Helmet checking: ‘ହେଲମେଟ ବାଣ୍ଟି ଅମାନିଆଙ୍କୁ ବିପଦ ପ୍ରତି ସାବଧାନ କଲା ପୁଲିସ’

Oct 09, 2026 - 16:20
Helmet checking: ‘ହେଲମେଟ ବାଣ୍ଟି ଅମାନିଆଙ୍କୁ ବିପଦ ପ୍ରତି ସାବଧାନ କଲା ପୁଲିସ’

"କାଶୀନଗର (ଆନନ୍ଦ ପାତ୍ର): ରାସ୍ତାରେ ବାଇକ୍‌ ଚଳାଇଲା ବେଳେ ହେଲମେଟ୍‌ ପିନ୍ଧି ନାହାନ୍ତି କି?

ଚିନ୍ତା କରନ୍ତୁ ନାହିଁ...।

ରାସ୍ତାରେ ଚାଳକମାନଙ୍କର ସୁରକ୍ଷା ପାଇଁ ପୁଲିସ ଏବଂ ପରିବହନ ବିଭାଗ ପକ୍ଷରୁ ଚେକିଂ ଜୋରଦାର କରାଯାଉଛି।

ଯାନବାହନ ଚାଳକଙ୍କୁ ସଡ଼କ ସୁରକ୍ଷା ସଂପର୍କରେ ସଚେତନ କରାଯାଉଛି।

ଯେଉଁ ଚାଳକମାନେ ହେଲ୍‌ମେଟ୍‌ ପିନ୍ଧି ନଥିବେ ସେମାନଙ୍କ ଠାରୁ ଜରିମାନା ଆଦାୟ ବଦଳରେ, ସେମାନଙ୍କୁ ହେଲମେଟ୍‌ ପ୍ରଦାନ କରାଯାଉଛି।

ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରେ ଆଜି ଏଭଳି ଦୃଶ୍ୟ ଦେଖାଯାଇଛି, ଯାହାକୁ ସାଧାରଣରେ ପ୍ରଶଂସା କରାଯାଉଛି।

Advertisment ଗଜପତି ଜିଲ୍ଲା କାଶୀନଗର ଏସ୍‌ବିଆଇ ଛକ ନିକଟରେ ଆରକ୍ଷୀ ଅଧ୍ୟକ୍ଷ ପ୍ରହଲ୍ଲାଦ ସାହାଇ ମିନାଙ୍କ ନିର୍ଦ୍ଦେଶକ୍ରମେ ପରିବହନ ବିଭାଗ ଆନୁକୂଲ୍ୟରେ ହେଲମେଟ ଚେକିଂ ହୋଇଥିଲା, ଯେଉଁମାନେ ହେଲମେଟ୍‌ ପିନ୍ଧି ନଥିଲେ, ସେମାନଙ୍କୁ ହେଲମେଟ ପ୍ରଦାନ କରାଯାଇଥିଲା।

ଏଥି ସହିତ ସଚେତନ କରାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ଜୁନିଅର ମୋଟର ଭେଇକିଲ ଇନ୍ସପେକ୍ଟର ସର୍ବେଶ୍ୱର ଛୋଟରାୟ ଓ କାଶୀନଗର ଥାନା ଏସ.ଆଇ ଅଭିନାଶ ସାହୁଙ୍କ ଉପସ୍ଥିତିରେ ମୋଟର ଚାଳକମାନଙ୍କୁ ହେଲମେଟ ପ୍ରଦାନ କରିବା ସହ ଏହାର ବ୍ୟବହାର କରିବା ଦ୍ୱାରା କିପରି ଉପକାରିତା ପାଇ ପାରିବେ ସେ ସମ୍ପର୍କରେ ବୁଝେଇ ଥିଲେ।

ହେଲମେଟ ପିନ୍ଧିବା ଦ୍ୱାରା ଦୁର୍ଘଟଣାରୁ ଆମେ ରକ୍ଷା ପାଇପାରିବା ବୋଲି ଥାନା ଏସ.ଆଇ ଶ୍ରୀ ସାହୁ ଗାଡି ଚାଳକମାନଙ୍କୁ ବୁଝାଇଥିଲେ।  "ଏଆଇ" ନିର୍ମିତ ହେଲମେଟ୍‌ ଦେବ ଅଧିକ ସୁରକ୍ଷା ଏହି କାର୍ଯ୍ୟକ୍ରମ ପରିବହନ ବିଭାଗ, ଗଜପତି ଓ କାଶୀନଗର ଥାନାର ମିଳିତ ସହାଭାଗିତାରେ ଆୟୋଜନ ହୋଇଥିଲା।

ପରିବହନ ଅଧିକାରୀ ତପନ କୁମାର ବେଟିଙ୍କ ପ୍ରତ୍ୟକ୍ଷ ନେତୃତ୍ବ ନେଇଥିଲେ।

କାଶୀନଗର ମଧ୍ୟରେ ଥିବା ଛକ ସ୍ଥାନରେ ହେଲମେଟ ଚେକିଂ କରାଯିବ ବୋଲି ମଧ୍ୟ ଜୁନିଅର ମୋଟର ଭେଇକେଲ ଇନ୍ସପେକ୍ଟର ଶ୍ରୀ ଛୋଟରାୟ ସୂଚନା ଦେଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।