perfume: ପରଫ୍ୟୁମ୍ରେ କେଉଁ କେମିକାଲ୍ ଥାଏ? ଜାଣନ୍ତୁ ଏଥିରେ ଏଥାନୋଲ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା
"ନୂଆଦିଲ୍ଲୀ: ଆଜିକାଲିର ଜୀବନଶୈଳୀରେ ପରଫ୍ୟୁମର ବ୍ୟବହାର ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି।
ବିଶେଷ ପ୍ରସଙ୍ଗ ହେଉ କିମ୍ବା ଦୈନନ୍ଦିନ କାମ, ସୁଗନ୍ଧିତ ହୋଇ ରହିବା ସମସ୍ତଙ୍କୁ ପସନ୍ଦ।
ଏହା ନା କେବଳ ମନକୁ ସତେଜ ରଖେ, ବରଂ ଆତ୍ମବିଶ୍ୱାସ ମଧ୍ୟ ବଢ଼ାଇଥାଏ।
ମାତ୍ର କାଚ ବୋତଲରେ ବନ୍ଦ ହୋଇ ରହିଥିବା ଏହି ମନମୁଗ୍ଧକର ବାସ୍ନା କିପରି ତିଆରି ହୁଏ ଏବଂ ଏଥିରେ କେଉଁ କେମିକାଲ୍ ମିଶାଯାଏ, ସେ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି।Advertisment ଯେକୌଣସି ପରଫ୍ୟୁମ୍ ତିଆରି କରିବା ପାଇଁ ମୁଖ୍ୟତଃ ତିନୋଟି ଜିନିଷର ବ୍ୟବହାର କରାଯାଇଥାଏ | ସେଗୁଡିକ ହେଉଛି ସୁଗନ୍ଧିତ ତେଲ, ଫିକ୍ସେଟିଭ୍ ଓ ଏଥାନୋଲ୍ କିମ୍ବା ଆଲକୋହଲ୍ | ଆହୁରି ପଢନ୍ତୁ :Supreme Court: ଅଣ୍ଡରୱାର୍ଲ୍ଡ ଡନ୍ ଆବୁ ସାଲେମକୁ ବଡ଼ ଝଟକା: ମୁକ୍ତି ଆବେଦନ ସୁପ୍ରିମକୋର୍ଟରେ ଖାରଜ ୧.
ସୁଗନ୍ଧିତ ତେଲ ଏହା ପରଫ୍ୟୁମ୍କୁ ତା"ର ମୂଳ ସୁଗନ୍ଧ ଦେଇଥାଏ।
ଏହା ଦୁଇ ପ୍ରକାରର ହୋଇଥାଏ - ପ୍ରାକୃତିକ ଓ ସିନ୍ଥେଟିକ୍।
ପ୍ରାକୃତିକ ତେଲ ବିଭିନ୍ନ ଫୁଲ (ଯେପରିକି ଗୋଲାପ), ଚନ୍ଦନ, ଫଳ, ମସଲା ଓ ପତ୍ରରୁ ବାହାର କରାଯାଏ।
ଅନ୍ୟପଟେ, ସିନ୍ଥେଟିକ୍ କମ୍ପାଉଣ୍ଡଗୁଡ଼ିକ ଲାବୋରେଟରୀରେ କେମିକାଲ୍ ରିଆକ୍ସନ୍ ମାଧ୍ୟମରେ ପ୍ରସ୍ତୁତ କରାଯାଏ।
ଏଗୁଡ଼ିକ ଶସ୍ତା ଏବଂ ବହୁ ପରିମାଣରେ ତିଆରି କରିବା ସହଜ ହୋଇଥାଏ।
ଆହୁରି ପଢନ୍ତୁ :Football Match: ଭାରତ ଆସିବେ ଭିନିସିଅସ୍ ଜୁନିୟର, ରାଫିନା; କୋଲ୍କାତା ମ୍ୟାଚ୍ ଲାଗି ବ୍ରାଜିଲ୍ ଦଳ ଘୋଷିତ ୨.
ଫିକ୍ସେଟିଭ୍ ସୁଗନ୍ଧିତ ତେଲଗୁଡ଼ିକ ଖୁବ୍ ହାଲୁକା ହୋଇଥିବାରୁ ପବନରେ ଶୀଘ୍ର ଉଡ଼ିଯାଆନ୍ତି।
ସୁଗନ୍ଧକୁ ଦୀର୍ଘସମୟ ପର୍ଯ୍ୟନ୍ତ ବଜାୟ ରଖିବା ପାଇଁ ପରଫ୍ୟୁମ୍ରେ "ଫିକ୍ସେଟିଭ୍" ନାମକ କେମିକାଲ୍ ମିଶାଯାଏ।
ଏହା ବାସ୍ନାକୁ ଧୀରେ ଧୀରେ ଏବଂ ସାରା ଦିନ ବ୍ୟାପିବାରେ ସାହାଯ୍ୟ କରେ।
ଆହୁରି ପଢନ୍ତୁ :Odisha CM: ୟୁଏଇ ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ୩.
ଏଥାନୋଲ୍ ର ଗୁରୁତ୍ୱପୂର୍ଣ୍ଣ ଭୂମିକାଯେକୌଣସି ପରଫ୍ୟୁମ୍ର ପ୍ରାୟ ୭୦ ରୁ ୯୦ ପ୍ରତିଶତ ଭାଗ ଏଥାନୋଲ୍ (ଆଲକୋହଲ୍) ହୋଇଥାଏ।
ଏହାର ମୁଖ୍ୟ କାର୍ଯ୍ୟଗୁଡ଼ିକ ହେଲା ବହଳିଆ ସୁଗନ୍ଧିତ ତେଲକୁ ମିଶାଇ ଏକ ହାଲୁକା ତରଳ ରୂପ ଦେବାରେ ଏଥାନୋଲ୍ ସାହାଯ୍ୟ କରେ, ଯାହା ଦ୍ୱାରା ଏହାକୁ ତ୍ୱଚା କିମ୍ବା ପୋଷାକରେ ସ୍ପ୍ରେ କରିବା ସହଜ ହୁଏ।
ସେହିପରି ଏଥାନୋଲ୍ ବାୟୁସଂସ୍ପର୍ଶରେ ଆସି ଶୀଘ୍ର ଉଡ଼ିଯାଏ, ଯାହା ଫଳରେ ସୁଗନ୍ଧ ସଙ୍ଗେ ସଙ୍ଗେ ଚାରିଆଡ଼େ ବ୍ୟାପିବାକୁ ଲାଗେ।
ଏହା ତେଲଗୁଡ଼ିକୁ ନଷ୍ଟ ହେବାରୁ ରକ୍ଷା କରେ।
ସେହିପରି ସିଧାସଳଖ ବହଳିଆ ତେଲ ତ୍ୱଚାରେ ଲଗାଇଲେ ଏଲର୍ଜି କିମ୍ବା ପୋଡ଼ାଜଳା ହୋଇପାରେ, ମାତ୍ର ଏଥାନୋଲ୍ ଏହାକୁ ତ୍ୱଚା ପାଇଁ ସୁରକ୍ଷିତ କରିଥାଏ।
ଆହୁରି ପଢନ୍ତୁ :Bank Strike: ଆସନ୍ତାକାଲି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ବଜାରରେ ମିଳୁଥିବା ପରଫ୍ୟୁମ୍ର ପ୍ରକାରଭେଦ ଏହି ଏଥାନୋଲ୍ ଓ ସୁଗନ୍ଧିତ ତେଲର ଅନୁପାତ ଉପରେ ନିର୍ଭର କରେ।
ଯେଉଁ ପରଫ୍ୟୁମ୍ରେ ତେଲର ପରିମାଣ ଅଧିକ ଓ ଏଥାନୋଲ୍ କମ୍ ଥାଏ, ତାହା ଅଧିକ ସମୟ ପର୍ଯ୍ୟନ୍ତ ବାସ୍ନା ଦିଏ ଏବଂ ଦାମୀ ହୋଇଥାଏ।
ସେହିପରି ଯେଉଁଥିରେ ଏଥାନୋଲ୍ର ପରିମାଣ ଅଧିକ ଥାଏ, ତାହା ହାଲୁକା, ଶସ୍ତା ଓ କମ୍ ସମୟ ପର୍ଯ୍ୟନ୍ତ ରହିଥାଏ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।