Have Shot Down Saudi F-15 Fighter Jet: ଆମେରିକାକୁ ପୁଣି ଝଟକା, ସାଉଦିର F-15 ଲଢୁଆ ବିମାନ ଖସାଇଲା ହୁଥି

Sep 16, 2026 - 22:14
Have Shot Down Saudi F-15 Fighter Jet: ଆମେରିକାକୁ ପୁଣି ଝଟକା, ସାଉଦିର F-15 ଲଢୁଆ ବିମାନ ଖସାଇଲା ହୁଥି

ୟେମେନ୍‌ରେ ସାଉଦିର F-15 ଯୁଦ୍ଧ ବିମାନ ଖସାଇଥିବା ହୁଥିଙ୍କ ଦାବି। ମାରିବ୍‌ ପ୍ରଦେଶ ଆକାଶରେ ସ୍ଥାନୀୟ ଭାବେ ନିର୍ମିତ ଏୟାର-ଟୁ-ଏୟାର ମିସାଇଲ୍‌ରେ ସାଉଦି ଯୁଦ୍ଧବିମାନକୁ ଟାର୍ଗେଟ୍ କରିଥିବା ହୁଥି କହିଛି। ଏହାସହ ଗତ ସପ୍ତାହରେ ୟେମେନ୍‌ର ବିଭିନ୍ନ ଅଞ୍ଚଳରେ ୪୫୦ରୁ ଅଧିକ ସାଉଦି ଏୟାରଷ୍ଟ୍ରାଇକ୍ ହୋଇଥିବା ମଧ୍ୟ ହୁଥି ଦାବି କରିଛି।

ହୁଥି ଅନୁସାରେ, F-15 ଓ ଟାଇଫୁନ୍ ବିମାନକୁ ନେଇ ମାରିବ୍‌ରେ ପୁଣି ଏକ ସାମରିକ ମୁହାଁମୁହିଁ ହୋଇଥିଲା। ପରେ ଏକ ସାଉଦି ୱିଙ୍ଗ ଲୁଙ୍ଗ 2 ଡ୍ରୋନ୍‌କୁ ମଧ୍ୟ ଖସାଇଥିବା ଦାବି କରିଛି ହୁଥି। ତେବେ ସାଉଦି ଆରବ ଏପର୍ଯ୍ୟନ୍ତ F-15 ଧ୍ୱଂସ ହୋଇଥିବା ନିଶ୍ଚିତ କରିନାହିଁ। ତେଣୁ ହୁଥିଙ୍କ ଏହି ଦାବିର ପୁଷ୍ଟିକୁ ଅପେକ୍ଷା କରାଯାଉଛି।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।