Heavy Rainfall Forces School Closure: ଆଜି ଏହି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ, ଲଗାଣ ବର୍ଷା ଯୋଗୁଁ ସ୍କୁଲ ଛୁଟି ଘୋଷଣା

Aug 13, 2026 - 09:00
Heavy Rainfall Forces School Closure: ଆଜି ଏହି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ, ଲଗାଣ ବର୍ଷା ଯୋଗୁଁ ସ୍କୁଲ ଛୁଟି ଘୋଷଣା

ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ଲଗାଣ ବର୍ଷା। ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେଇଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ। ମୟୂରଭଞ୍ଜ ଜିଲ୍ଳାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଳା ଶିକ୍ଷା ଅଧିକାରୀ। ଲଘୁଚାପ ବର୍ଷା କାରଣରୁ ଛୁଟି ଘୋଷଣା କଲା ଜିଲ୍ଳା ପ୍ରଶାସନ। ବନ୍ଦ ରହିବ ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ। ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଆସିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।