Heavy rain: ଲଗାଣ ବର୍ଷା ପାଇଁ କଳିଙ୍ଗା ଘାଟି ସିଲ୍‌, ଲାଗିଲା ନାକା

Sep 23, 2026 - 17:07
Heavy rain: ଲଗାଣ ବର୍ଷା ପାଇଁ କଳିଙ୍ଗା ଘାଟି ସିଲ୍‌, ଲାଗିଲା ନାକା

"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯିବା ପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।

କଳିଙ୍ଗା ଘାଟିରେ ଭୂସ୍ଖଳନ ଆଶଙ୍କା କରି ସେପ୍ଟେମ୍ବର ୨୩ ଏବଂ ୨୪ ତାରିଖ କୌଣସି ପୁଲିସ ଯାନବାହନ ଯାତାୟତ ନିମନ୍ତେ ବାରଣ କରାଯିବା ସହ ଗତକାଲି ରାତି ୧୨ଟା ଠାରୁ ସ୍ଥାନୀୟ ପୁଲିସ ପକ୍ଷରୁ କଳିଙ୍ଗା ଘାଟି ଆରମ୍ଭ ମୁଖ୍ୟ ସଡ଼କରେ ଅବରୋଧ କରିଛି।

ଏହା ସହ ୨୪ ଘଣ୍ଟିଆ ନାକା ଲଗେଇ ରାସ୍ତାରେ ଯିବାକୁ ବାରଣ କରିବା ସହ ଚକାପାଦ ରାସ୍ତାରେ ଯିବାକୁ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି।Advertisment ଗତକାଲି ରାତି ଠାରୁ ସ୍ଥାନୀୟ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି।

କଳିଙ୍ଗା ଘାଟିରେ ଗତ ବର୍ଷ ଏହି ସମୟରେ ଭୂସ୍ଖଳନ ଯୋଗୁଁ ଦୀର୍ଘ ୪୭ଦିନ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିବା ଫଳରେ ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାବାସୀ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

Deep Depression ଗଭୀର ଅବପାତ ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନ ପ୍ରସ୍ତୁତ: ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା, ୨୪ ଘଣ୍ଟା ପାଇଁ କଳିଙ୍ଗା ଘାଟି ବନ୍ଦ ଏବେ ପ୍ରବଳ ବର୍ଷା ହେବା ସହ କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାକୁ ପାଣିପାଗ ବିଭାଗ ଦ୍ଵାରା ସତର୍କ ସୂଚନା ଦେବା ପରେ କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଭୟ ଥିବା ଦର୍ଶାଇ କଳିଙ୍ଗା ଘାଟିରେ ଯାତାୟତକୁ ସମ୍ପୂର୍ଣ୍ଣ ବାରଣ କରିବା ସହ ସ୍ଥାନୀୟ ତହସିଲଦାର ସମୁଦ୍ର ମିଶ୍ର ଏକ ଲିଖିତ ନିର୍ଦେଶନାମା ଜାରି କରିବା ପରେ କଳିଙ୍ଗା ଘାଟିକୁ ସମ୍ପୂର୍ଣ୍ଣ ସିଲ କରିଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।