ISRO Launches NVS-03 Navigation Satellite: NVS-03 ସାଟେଲାଇଟର ସଫଳ ଉତକ୍ଷେପଣ, ଆମେରିକାର GPS ବ୍ୟବସ୍ଥାକୁ ଦେବ ଟକ୍କର
ଆହୁରି ସୁଦୃଢ଼ ହେଲା ଭାରତୀୟ ନାଭିଗେସନ ସିଷ୍ଟମ।
ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଏହାର ନୂତନ ନାଭିଗେସନ୍ ସାଟେଲାଇଟ୍ NVS-03 ଉତକ୍ଷେପଣ କରିଛି।
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍ ରୁ ଉତକ୍ଷେପଣ କରାଯାଇଥିଲା।
ଏହା GSLV ରକେଟ୍ ର ୨୦ତମ ଉଡ଼ାଣ ଯାହା ଏହି ଉପଗ୍ରହକୁ ମହାକାଶରେ ଏହାର ଲକ୍ଷ୍ୟସ୍ଥଳରେ ପହଞ୍ଚାଇଛି।
Advertisment NVS-03 ହେଉଛି ଭାରତର ସେକଣ୍ଡ ଜେନେରେସନ ନାଭିଗେସନ୍ ସାଟେଲାଇଟ୍ ସିରିଜର ତୃତୀୟ ଉପଗ୍ରହ।
ଏହା ଭାରତର ନିଜସ୍ୱ GPS ସିଷ୍ଟମକୁ ଆହୁରି ଅତ୍ୟାଧୁନିକ କରିବା ପାଇଁ ଉତକ୍ଷେପଣ କରାଯାଇଛି।କହିବାକୁ ଗଲେ ଏହି ଉପଗ୍ରହ ଭାରତ ଏବଂ ଏହାର ସୀମାର ପ୍ରାୟ ୧୫ଶହ କିଲୋମିଟର ଦୂରତା ପର୍ଯ୍ୟନ୍ତ ସଠିକ୍ ସ୍ଥାନ, ସଡ଼କ ଏବଂ ସମୟ ନେଇ ସୂଚନା ପ୍ରଦାନ କରିବ।
ଏହି ଉପଗ୍ରହର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଏଥିରେ ସ୍ୱଦେଶୀ ଆଟୋମିକ୍ କ୍ଲକ୍ ବ୍ୟବହାର କରାଯାଇଛି।
ଏଥିରେ ଏକ ନୂତନ L1 ସିଗନାଲ ଲଗାଯାଇଛି।
ଯାହା ସ୍ମାର୍ଟଫୋନ୍ ଏବଂ ଗାଡିରେ ବ୍ୟବହାର ହେଉଥିବା ନାଭିଗେସନ୍ ତଥ୍ୟକୁ ଆହୁରି ଉନ୍ନତ କରିବ।
ଏହା ଦୁଇ ପ୍ରକାରର ନାଭିଗେସନ ସୁବିଧା ପ୍ରଦାନ କରିବ।
Advertisment ସାଧାରଣ ନାଗରିକଙ୍କ ପାଇଁ ଷ୍ଟାଣ୍ଡର୍ଡ ସେବା ଯେପରିକି ଗୁଗଲ ମ୍ୟାପ୍ ବ୍ୟବହାର ଲାଗି ନାଭିଗେସନ ବ୍ୟବସ୍ଥା।
ଆଉ ଅନ୍ୟ ଏକ ହେଉଛି ପ୍ରତିରକ୍ଷା ବାହିନୀ ପାଇଁ ନାଭିଗେସନ୍ ବ୍ୟବସ୍ଥା।
ଏହିସେବା କେବଳ ଦେଶର ସାମରିକ ଏବଂ ଅଧିକୃତ ସୁରକ୍ଷା ସଂସ୍ଥା ଗୁଡିକ ଲାଗି ଉପଲବ୍ଧ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।