Major Breakthrough in Robbery Case: ଲୁଟେରାଙ୍କ ଠାରୁ ସୁନା ଅଳଙ୍କାର ସହ ଅସ୍ତ୍ରଶସ୍ତ୍ର ଜବତ, ଗ୍ୟାଙ୍ଗ ମୁଖିଆ ଅରୁଣ ଗିରଫ
ଭୁବନେଶ୍ୱର ଉପକଣ୍ଠ ପାହାଳ ଥାନା ପୋଲିସ କବଜାରେ ଛିନତାଇ ଗ୍ୟାଙ୍ଗ। ପାହାଳ ଅଞ୍ଚଳରୁ ମାଷ୍ଟର ମାଇଣ୍ଡ ଅରୁଣ ସମେତ ୪ ଜଣକୁ ଗିରଫ କଲା ପୋଲିସ। ଗ୍ୟାଙ୍ଗ ନିକଟରୁ ସୁନା ଚେନ, ମୁଦି, ବାଇକ, କଟୁରୀ ଜବତ ହୋଇଛି। ଗ୍ୟାଙ୍ଗ ମୁଖିଆ ଅରୁଣ ଛିନତାଇ ପୂର୍ବରୁ ବୋମା ଭିଡୁଥିଲା। ହାତ ଖଣ୍ଡିଆ ହେବା ପରେ ଗ୍ୟାଙ୍ଗ ଗଢି ସୁନା ଚେନ ଝାମ୍ପୁଥିଲା।
ଖାସ କରି ମହିଳାଙ୍କୁ ସକାଳ ସମୟରେ ଟାର୍ଗେଟ କରୁଥିଲେ। ଝାମ୍ପୁଥିଲେ ଆଜି ପାହାଳ ଅଞ୍ଚଳର ଜଣେ ବରିଷ୍ଠ ନାଗରିକଙ୍କୁ । ସୁନା ମୁଦି ଫେରାଇଛି ପୋଲିସ। ପୋଲିସ କମିଶନର ନିଜେ ଲୁଟର ଶିକାର ହୋଇଥିବା ଲୋକଙ୍କୁ ପିନ୍ଧାଇଥିଲେ ସୁନା ମୁଦି ।
କମିଶନରେଟ ପୋଲିସ ହାତରେ ଛିନତାଇ ଗ୍ୟାଙ୍ଗ
ମାଷ୍ଟରମାଇଣ୍ଡ ଅରୁଣ ସାହୁ ସମେତ ୪ ଗିରଫ
ସକାଳ ସମୟରେ ମହିଳାଙ୍କୁ କରୁଥିଲେ ଟାର୍ଗେଟ
ଲୁଟେରାଙ୍କ ଠାରୁ ସୁନା ଅଳଙ୍କାର ସହ ଅସ୍ତ୍ରଶସ୍ତ୍ର ଜବତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।