Modi Netanyahu Call: ମୋଦୀଙ୍କୁ ଧନ୍ୟବାଦ ଦେଲେ ନେତାନ୍ୟାହୁ: ଭାରତ-ଇସ୍ରାଏଲ ସମ୍ପର୍କକୁ ମଜବୁତ କରିବାକୁ ପ୍ରତିଶ୍ରୁତି

Aug 08, 2026 - 10:26
Modi Netanyahu Call: ମୋଦୀଙ୍କୁ ଧନ୍ୟବାଦ ଦେଲେ ନେତାନ୍ୟାହୁ: ଭାରତ-ଇସ୍ରାଏଲ ସମ୍ପର୍କକୁ ମଜବୁତ କରିବାକୁ ପ୍ରତିଶ୍ରୁତି

"ତେଲ ଅଭିଭ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି।

ପୂର୍ବରୁ ଦୁଇ ନେତା ଶୁକ୍ରବାର ଏକ ଫୋନ୍ ବାର୍ତ୍ତାଳାପ କରିଥିଲେ, ଯେଉଁଥିରେ ସେମାନେ ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଭାରତ-ଇସ୍ରାଏଲ ରଣନୈତିକ ସହଭାଗୀତାର ଅଗ୍ରଗତି ସମୀକ୍ଷା କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଏହି ସୂଚନା ସେୟାର କରିଥିଲେ।Advertisment ରଣନୈତିକ ସହଭାଗୀତାର ଅଗ୍ରଗତି ଦିଗରେ ସମୀକ୍ଷା ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପୋଷ୍ଟରେ ଲେଖିଥିଲେ, ମୁଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କଠାରୁ ଏକ ଫୋନ୍ କଲ୍ ପାଇଲି।

ଆମେ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ସହଭାଗୀତାର ବିଭିନ୍ନ ଦିଗରେ ଅଗ୍ରଗତି ସମୀକ୍ଷା କଲୁ, ଯାହା ମଜବୁତ ଏବଂ ବିକଶିତ ହେବାରେ ଲାଗିଛି।

ଆମେ ପଶ୍ଚିମ ଏସିଆର ବର୍ତ୍ତମାନର ପରିସ୍ଥିତି ଉପରେ ମଧ୍ୟ ମତ ବିନିମୟ କରିଛୁ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଲୋଚନାର ବିବରଣୀ ପ୍ରଦାନ କରିନାହିଁ କିନ୍ତୁ କହିଛି ଯେ ଦୁଇ ନେତା ଭବିଷ୍ୟତରେ ଯୋଗାଯୋଗ ବଜାୟ ରଖିବାକୁ ରାଜି ହୋଇଛନ୍ତି।ନେତାନ୍ୟାହୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ଧନ୍ୟବାଦ ମୋର ବନ୍ଧୁ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଆମେ ଏକାଠି ଇସ୍ରାଏଲ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ମଜବୁତ କରିବୁ।

US Senate Passes: ଭାରତ ଉପରେ ୧୦୦% ଶୁଳ୍କ ଏବଂ ରୁଷ ଉପରେ କଟକଣା ବିଲ୍ ଆମେରିକା ସିନେଟରେ ପାରିତ ସୂଚନାଯୋଗ୍ୟ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳରେ ଭାରତ-ଇସ୍ରାଏଲ ସମ୍ପର୍କ ଯଥେଷ୍ଟ ମଜବୁତ ହୋଇଛି।

ପ୍ରତିରକ୍ଷା, ନବସୃଜନ, ପ୍ରଯୁକ୍ତିବିଦ୍ୟା, ସାଇବର ସୁରକ୍ଷା ଏବଂ ବାଣିଜ୍ୟ ଭଳି କ୍ଷେତ୍ରରେ ଦୁଇ ଦେଶ ଘନିଷ୍ଠ ସହଯୋଗ ବଜାୟ ରଖିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।