Heavy Rainfall in Odisha: ବାତ୍ୟା ଅର୍ଣ୍ଣବର ତାଣ୍ଡବ, ଗଜପତିରେ ରାସ୍ତା ଉପରେ ଉପୁଡ଼ିଲା ଗଛ

Oct 28, 2026 - 12:35
Heavy Rainfall in Odisha: ବାତ୍ୟା ଅର୍ଣ୍ଣବର ତାଣ୍ଡବ, ଗଜପତିରେ ରାସ୍ତା ଉପରେ ଉପୁଡ଼ିଲା ଗଛ

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଜୋର୍ ରେ ବହୁଛି ପବନ।

ଫଳରେ ମୋହନାରୁ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି।

Advertisment ସ୍ଥିତି ଅନୁଧ୍ୟାନ ପାଇଁ ଯାଉଥିବା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ବିଡିଓ ଓ ତହସିଲଦାର ପିଣ୍ଡିକି ଗାଁ ନିକଟରେ ଫସି ରହିଥିଲେ।

ପରେ ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟି ହଟାଇବା ପରେ ସ୍ୱାଭାବିକ ହୋଇଥିଲା ଯାତାୟାତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।