Ukrainian President : ୟୁକ୍ରେନ୍‌ରେ ରୁଷ୍‌ ତାଣ୍ଡବ ରଚିଲା; ଦୁଇ ଦିନରେ ୭୮ ମୃତ

Oct 09, 2026 - 16:41
Ukrainian President : ୟୁକ୍ରେନ୍‌ରେ ରୁଷ୍‌ ତାଣ୍ଡବ ରଚିଲା; ଦୁଇ ଦିନରେ ୭୮ ମୃତ

"କିବ୍‌: ରୁଷ୍‌ ଆକ୍ରମଣ ବିରୋଧରେ କିବ୍‌କୁ ସାହାଯ୍ୟ କରିବାକୁ ଆମେରିକା ଇଚ୍ଛୁକ ନଥିବା ଗୁରୁବାର ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲ୍‌ଡିମିର୍‌ ଜେଲେନସ୍କି ଅଭିଯୋଗ କରିଛନ୍ତି।

ରୁଷ୍‌ ଲଗାତାର ଦୁଇଦିନ ହେଲା ୟୁକ୍ରେନ୍‌ ଉପରେ ଭୀଷଣ ଆକ୍ରମଣ ଜାରି ରଖିଛି।

ପୂର୍ବାଞ୍ଚଳ ସହର କ୍ରାମଟୋର୍ସ୍କ ଦୁଇ ଦିନ ଧରି ୟୁକ୍ରେନରେ ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୭୮କୁ ବୃଦ୍ଧି ପାଇଛି।

ଉତ୍ତର ୟୁକ୍ରେନ୍‌ରେ ଥିବା ସହର ପ୍ରିଲୁକିରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତାବେଳେ ଜେଲେନସ୍କି କହିଛନ୍ତି, ରୁଷ୍‌ର ଭୀଷଣ ଆକ୍ରମଣ ଯୋଗୁ ସାରା ଦେଶରେ ଗତ ଦୁଇଦିନରେ ୭୮ ଜଣ ଲୋକଙ୍କ ମୃତ୍ୟୁ ଓ ୨୧୫ ଜଣ ଆହତ ହୋଇଛନ୍ତି।

କିବ୍‌ଠାରୁ ପ୍ରାୟ ୧୩୦ କିଲୋମିଟର ପୂର୍ବରେ ଥିବା ପ୍ରିଲୁକିରେ ରୁଷ୍‌ର ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣରେ ଏକ ଆବାସିକ କୋଠାରେ ୨୨ ଜଣଙ୍କ ସମେତ ଅନେକ ଲୋକଙ୍କ ମୃତ୍ୟୁୁ ହୋଇଛି।Advertisment ଯୁଦ୍ଧର ଅନ୍ତ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଦାବି ଜେଲେନସ୍କି ୱାସିଂଟନକୁ ମସ୍କୋ ସହିତ ସମ୍ଭାବ୍ୟ ଆର୍ଥିକ ସମ୍ପର୍କ ସ୍ଥାପନ କରିବା ପାଇଁ ସମାଲୋଚନା କରିଛନ୍ତି।

ଚାରି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଦିଗରେ କାର୍ଯ୍ୟ କରିବାକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଦାବି କରିଥିଲେ।

ସେ ଷ୍ଟାରଲିଙ୍କ ସାଟେଲାଇଟ୍ ନେଟୱାର୍କକୁ ୟୁକ୍ରେନ୍‌ର ପ୍ରବେଶ ବିସ୍ତାର କରିବାକୁ ଅନୁରୋଧ କରିଥିଲେ ଯାହାଦ୍ୱାରା ଏହାର ସୈନ୍ୟବାହିନୀ ରୁଷ୍‌ର ବାଲିଷ୍ଟିକ୍-କ୍ଷେପଣାସ୍ତ୍ର ଲଞ୍ଚରକୁ ଟାର୍ଗେଟ କରିବାରେ ଓ ବାୟୁ ପ୍ରତିରକ୍ଷାକୁ ସୁଦୃଢ଼ ​​କରିବାରେ ସାହାଯ୍ୟ ପାଇପାରିବେ।

ଭାରତୀୟ କ୍ରିକେଟ୍‌ରେ ଆହତ ଚିନ୍ତା: ବର୍ଷକ ମଧ୍ୟରେ ୩୨ଜଣ ଆହତ ଖେଳାଳିଙ୍କ ହୋଇଛି ଚିକିତ୍ସା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।