Hanging Body: ହସ୍ପିଟାଲ୍ କ୍ବାର୍ଟରରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Aug 08, 2026 - 10:26
Hanging Body: ହସ୍ପିଟାଲ୍ କ୍ବାର୍ଟରରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

"ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ସେହି ହସ୍ପିଟାଲର ଏକ କ୍ବାର୍ଟରରୁ ଉଦ୍ଧାର ହୋଇଛି।

ଗତକାଲି ବିଳମ୍ବିିତ ରାତିରେ ସେ ଫାଶୀ ଲଗେଇ ଆତ୍ମହତ୍ୟା କରିଥିବା ଅଭିଯୋଗହୋଇଛି।Advertisment ପ୍ରେମ ସମ୍ପର୍କରୁ ଆତ୍ମହତ୍ୟା ସନ୍ଦେହ ସୂଚନା ଅନୁଯାୟୀ, ଯୁବତୀ ଜଣକ କୋଦୋପାଲିର ବାସିନ୍ଦା।

ତାଙ୍କ ନାମ ମମତା ମାଝୀ(୩୦)।

ସେ ଅନେକ ଦିନରୁ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ।

ଯୁବକ ଜଣକ ମଧ୍ୟ ସେ କୋଦୋପାଲିର ବୋଲି କୁହାଯାଉଛି।

ସେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲ l  ଏହି ଆତ୍ମହତ୍ୟା ପ୍ରେମ ସମ୍ପର୍କରୁ ହୋଇଛି ବୋଲି ପୁଲିସ ସନ୍ଦେହ କରୁଛି ।

ନୂଆପଡ଼ାରୁ ସାଇଣ୍ଟିଫିକ ଟିମ୍ ଆସିଲା ପରେ ପୁଲିସ ତଦନ୍ତ ଆରମ୍ଭ କରିବା ନେଇ ସୂଚନା ରହିଛି।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

US Senate Passes: ଭାରତ ଉପରେ ୧୦୦% ଶୁଳ୍କ ଏବଂ ରୁଷ ଉପରେ କଟକଣା ବିଲ୍ ଆମେରିକା ସିନେଟରେ ପାରିତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।