High Court: ଋତବ୍ରତଙ୍କ ଦଳକୁ ଇସି ‘ଲଫାପା’ ଚିହ୍ନ ଦେବା ନେଇ ହାଇକୋର୍ଟଙ୍କ ଆପତ୍ତି
"କୋଲକାତା: ତୃଣମୂଳ କଂଗ୍ରେସର ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ "ଲଫାପା" ନିର୍ବାଚନୀ ଚିହ୍ନ ଦେବା ନେଇ ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ କରିଛନ୍ତି କୋଲକାତା ହାଇକୋର୍ଟ।
ପୂର୍ବରୁ ଇଣ୍ଡିଆନ୍ ସେକ୍ୟୁଲାର ଫ୍ରଣ୍ଟ (ଆଇଏସ୍ଏଫ୍) ବ୍ୟବହାର କରୁଥିବା ଏହି ଚିହ୍ନକୁ ନୂଆ ଗୋଷ୍ଠୀକୁ ଦେବା ନିଷ୍ପତ୍ତି ନେବା ସମୟରେ ଆୟୋଗ ନିରପେକ୍ଷ ଓ ନ୍ୟାୟସଙ୍ଗତ ଭାବେ କାମ କରିବା ଉଚିତ ଥିଲା ବୋଲି ଅଦାଲତ କହିଛନ୍ତି।
୧୮୩ଟି ଅନ୍ୟ ମୁକ୍ତ ଚିହ୍ନ ଉପଲବ୍ଧ ଥିବାବେଳେ "ଲଫାପା"କୁ କାହିଁକି ବଛାଗଲା ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି।Advertisment ପୂର୍ବରୁ ଆଇଏସ୍ଏଫ୍ ଏହି ଚିହ୍ନ ବ୍ୟବହାର କରିଆସୁଛି ଜଷ୍ଟିସ୍ କୃଷ୍ଣ ରାଓଙ୍କ ଅଦାଲତରେ ଆଇଏସ୍ଏଫ୍ ନେତା ନୌଶାଦ ସିଦ୍ଦିକିଙ୍କ ପକ୍ଷରୁ ଏହି ମାମଲା ଦାଏର ହୋଇଥିଲା।
ଆଇଏସ୍ଏଫ୍ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ରଞ୍ଜନ ଭଟ୍ଟାଚାର୍ଯ୍ୟ ଯୁକ୍ତି ରଖିଥିଲେ।
ତାଙ୍କ କହିବାନୁଯାୟୀ, ଆଇଏସ୍ଏଫ୍ ୨୦୨୧ରୁ "ଲଫାପା" ଚିହ୍ନରେ ନିର୍ବାଚନ ଲଢ଼ିଆସୁଛି।
ଆଗାମୀ ଉପନିର୍ବାଚନରେ ମଧ୍ୟ ଆଇଏସ୍ଏଫ୍ ମଇଦାନରେ ଥିବାବେଳେ ସେହି ଚିହ୍ନ ଅନ୍ୟ ଏକ ଦଳକୁ ଦେବା ଦ୍ୱାରା ଭୋଟରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ।
ତେଣୁ "ଲଫାପା" ଚିହ୍ନ ବଦଳରେ ଅନ୍ୟ ଚିହ୍ନ ଦିଆଯାଉ ବୋଲି ସେ ଦାବି କରିଥିଲେ।
ତେବେ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ଯେ ଆଇଏସ୍ଏଫ୍ ଏକ ଅସ୍ୱୀକୃତ ରାଜନୈତିକ ଦଳ ହୋଇଥିବାରୁ "ଲଫାପା" ଚିହ୍ନ ତା" ପାଇଁ ସଂରକ୍ଷିତ ନ ଥିଲା।
ତେଣୁ ଏହାକୁ ଅନ୍ୟ ଗୋଷ୍ଠୀକୁ ଦେବାରେ ନିୟମଗତ ପ୍ରତିବନ୍ଧକ ନ ଥିବା ଆୟୋଗ ପକ୍ଷରୁ ଯୁକ୍ତି କରାଯାଇଛି।
ଏହା ଶୁଣି ହାଇକୋର୍ଟ ପ୍ରଶ୍ନ କରିଥିଲେ, ଯେତେବେଳେ ୧୮୩ଟି ଚିହ୍ନ ଉପଲବ୍ଧ ଥିଲା, ସେତେବେଳେ ପୂର୍ବରୁ ଅନ୍ୟ ଦଳ ବ୍ୟବହାର କରିଥିବା ଚିହ୍ନକୁ ହିଁ କାହିଁକି ଚୟନ କରାଗଲା।
ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଏଭଳି ନିଷ୍ପତ୍ତି ରାଜନୈତିକ ଦଳଗୁଡ଼ିକୁ ଅଦାଲତର ଦ୍ୱାରସ୍ଥ ହେବାକୁ ବାଧ୍ୟ କରୁଛି ବୋଲି ମଧ୍ୟ କୋର୍ଟ ମତ ଦେଇଥିଲେ।
ନିର୍ବାଚନ ଆୟୋଗ ନିରପେକ୍ଷ ଓ ନ୍ୟାୟସଙ୍ଗତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ବିଚାରପତି କହିଥିଲେ।
ଏହି ମାମଲାରେ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିର କାରଣ ଓ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣିରେ ଆୟୋଗର ପକ୍ଷ ସ୍ପଷ୍ଟ ହେବ।
ଦଳବଦଳ ରୋକିବା ପାଇଁ ସମ୍ବିଧାନର ଦଶମ ଅନୁସୂଚୀକୁ ଅଧିକ ସୁଦୃଢ଼ କରିବା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।