PM Modi wish Meloni: ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ
"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଆଜି ଶୁଭେଚ୍ଛା ଜଣାଇଛନ୍ତି।
ସର୍ବାଧିକ ସମୟ ପ୍ରଧାନମନ୍ତ୍ରୀ ପଦରେ ରହିଥିବାରୁ ମେଲୋନିଙ୍କୁ ମୋଦୀ ଅଭିନନ୍ଦନ ଜଣାଇଛନ୍ତି।
ଏକ ସୋସିଆଲ ମିଡିଆ ପୋଷ୍ଟ୍ରେ ମୋଦୀ ମେଲୋନିଙ୍କୁ ତାଙ୍କ ବନ୍ଧୁ ବୋଲି କହିଛନ୍ତି।
Advertisment ମୋଦୀ କହିଛନ୍ତି, ମେଲୋନିଙ୍କ ସଫଳତା ଇଟାଲୀ ନାଗରିକ ତାଙ୍କ ନେତାଙ୍କ ଉପରେ ଦେଖାଇଥିବା ବିଶ୍ବାସକୁ ପ୍ରତିଫଳିତ କରୁଛି।
ସେ କହିଛନ୍ତି, ମେଲୋନିଙ୍କ ବନ୍ଧୁତ୍ବ ମଧ୍ୟ ଭାରତ ଓ ଇଟାଲୀ ମଧ୍ୟରେ ସ୍ବତନ୍ତ୍ର ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛି।
୨ ରାଷ୍ଟ୍ର ସେମାନଙ୍କ ଲୋକଙ୍କ ଉତ୍ତମ ଭବିଷ୍ୟତ ପାଇଁ ଏକାଠି କାମ କରିବା ଜାରି ରଖିବେ ବୋଲି ମୋଦୀ ଆଶା ପ୍ରକଟ କରିଛନ୍ତି।
ମୋଦୀ ମଧ୍ୟ ଆଗାମୀ ବର୍ଷମାନଙ୍କରେ ମେଲୋନିଙ୍କ ସଫଳତା କାମନା କରିଛନ୍ତି।
Triranga: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ "ହର୍ ଘର୍ ତ୍ରିରଙ୍ଗା " ଅଭିଯାନ ଜନ ଆନ୍ଦୋଳନରେ ପରିଣତ ହୋଇଛି: ମୁଖ୍ୟମନ୍ତ୍ରୀ ଉଲ୍ଲେଖଯୋଗ୍ୟ, ଜର୍ଜିଆ ମେଲୋନିଙ୍କ ସରକାର ଶୁକ୍ରବାର ଇଟାଲିରେ ଏକ ନୂଆ ରେକର୍ଡ କରିଛି।
ମେଲୋନି ଲଗାତାର ୧୪୧୩ ଦିନ ଅଫିସ୍ରେ ରହି ଏହି ନୂଆ ରେକର୍ଡ କରିଛନ୍ତି।
ସେ ୨୦୦୧ରୁ ୨୦୦୫ ମଧ୍ୟରେ କ୍ଷମତାରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ସିଲ୍ଭିଓ ବେର୍ଲୁସ୍କୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି।
ବେର୍ଲୁସ୍କୋନି ୧୪୧୨ ଦିନ କ୍ଷମତାରେ ରହିଥିଲେ।
ମେଲୋନି ୨୦୨୨ ଅକ୍ଟୋବର ୨୨ରେ ଇଟାଲିର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।