'Harvest Moon': ଚର୍ଚ୍ଚାରେ ଆଜି ରାତିର ‘ହାର୍ଭେଷ୍ଟ ମୁନ୍’
"ଭୁବନେଶ୍ବର: ଚର୍ଚ୍ଚାରେ ସେପ୍ଟେମ୍ବର ୨୬ ରାତିର ଚନ୍ଦ୍ର।
ଆଜିର ଚନ୍ଦ୍ର କେବଳ ପୂର୍ଣ୍ଣିମା ପାଇଁ ଚର୍ଚ୍ଚାରେ ନାହାନ୍ତି ଏହାକୁ "ହାର୍ଭେଷ୍ଟ ମୁନ୍" ମଧ୍ୟ କୁହାଯାଉଛି।
ଅନ୍ୟପକ୍ଷରେ ହିନ୍ଦୁ ପଞ୍ଜିକା ଅନୁସାରେ ଆଜି ଭାଦ୍ରବ ପୂର୍ଣ୍ଣିମା, ଯାହାର ପିତୃପକ୍ଷ ସହ ମଧ୍ୟ ବିଶେଷ ସମ୍ପର୍କ ରହିଛି।Advertisment କାହିଁକି କୁହାଯାଏ "ହାର୍ଭେଷ୍ଟ ମୁନ୍"?
ପ୍ରତିବର୍ଷ ଶରତ ବିଷୁବର ସବୁଠାରୁ ନିକଟରେ ଆସୁଥିବା ପୂର୍ଣ୍ଣିମାକୁ "ହାର୍ଭେଷ୍ଟ ମୁନ୍" କୁହାଯାଏ।
ଏବର୍ଷ ଶରତ ବିଷୁବ ସେପ୍ଟେମ୍ବର ୨୩ରେ ହୋଇଥିଲା ଏବଂ ଏହାର ତିନି ଦିନ ପରେ, ସେପ୍ଟେମ୍ବର ୨୬ରେ ପୂର୍ଣ୍ଣିମା ପଡ଼ୁଛି।
ତେଣୁ ଆଜି ଦେଖାଯାଉଥିବା ଚନ୍ଦ୍ରକୁ "ହାର୍ଭେଷ୍ଟ ମୁନ୍" କୁହାଯାଉଛି। "ହାର୍ଭେଷ୍ଟ ମୁନ୍" ନାମର ସମ୍ପର୍କ କୃଷି ସହ ରହିଛି।
ପୁରୁଣା ସମୟରେ ବର୍ଷର ଏହି ସମୟରେ ଚାଷୀମାନେ ଫସଲ ଅମଳ କରୁଥିଲେ।
ପୂର୍ଣ୍ଣିମା ସମୟରେ ସୂର୍ଯ୍ୟାସ୍ତ ପରେ ଚନ୍ଦ୍ର ଶୀଘ୍ର ଉଦୟ ହେଉଥିଲା ଏବଂ ଚନ୍ଦ୍ରାଲୋକରେ ଚାଷୀମାନେ ସନ୍ଧ୍ୟା ସମୟରେ ମଧ୍ୟ କ୍ଷେତରେ କାମ କରିପାରୁଥିଲେ।
ଏହି କାରଣରୁ ଏହାକୁ "ଫସଲର ଚନ୍ଦ୍ର" ବୋଲି କୁହାଯାଉଥିଲା।
ଆଜିର ଚନ୍ଦ୍ର ସାଧାରଣ ଦିନ ତୁଳନାରେ ଅଧିକ ହଳଦିଆ କିମ୍ବା କମଳା ରଙ୍ଗର ମଧ୍ୟ ଦେଖାଯାଇପାରେ।
ଏହାର ଅର୍ଥ ନୁହେଁ ଯେ "ହାର୍ଭେଷ୍ଟ ମୁନ୍"ର ରଙ୍ଗ ସବୁବେଳେ କମଳା ହୋଇଥାଏ।
ଦିଗବଳୟ ନିକଟରେ ଚନ୍ଦ୍ର ଥିବା ସମୟରେ ତାଙ୍କ ଆଲୋକ ପୃଥିବୀର ବାୟୁମଣ୍ଡଳ ଦେଇ ଅଧିକ ଦୂରତା ଅତିକ୍ରମ କରେ।
ଏହି କାରଣରୁ ଚନ୍ଦ୍ରଙ୍କ ରଙ୍ଗ ବଦଳିଥିବା ପରି ଦେଖାଯାଇପାରେ।
ଭାଦ୍ରବ ପୂର୍ଣ୍ଣିମାର ମହତ୍ତ୍ୱ କ"ଣ?
ହିନ୍ଦୁ ପଞ୍ଜିକା ଅନୁସାରେ ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷର ପୂର୍ଣ୍ଣିମା।
ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ସ୍ନାନ, ଦାନ, ବ୍ରତ ଏବଂ ଭଗବାନ ବିଷ୍ଣୁଙ୍କ ସତ୍ୟନାରାୟଣ ସ୍ୱରୂପଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି।
ଭାଦ୍ରବ ପୂର୍ଣ୍ଣିମାର ପିତୃମାନଙ୍କ ସହ ମଧ୍ୟ ସମ୍ପର୍କ ରହିଛି।
ଏହି ଦିନ ପୂର୍ଣ୍ଣିମା ଶ୍ରାଦ୍ଧ କରାଯାଏ।
ବିଶେଷକରି ଯେଉଁ ପିତୃମାନଙ୍କ ମୃତ୍ୟୁ ପୂର୍ଣ୍ଣିମା ତିଥିରେ ହୋଇଥାଏ, ସେମାନଙ୍କ ପାଇଁ ଏହି ଦିନ ଶ୍ରାଦ୍ଧ କରିବାର ପରମ୍ପରା ରହିଛି।
ଏହାପରେ କୃଷ୍ଣପକ୍ଷ ପ୍ରତିପଦାଠାରୁ ପିତୃପକ୍ଷର ଅନ୍ୟ ଶ୍ରାଦ୍ଧ ତିଥିଗୁଡ଼ିକ ଆରମ୍ଭ ହୁଏ।
ତେଣୁ ଆଜିର ଚନ୍ଦ୍ର ଦୁଇଟି କାରଣରୁ ଚର୍ଚ୍ଚାରେ ରହିଛନ୍ତି।
ଖଗୋଳ ବିଜ୍ଞାନ ଅନୁସାରେ ଏହା "ହାର୍ଭେଷ୍ଟ ମୁନ୍", ଆଉ ହିନ୍ଦୁ ପଞ୍ଜିକା ଅନୁସାରେ ଏହା ଭାଦ୍ରବ ପୂର୍ଣ୍ଣିମା।
ଭାପୁରରେ ୩ ଦିନ ଧରି ଲଗାଣ ବର୍ଷା: ଧାନ ଫସଲ ଜଳମଗ୍ନ, ରାସ୍ତା ଓ ମନ୍ଦିର ପ୍ରଭାବିତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।