Heavy Rain Triggers Betali Drain Breach: ବେତାଳି ନାଳରେ ଘାଇ; ବ୍ରିଜ ଉପରେ ୩ ଫୁଟର ପାଣି, ଚାଷଜମିରେ ପାଣି ପଶି ଫସଲ ନଷ୍ଟ
ଲଗାଣବର୍ଷା ରେ ଉଛୁଳିଲା ବେତାଳି ନାଳ। ଘାଇ ଭାଙ୍ଗି ଶହ ଶହ ଏକର ଚାଷଜମି ଜଳମଗ୍ନ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ଗାଁର ବେତାଳି ନାଳରେ ଘାଇ ସୃଷ୍ଟି ହୋଇଛି। ଫଳରେ ଗାଁକୁ ସଂଯୋଗ କରୁଥିବା ବ୍ରିଜ ଉପରେ ୩ ଫୁଟର ପାଣି ଚାଲୁଥିବା ବେଳେ ଚାଷଜମି ଜଳମଗ୍ନ ହୋଇଛି।
ପନ୍ଦରବର୍ଷ ମଧ୍ୟରେ ବେତାଳି ନାଳରେ କେବେ ବି ଏଭଳି ସ୍ଥିତି ସୃଷ୍ଟି ହୋଇନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ଚାଷ ଜମିରେ ମଧ୍ୟ ପାଣି ପଶି ଫସଲ ନଷ୍ଟ ହୋଇଥିବା ବେଳେ ସରକାରୀ ସହାୟତା ଦାବି କରିଛନ୍ତି ଚାଷୀ।
- ଲଗାଣବର୍ଷାରେ ଉଛୁଳିଲା ବେତାଳି ନାଳ
- ବେତାଳି ନାଳରେ ଘାଇ, ଚାଷଜମି ଜଳମଗ୍ନ
- କାମାକ୍ଷାନଗର ବ୍ଲକ ବାଉଁଶପାଳ ଗାଁ ବେତାଳି ନାଳରେ ଘାଇ
- ବ୍ରିଜ ଉପରେ ୩ ଫୁଟର ପାଣି
- ଚାଷଜମିରେ ପାଣି ପଶି ଫସଲ ନଷ୍
- ସରକାରୀ ସହାୟତା ଦାବି କରିଛନ୍ତି ଚାଷୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।