Snakebite Tragedy: ଘାତକ ସର୍ପାଘାତ, ଅଜା-ନାତି ଓ ଭାଇ-ଭଉଣୀଙ୍କ ମୃତ୍ୟୁ

Aug 25, 2026 - 16:55
Snakebite Tragedy: ଘାତକ ସର୍ପାଘାତ, ଅଜା-ନାତି ଓ ଭାଇ-ଭଉଣୀଙ୍କ ମୃତ୍ୟୁ

ସାପ କାମୁଡ଼ାରେ ସୁନ୍ଦରଗଡ଼ ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ। ଅଜା-ନାତି ସହ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଛି। ଟିକାୟତପାଲ୍ଲି ଅଂଚଳର ତିଲେଇମାଲ ଗାଁରେ ଅଜା-ନାତିଙ୍କ ମୃତ୍ୟୁ ଘଟିଛି। ମୃତ ଅଜାନାତି ଭୂୟାଁ ସାହିର ବାସିନ୍ଦା। ଘରେ ଶୋଇଥିବା ବେଳେ ଉଭୟଙ୍କୁ କାମୁଡିଥିଲା ସାପ। ବଣାଇ ମେଡିକାଲରେ ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର। ସେପଟେ ରାଉରକେଲା ଅଂଚଳରେ ମଧ୍ୟ ଆଉ ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି।

ଲାଠିକଟା ହାତୀଓଡ଼ା ଗାଁରେ ଘରେ ଶୋଇଥିବା ବେଳେ ସର୍ପାଘାତରେ ଶିକାର ହୋଇଥିଲେ ଭାଇ ଭଉଣୀ। ମୃତ ଭାଇର ବୟସ ୭ ଓ ଭଉଣୀର ବୟସ ୧୦ ବର୍ଷ ବୋଲି ଜଣାପଡିଛି। RGH ମେଡିକାଲରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଜିଲ୍ଲାରେ ସାପ କାମୁଡାରେ ଚାରି ଚାରି ଜଣଙ୍କ ମୃତ୍ୟୁ ନେଇ ବଢାଇଛି ଚିନ୍ତା।...

ସୁନ୍ଦରଗଡ଼ରେ ସର୍ପାଘାତରେ ୪ ଜଣଙ୍କ ମୃତ୍ୟୁ 
ଭାଇ-ଭଉଣୀଙ୍କ ମୃତ୍ୟୁ 
ଅଜା-ନାତିଙ୍କ ମଧ୍ୟ ମୃତ୍ୟୁ 
ସମସ୍ତ ମୃତକ ସୁନ୍ଦରଗଡ଼ ଜିଲ୍ଲାର 
ଟିକାୟତପାଲି ତିଲେଇମାଲ ଗାଁରେ ଅଜା-ନାତି ମୃତ 
ସାପ କାମୁଡ଼ାରେ ଭାଇଭଉଣୀଙ୍କ ମୃତ୍ୟୁ
ଲାଠିକଟା ହାତୀଓଡ଼ା ଗାଁରେ ଭାଇଭଉଣୀଙ୍କ ମୃତ୍ୟୁ 
ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର
ଘରେ ଶୋଇଥିବା ବେଳେ ସର୍ପାଘାତର ଶିକାର 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।