Massive Landslide Wipes Out Two Villages: ପ୍ରକୃତିର ତାଣ୍ଡବ; ମାଟି ଓ ପଥର ଅତଡାରେ ଧୋଇଗଲା ଦୁଇ ଗାଁ, ୧୩ ଜଣ ନିଖୋଜ
କନ୍ଧମାଳ-ଗଞ୍ଜାମ ସୀମାନ୍ତରେ ପ୍ରକୃତିର ତାଣ୍ଡବ।
ଗାଙ୍ଗୁବାଲି ପାହାଡ଼ରେ ବଡ଼ଧରଣର ଭୂସ୍ଖଳନ।
ପାହାଡ଼ରୁ ଧସି ଆସିଥିବା ମାଟି ଓ ପଥର ଅତଡ଼ାରେ ଧୋଇ ହୋଇଯାଇଛି ବାଇବାଲି ଓ ଗିଡ଼ୀପାବାଲି ଗାଁ।
ଏହି ଦୁଇ ଗାଁର ୧୩ ଜଣ ନିଖୋଜ ଥିବା ସୂଚନା ମିଳିଛି।
Advertisment ଅନ୍ୟପଟେ, କିଛି ଗ୍ରାମବାସୀ କିଲାପାଙ୍ଗା ଗାଁର ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜଙ୍କୁ ଖୋଜାଖୋଜି ଆରମ୍ଭ କରିଛି।
ବାଲିଗୁଡ଼ା ଉପଜିଲ୍ଲାପାଳ ଓ ରାଇକିଆ ବିଡିଓ ମଧ୍ୟ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ସୂଚନା ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।