Health Benefits of Dates: ଦାମୀ ଔଷଧ ନୁହେଁ, ଖଜୁରୀରେ ରହିଛି ସ୍ୱାସ୍ଥ୍ୟର ରାଜ୍! ମିଳିବ ଏହି ୫ଟି ଫାଇଦା

Nov 04, 2026 - 14:50
Health Benefits of Dates: ଦାମୀ ଔଷଧ ନୁହେଁ, ଖଜୁରୀରେ ରହିଛି ସ୍ୱାସ୍ଥ୍ୟର ରାଜ୍! ମିଳିବ ଏହି ୫ଟି ଫାଇଦା

ସୁସ୍ଥ ରହିବାକୁ ଚାହୁଁଛନ୍ତି କି?

ତେବେ ଆପଣଙ୍କ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ ଖଜୁରୀ।

ଛୋଟ ଦେଖାଯାଉଥିବା ଏହି ଫଳରେ ଭରି ରହିଛି ଅନେକ ପୋଷକ ତତ୍ତ୍ୱ।

ଶରୀରକୁ ଶକ୍ତି ଯୋଗାଇବାଠାରୁ ଆରମ୍ଭ କରି ପାଚନ ପ୍ରକ୍ରିୟା ଓ ହାଡ଼ର ସ୍ୱାସ୍ଥ୍ୟ ବଜାୟ ରଖିବା ପର୍ଯ୍ୟନ୍ତ ଖଜୁରୀର ରହିଛି ଅନେକ ଉପକାରିତା।

Advertisment ଶରୀର ପାଇଁ କାହିଁକି ଉପକାରୀ ଖଜୁରୀ?

ଦୂର କରେ ଥକ୍କାପଣ ଖଜୁରୀରେ ଗ୍ଲୁକୋଜ୍, ଫ୍ରୁକ୍ଟୋଜ୍ ଓ ସୁକ୍ରୋଜ୍ ଭଳି ପ୍ରାକୃତିକ ଶର୍କରା ରହିଛି।

ଏହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ।

ବିଶେଷକରି ବ୍ୟାୟାମ କରୁଥିବା ଏବଂ ଅଧିକ ଶାରୀରିକ ପରିଶ୍ରମ କରୁଥିବା ଲୋକଙ୍କ ପାଇଁ ଖଜୁରୀ ଏକ ଭଲ ପ୍ରାକୃତିକ ଏନର୍ଜି ବୁଷ୍ଟର୍।

ପେଟ ସମସ୍ୟାରୁ ଦିଏ ଆରାମ ଖଜୁରୀରେ ଥିବା ଡାଏଟାରୀ ଫାଇବର ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ।

ଏହା ଅନ୍ତନଳୀର କାର୍ଯ୍ୟକୁ ସହଜ କରିବା ସହ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର କରିବାରେ ସହାୟକ ହୁଏ।

Advertisment ହିମୋଗ୍ଲୋବିନ୍ ପାଇଁ ଉପକାରୀ ଖଜୁରୀରେ ଆଇରନ୍ ରହିଛି, ଯାହା ଶରୀରରେ ହିମୋଗ୍ଲୋବିନ୍ ତିଆରି ପ୍ରକ୍ରିୟାରେ ସହାୟତା କରେ।

ତେଣୁ ଏହା ସନ୍ତୁଳିତ ଖାଦ୍ୟର ଏକ ଭଲ ଅଂଶ ହୋଇପାରେ।

ତେବେ ରକ୍ତହୀନତାର ଚିକିତ୍ସା ପାଇଁ କେବଳ ଖଜୁରୀ ଉପରେ ନିର୍ଭର କରିବା ଠିକ୍ ନୁହେଁ।

ହାଡ଼କୁ ରଖେ ସୁସ୍ଥ ଓ ମଜବୁତ ଖଜୁରୀରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, କପର୍ ଓ ଫସଫରସ୍ ଭଳି ଖଣିଜ ପଦାର୍ଥ ରହିଛି।

ଏହି ପୋଷକ ତତ୍ତ୍ୱ ହାଡ଼ର ସ୍ୱାସ୍ଥ୍ୟ ଓ ଶରୀରର ସାଧାରଣ କାର୍ଯ୍ୟକୁ ବଜାୟ ରଖିବାରେ ସହାୟକ।

ମସ୍ତିଷ୍କ ଓ ସ୍ମରଣଶକ୍ତି ପାଇଁ ଲାଭଦାୟକ ଖଜୁରୀରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ଅକ୍ସିଡେଟିଭ୍ ଚାପରୁ ସୁରକ୍ଷା ଦେବାରେ ସହାୟକ ହୋଇଥାଏ।

ଏହା ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହୋଇପାରେ।

ବୟସ ବଢ଼ିବା ସହ ମସ୍ତିଷ୍କର କାର୍ଯ୍ୟକ୍ଷମତା ବଜାୟ ରଖିବାରେ ଆଣ୍ଟିଅକ୍ସିଡାଣ୍ଟର ଭୂମିକା ରହିଛି।

କେତେ ପରିମାଣରେ ଖାଇବେ ଖଜୁରୀ?

ଖଜୁରୀ ଯେତେ ଉପକାରୀ, ଏହାର ଅତ୍ୟଧିକ ସେବନ ସେତେ ଭଲ ନୁହେଁ।

ଏଥିରେ ପ୍ରାକୃତିକ ଶର୍କରା ଓ କ୍ୟାଲୋରି ଅଧିକ ରହିଥାଏ।

ତେଣୁ ନିଜ ଶରୀରର ଆବଶ୍ୟକତା ଅନୁସାରେ ସୀମିତ ପରିମାଣରେ ଖଜୁରୀ ଖାଆନ୍ତୁ।

ବିଶେଷକରି ମଧୁମେହ ରୋଗୀମାନେ ଖାଦ୍ୟ ତାଲିକାରେ ଏହାକୁ ସାମିଲ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।