୦୩୦ ମସିହାରେ ସମାପ୍ତ ହେବ।

କୋର୍ଟ ସାଲେମଙ୍କ ଆବେଦନକୁ ସମୟ ପୂର୍ବରୁ ଏବଂ ଏକ ଭୁଲ୍ ଧାରଣା ଉପରେ ଆଧାରିତ ବୋଲି କହିଥିଲେ।

ଆବୁ ସାଲେମ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରିଥିଲେ।

ତେବେ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କର ରାୟକୁ କାଏମ୍ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ପୂର୍ବରୁ ଫେବ୍ରୁଆରିରେ ମଧ୍ୟ ଆବୁ ସାଲେମ ଆବେଦନକୁ ଖାରଜ କରିଥିଲେ।Advertisment ୨୫ ବର୍ଷ ଜେଲଦଣ୍ଡ ପୂରଣ କରିସାରିଛନ୍ତି ଆବେଦନରେ ଯୁକ୍ତି ଦର୍ଶାଯାଇଥିଲା ଯେ, ପର୍ତ୍ତୁଗାଲରୁ ପ୍ରତ୍ୟର୍ପଣ ସର୍ତ୍ତାବଳୀ ଅନୁଯାୟୀ ସେ ଭାରତରେ ୨୫ ବର୍ଷ ଜେଲଦଣ୍ଡ ପୂରଣ କରିସାରିଛନ୍ତି।

ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତିନାମାର ସର୍ତ୍ତାବଳୀ ଅନୁଯାୟୀ, ଆବୁ ସାଲେମକୁ ମୃତ୍ୟୁଦଣ୍ଡ ଦିଆଯାଇପାରିବ ନାହିଁ ଏବଂ ଜେଲଦଣ୍ଡ ୨୫ ବର୍ଷରୁ ଅଧିକ ହୋଇପାରିବ ନାହିଁ।୧୨ ମାର୍ଚ୍ଚ ୧୯୯୩ରେ ମୁମ୍ବାଇରେ ଗୋଟିଏ ପରେ ଗୋଟିଏ ୧୨ଟି ବଡ଼ ଧରଣର ବୋମା ବିସ୍ଫୋରଣ ଘଟିଥିଲା।

ଏହି ବିସ୍ଫୋରଣରେ ୨୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୭୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ।

ଏହି ମାମଲାରେ ୨୦୦୫ ମସିହାରେ ଆବୁ ସାଲେମକୁ ପର୍ତ୍ତୁଗାଲରୁ ପ୍ରତ୍ୟର୍ପଣ କରାଯାଇଥିଲା।

ମୁମ୍ବାଇ ବିସ୍ଫୋରଣରେ ସମ୍ପୃକ୍ତି ପାଇଁ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

Odisha CM: ୟୁଏଇ ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।