Headset: ଅବସାଦ ଦୂର କରୁଛି ହେଡ୍ସେଟ୍
"ସାଧାରଣତଃ ଗୀତ ଶୁଣିବାକୁ ଆମେ ହେଡ୍ସେଟ୍ ବ୍ୟବହାର କରିଥାଉ।
ହେଲେ ଆମେରିକାରେ ଏବେ ଏଭଳି ଏକ ହେଡ୍ସେଟ୍ ମିଳୁଛି, ଯାହା ଔଷଧ ବିନା ମାନସିକ ଅବସାଦ ବା ଡିପ୍ରେସନ୍ରୁ ମୁକ୍ତି ଦେଇପାରିବ।
ସ୍ବିଡେନ୍ର "ଫ୍ଲୋ ନ୍ୟୁରୋସାଇନ୍ସ" ଦ୍ବାରା ବିକଶିତ ଏହି ଉପକରଣଟିକୁ ଆମେରିକୀୟ ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍ଡିଆଇ) ଅନୁମୋଦନ ପ୍ରଦାନ କରିଛି।
ଡିଭାଇସ୍ଟି ବିଶେଷକରି ମାନବ ମସ୍ତିଷ୍କର ବିଭିନ୍ନ କାର୍ଯ୍ୟକଳାପ ଉପରେ ନଜର ରଖି ଅବସାଦ କମାଇବାରେ ସାହାଯ୍ୟ କରିଥାଏ।Advertisment Education: ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇ ପ୍ରତିବାଦ ଏହି ହେଡ୍ସେଟ୍କୁ ଦୈନିକ ପ୍ରାୟ ୩୦ ମିନିଟ୍ ପାଇଁ କପାଳରେ ପିନ୍ଧାଯାଏ, ଯାହା ଏକ ସ୍ମାର୍ଟଫୋନ୍ ଆପ୍ ମାଧ୍ୟମରେ ନିୟନ୍ତ୍ରିତ ହୁଏ।
ଏହା ମସ୍ତିଷ୍କ ସମ୍ମୁଖଭାଗର ବାମ ପାର୍ଶ୍ୱରେ ହାଲୁକା ବୈଦ୍ୟୁତିକ ଉତ୍ତେଜନା ସୃଷ୍ଟି କରିଥାଏ।
ଏହି କ୍ଷେତ୍ର ସହିତ ଆମର ମାନସିକ ଅବସ୍ଥା ଓ ଭାବନା ଜଡ଼ିତ।
ମାନସିକ ଅବସାଦ ଭୋଗୁଥିବା ଲୋକଙ୍କର ମସ୍ତିଷ୍କର ଏହି ଅଂଶରେ କାର୍ଯ୍ୟକଳାପ କମିଯାଇଥାଏ।
ଏଭଳି ସ୍ଥଳେ ହେଡ୍ସେଟ୍ ମସ୍ତିଷ୍କର ଏହି ଅଂଶରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟିକରି କୋଷଗୁଡ଼ିକୁ ଉତ୍ତେଜିତ କରାଇଥାଏ।
ସବୁଠାରୁ ବଡ଼କଥା ହେଲା, ଏହାକୁ ଘରେ ମଧ୍ୟ ବ୍ୟବହାର କରାଯାଇପାରିବ।
ଫଳରେ ବାରମ୍ବାର ଡାକ୍ତରଖାନା ବା କ୍ଲିନିକ୍ ଯିବାକୁ ପଡ଼ିବ ନାହିଁ।
ତଥ୍ୟ ଅନୁଯାୟୀ, ୧୭୪ ଜଣ ଅତ୍ୟଧିକ ମାନସିକ ଅବସାଦ ପୀଡ଼ିତଙ୍କୁ ନେଇ କରାଯାଇଥିବା ଏକ ପରୀକ୍ଷଣରେ ଆଶାଜନକ ଫଳାଫଳ ଦେଖିବାକୁ ମିଳିଥିଲା।
୧୦ ସପ୍ତାହ ପରେ, ଏହି ଉପକରଣ ବ୍ୟବହାର କରୁଥିବା ୪୫ ପ୍ରତିଶତ ରୋଗୀଙ୍କ ମଧ୍ୟରେ ଆଉ ଡିପ୍ରେସନ୍ର ଗୁରୁତର ଲକ୍ଷଣ ଦେଖିବାକୁ ମିଳି ନଥିଲା।
ଏହାର ମୂଲ୍ୟ ୨୦୦୦ ଆମେରିକୀୟ ଡଲାର୍ ରଖାଯାଇଛି।
IIT Bombay: ଛାତ୍ର ମୃତ୍ୟୁ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ୧୦ ଜଣିଆ କମିଟି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।