Headless Body Recovered from Pond: ପୋଖରୀରେ ଭାସୁଥିଲା ମୁଣ୍ଡ ବିହୀନ ଶବ, ଉଦ୍ଧାର କରି ତଦନ୍ତ କରୁଛି ପୋଲିସ

Aug 20, 2026 - 17:12
Headless Body Recovered from Pond: ପୋଖରୀରେ ଭାସୁଥିଲା ମୁଣ୍ଡ ବିହୀନ ଶବ, ଉଦ୍ଧାର କରି ତଦନ୍ତ କରୁଛି ପୋଲିସ

ବଲାଙ୍ଗୀରରେ ଚାଞ୍ଚଲ୍ୟ। ମୁଣ୍ଡ କାଟି ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ଦେଓଗାଁ ଥାନା ବାଗଡା ଗାଁ ପାଖ ପୋଖରୀରେ ଭାସୁଥିଲା ମୁଣ୍ଡ ବିହୀନ ଶବ ।
ଗାଁର ପାଣି ଟାଙ୍କି ନିକଟରେ ଥିବା ପୋଖରୀରେ ଭାସୁଥିବା ଅବସ୍ଥାରେ ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରାଯାଇଛିି । ମୁଣ୍ଡ କାଟି ହତ୍ୟା ପରେ ତାଙ୍କୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ତେବେ ମୃତକ କିଏ, କେଉଁଠାରୁ ଆସିଥିଲେ, ତାହା ଏବେବି ରହସ୍ୟ ଘେରରେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଦେଓଗାଁ ପୋଲିସ । ଶବ ଉଦ୍ଧାର ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । 

ବଲାଙ୍ଗୀରରେ ଚାଞ୍ଚଲ୍ୟ
ମୁଣ୍ଡ କାଟି ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ
ଦେଓଗାଁ ଥାନା ବାଗଡା ଗାଁର ଘଟଣା
ପୋଖରୀରେ ଭାସୁଥିଲା ମୁଣ୍ଡ ବିହୀନ ଶବ
ମୃତକଙ୍କ ପରିଚୟ ଅସ୍ପଷ୍ଟ
ଶବ ଉଦ୍ଧାର କରି ପୋଲିସର ତଦନ୍ତ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।