Heavy Rains Cause Bridge Side Wall to Collapse: ଲଗାଣ ବର୍ଷାରେ ଧସିଲା ବ୍ରିଜ୍ ସାଇଡ୍ ୱାଲ୍, ଗତ ବର୍ଷ ବି ଧସିଥିଲା

Aug 26, 2026 - 20:27
Heavy Rains Cause Bridge Side Wall to Collapse: ଲଗାଣ ବର୍ଷାରେ ଧସିଲା ବ୍ରିଜ୍ ସାଇଡ୍ ୱାଲ୍, ଗତ ବର୍ଷ ବି ଧସିଥିଲା

ଲଗାଣ ବର୍ଷାରେ ଧସିଲା ବ୍ରିଜ୍ ସାଇଡ୍ ୱାଲ୍। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ବଂଶାଜାଲ ପଞ୍ଚାୟତ ମୁଗପାଲ ବ୍ରିଜର ସାଇଡ ୱାଲ କ୍ଷତିଗ୍ରସ୍ତ ହୋଇଛି । ପୂର୍ବ ବର୍ଷ ମଧ୍ୟ ବର୍ଷାରେ ସାଇଡ ୱାଲ ଧସି ଖାଲ ସୃଷ୍ଟି ହୋଇଥିଲା। କାଠ ଠେକା ଦେଇ ସାଇଡ ଓ୍ୱାଲକୁ ମରାମତି କରାଯାଇଥିଲା। ଚଳିତ ବର୍ଷ ପୁଣି ଏହା ଧସି ଯାଇଛି। ଫଳରେ ବିପଦପୂର୍ଣ୍ଣ ଅବସ୍ଥାରେ ଏହା ଉପରେ ଭାରି ଯାନ ଯାତାୟତ କରୁଛି।

ପୋଲର ସ୍ଥାୟୀ ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସେପଟେ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଲଗାଣ ବର୍ଷାରେ ଧସିଲା ବ୍ରିଜ୍ ସାଇଡ୍ ୱାଲ୍
ରେଢ଼ାଖୋଲ ବ୍ଲକ୍ ବଂଶାଜାଲ ପଞ୍ଚାୟତ ମୁଗପାଲ ବ୍ରିଜ କ୍ଷତିଗ୍ରସ୍ତ
ପୋଲର ସ୍ଥାୟୀ ମରାମତି ପାଇଁ ସ୍ଥାନୀୟ ଲୋକଙ୍କ ଦାବି

 ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି କହିଛି ପ୍ରଶାସନ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।