Heavy rain: ଗରୁତ୍ତରଙ୍କୁ ଭରା ନଈରେ ଖଟରେ ବୋହି ପାର କଲେ ଗ୍ରାମବାସୀ

Oct 29, 2026 - 21:30
Heavy rain: ଗରୁତ୍ତରଙ୍କୁ ଭରା ନଈରେ ଖଟରେ ବୋହି ପାର କଲେ ଗ୍ରାମବାସୀ

ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାସ୍ତା ଓ ପୋଲ ଅଭାବରୁ ଭାରରେ ବୋହିବା ଭଳି ଘଟଣା ଲଗାତାର ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳୁଛି।

ନିକଟରେ କାଶୀପୁର, ଗୁଡାରିରେ ଏଭଳି ଚିତ୍ର ଦେଖିବାକୁ ମିଳିଥିବା ବେଳେ ଆଜି ପୁଣି ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ସଦର ବ୍ଲକ ରାୟଗଡାରେ।

Advertisment ରାୟଗଡା ବ୍ଲକ ପିତାମହଲ ପଞ୍ଚାୟତରେ ଥିବା ବେହେରାଗୁଡା ଗ୍ରାମର ନାଗାବଳୀ ନଦୀ ଆରପାରିରେ ଥିବା ବାଇସିଂ ପଞ୍ଚାୟତର ପୂଜାରୀବାମ୍ବୁ ଗ୍ରାମକୁ ରାସ୍ତା ନ ଥିବାରୁ ରୋଗୀଙ୍କୁ ଗ୍ରାମବାସୀମାନେ ଖଟିଆ ରେ ବିପଜ୍ଜନକ ଭାବେ ବର୍ଷା ଯୋଗୁଁ ଜଳସ୍ତର ବଢ଼ିଥିବା ନାଗାବଳୀ ନଦୀ ପାର କରୁଥିବା ଦେଖିବାକୁ ମିଳିଥିଲା।

ଗ୍ରାମର କାଳିଆ ବିଡିକାଙ୍କ ପୁଅ ଅଭି ବିଡିକା ଦେହ ଗୁରୁତ୍ତର ହୋଇଥିବାରୁ ଆଜି ତାଙ୍କୁ ଖଟିଆରେ ବୋହି ବୋହି ନଦୀ ଆରପାରିରେ ବେହେରାଗୁଡା ଗ୍ରାମରେ ଥିବା ଆମ୍ବୁଲାନ୍ସ ନିକଟକୁ ଆଣିବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ ଯେ ନଦୀ ଆରପାରିରେ ଥିବା ଏହି ଗ୍ରାମକୁ ପିତାମହଲ ପଞ୍ଚାୟତର ବେଡେଲି ଗ୍ରାମ ଦେଇ ରାସ୍ତା ନିର୍ମାଣ କାମ ପାଇଁ ସର୍ଭେ ହୋଇ ମାଟି ରାସ୍ତା ନିର୍ମାଣ ଅଧାପନ୍ତରିଆ ହୋଇ ପଡ଼ିରହିଛି।

ଫଳରେ ଗ୍ରାମବାସୀ ଜୀବନ ଜୀବିକାର ବାଧକ ସାଜିଛି ନାଗାବଳୀ ନଦୀ।

କିଛି ଦିନ ତଳେ ନିର୍ବାଚିତ ପ୍ରତିନିଧି ମାନେ ଏହି ଗ୍ରାମକୁ ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣି ଥିଲେ ଏବଂ ସମାଧାନ ଦିଗରେ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ପୋଲ ନିର୍ମାଣ ହେଲେ ଏହି ଅଞ୍ଚଳ ରେ ଥିବା ୬ ଗୋଟି ଗ୍ରାମର ରାୟଗଡା ସହରକୁ ଦୁରତ୍ୱ କମିଯିବା ସହିତ ଗମନାଗମନ ସୁବିଧା ହୋଇ ପାରିବ ବୋଲି ଗ୍ରାମର ସୁରେଶ୍ କଲାକା କହିଛନ୍ତି।

ସୂଚନାରୁ ଜଣାପଡିଛି ଅଭି ବିଡିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ସେ ସୁସ୍ଥ ରହିଥିବା ଜଣାପଡିଛି।

Gajapati: ଗାଁକୁ ନାହିଁ ପକ୍କା ରାସ୍ତା, ପୁଣି ଖଟିଆରେ ବୁହା ହେଲେ ରୋଗୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।