Heavy Rain Forecast Across Odisha: ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ଆଜି ପାଇଁ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ପଶ୍ଚିମ ଓଡ଼ିଶାରେ ବର୍ଷାର ବଡ଼ ଆଲର୍ଟ। ବରଗଡ଼ରୁ ସୁନ୍ଦରଗଡ଼, ପ୍ରବଳରୁ ଅତି ପ୍ରବଳ ବର୍ଷାରେ ଭିଜିବ ପଶ୍ଚିମ ଓଡ଼ିଶା। ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଭାରି ବର୍ଷା ନେଇ ସତର୍କ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଏହି ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ତେବେ ଆସନ୍ତାକାଲି ପାଇଁ କୌଣସି ଜିଲ୍ଲାକୁ ଆଲର୍ଟ ନାହିଁ।
ଗୁରୁବାର ପୁଣି ଫେରିପାରେ ବର୍ଷା। ଗୁରୁବାର ପାଇଁ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋିଛି। ଉତ୍ତର ଏବଂ ଉପକୂଳ ଓଡ଼ିଶାର ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାରୁ ଦୁଇ ଜିଲ୍ଲା କେନ୍ଦୁଝର ଓ ମୟୂରଭଂଜକୁ ଅରେଂଜ ଆଲର୍ଟ ଜାରି ହୋଇଛି। ୨୯ ତାରିଖରେ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୩୦ ତାରିଖ ପାଇଁ ମଧ୍ୟ ଜାରି ହୋଇଛି ଆଲର୍ଟ।
୪ ଜିଲ୍ଲାକୁ ଅରେଂଜ ଆଲର୍ଟ ଜାରି କରିଛି। ୩୧ ତାରିଖରେ ମଧ୍ୟ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଂଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ପଶ୍ଚିମ ଓଡ଼ିଶାରେ ଭାରି ବର୍ଷାକୁ ନଜରରେ ରଖି ସତର୍କ ରହିବାକୁ ପରାମର୍ଶ।
ପଶ୍ଚିମ ଓଡ଼ିଶାରେ ବର୍ଷାର ବଡ଼ ଆଲର୍ଟ
ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ଆଲର୍ଟ
ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଆଜି ପାଇଁ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ଗୁରୁବାର ପୁଣି ଫେରିପାରେ ବର୍ଷା
୨୭ ତାରିଖ ପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ
୨୮ ତାରିଖରେ ୨ ଜିଜ୍ଲାକୁ ଅରେଂଜ ଆଲର୍ଟ
କେନ୍ଦୁଝର ଓ ମୟୂରଭଂଜକୁ ଅରେଂଜ ଆଲର୍ଟ
୨୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।