Heatwave Concerns Grow: ଆଗୁଆ ଆସିପାରେ ଖରାଦିନ! ଶୀଘ୍ର ସରିପାରେ ମୌସୁମୀ, ବଢ଼ିପାରେ ଗରମ ଓ ଗୁଳୁଗୁଳି

Sep 10, 2026 - 18:03
Heatwave Concerns Grow: ଆଗୁଆ ଆସିପାରେ ଖରାଦିନ! ଶୀଘ୍ର ସରିପାରେ ମୌସୁମୀ, ବଢ଼ିପାରେ ଗରମ ଓ ଗୁଳୁଗୁଳି

ଏଥର ଆଗୁଆ ଆସିପାରେ ଖରାଦିନ। ଶୀଘ୍ର ସମାପ୍ତ ହୋଇପାରେ ମୌସୁମୀ ବାୟୁ ଏବଂ ଏହାପରେ ଆଗୁଆ ଆରମ୍ଭ ହୋଇପାରେ ଗ୍ରୀଷ୍ମ ଋତୁ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ।

ପ୍ରାଥମିକ ଆକଳନ ଅନୁସାରେ, ବିଗତ ବର୍ଷଗୁଡ଼ିକ ତୁଳନାରେ ଏଥର ତାପମାତ୍ରା ଅଧିକ ରହିପାରେ। ଏଥିସହ ଗରମ ସହ ଗୁଳୁଗୁଳି ମଧ୍ୟ ବଢ଼ିବାର ସମ୍ଭାବନା ରହିଛି। ଏଭଳି ସମ୍ଭାବନାକୁ ନେଇ ବିଶେଷଜ୍ଞମାନେ ଅନୁଧ୍ୟାନ ଆରମ୍ଭ କରିଛନ୍ତି।

ପାଣିପାଗ ନେଇ ଚାଲିଛି ଅଧ୍ୟୟନ

ସମ୍ଭାବ୍ୟ ପାଣିପାଗ ପରିସ୍ଥିତିକୁ ନେଇ କେନ୍ଦ୍ର ଓ ରାଜ୍ୟ ପାଣିପାଗ ବିଭାଗ ସହ ଏସ୍‌ଆର୍‌ସି ମଧ୍ୟ ଅଧ୍ୟୟନ କରୁଛନ୍ତି। ତେବେ ଏହା ଏକ ପ୍ରାଥମିକ ଆକଳନ ବୋଲି କୁହାଯାଇଛି।
ଅଧିକ ଅଧ୍ୟୟନ ଓ ବିଶ୍ଳେଷଣ ପରେ ହିଁ ଆଗାମୀ ଗ୍ରୀଷ୍ମର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ। ତେଣୁ ବର୍ତ୍ତମାନଠାରୁ ଲୋକେ ଆତଙ୍କିତ କିମ୍ବା ବ୍ୟସ୍ତ ନହୋଇ, ସମ୍ଭାବ୍ୟ ପରିସ୍ଥିତି ପାଇଁ ସତର୍କ ରହିବା ଆବଶ୍ୟକ।

ଗ୍ରୀଷ୍ମ ମୁକାବିଲା ପାଇଁ ସରକାର ପ୍ରସ୍ତୁତ

ସମ୍ଭାବ୍ୟ ଗରମ ଓ ଗୁଳୁଗୁଳିର ମୁକାବିଲା ପାଇଁ ରାଜ୍ୟ ସରକାର ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପାଣିପାଗର ପରିବର୍ତ୍ତନ ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିଛି ପ୍ରଶାସନ।
ତେବେ ମୌସୁମୀ କେତେ ଶୀଘ୍ର ସରିବ ଏବଂ ଗ୍ରୀଷ୍ମର ତାତି କେତେ ବଢ଼ିବ, ତାହା ଆଗାମୀ ଦିନର ଅଧିକ ବିଶ୍ଳେଷଣ ପରେ ସ୍ପଷ୍ଟ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।