Odisha Government to Approach Centre: କୋଟିଆକୁ ପଠାଗଲା ଆଉ ୮ ପ୍ଲାଟୁନ୍ ପୋଲିସ, ଆନ୍ଧ୍ରର ନିର୍ବାଚନ ଉଦ୍ୟମ ପଣ୍ଡ ହେବ
କୋଟିଆରେ ଆନ୍ଧ୍ରର ନିର୍ବାଚନ ଉଦ୍ୟମ ପଣ୍ଡ ହେବ।
କୋଟିଆକୁ ପଠାଗଲା ଆଉ ୮ ପ୍ଲାଟୁନ ପୋଲିସ ଫୋର୍ସ।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଏହି ଘଟଣାକୁ ନେଇ ଆମେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ।
ଆନ୍ଧ୍ର ସହ ଆଲୋଚନା କରନ୍ତୁ ବୋଲି ଆମେ ଦାବି ରଖିବୁ।
Advertisment ପୋଲିସ, ଅଧିକାରୀ, ସବୁ ଦଳର ନେତା କୋଟିଆରେ ଅଛନ୍ତି।
ଅନ୍ୟ ଯେଉଁ ସ୍ଥାନରେ ବି ସୀମା ବିବାଦ ରହିଛି ସେ ସବୁ ସ୍ଥାନରେ ସରକାର ନଜର ରଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
କୋଟିଆ ସୀମାନ୍ତରେ ଉତ୍ତେଜନା ପରେ ସମ୍ବେଦନଶୀଳ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
୨୧ ଗ୍ରାମରେ ଲାଗିଛି ୧୬୩ ଧାରା ।
୩ଟି ଚେକ୍ ଗେଟ୍ ରେ ୨୪ ଘଣ୍ଟିଆ ନଜର ରଖାଯାଇଛି।
ଆସନ୍ତାକାଲି ଆନ୍ଧ୍ରର ଏମ୍ ପିଟିସି ଓ ଜେଡ୍ ପିଟିସି ନିର୍ବାଚନ ପୂର୍ବରୁ ସୀମାନ୍ତରେ ଉତ୍ତେଜନା ଦେଖାଦେବାପରେ ଆଲର୍ଟରେ ପ୍ରଶାସନ।
..
ଆନ୍ଧ୍ରର ନିର୍ବାଚନ ଉଦ୍ୟମ ପଣ୍ଡ ହେବ- ମନ୍ତ୍ରୀ କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ଆନ୍ଧ୍ରର ନିର୍ବାଚନ ଉଦ୍ୟମ ପଣ୍ଡ ହେବ କହିଲେ ମନ୍ତ୍ରୀ ସୁରେଶ ପୂଜାରୀ 'କୋଟିଆକୁ ପଠାଗଲା ଆଉ ୮ ପ୍ଲାଟୁନ ପୋଲିସ ଫୋର୍ସ' 'ଏନେଇ ଆମେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ' 'ଆନ୍ଧ୍ର ସହ ଆଲୋଚନା କରନ୍ତୁ ବୋଲି ଆମେ ଦାବି ରଖିବୁ' 'ପୋଲିସ, ଅଧିକାରୀ, ସବୁ ଦଳର ନେତା କୋଟିଆରେ ଅଛନ୍ତି' 'ଅନ୍ୟ ଯେଉଁ ସୀମା ବିବାଦ ସ୍ଥାନରେ ବି ସରକାର ନଜର ରଖିଛନ୍ତି' Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।