High Court: ନିର୍ବାଚନୀ ଚିହ୍ନ ବଣ୍ଟନକୁ ନେଇ ନିର୍ବାଚନ ଆୟୋଗଙ୍କୁ କୋଲକାତା ହାଇକୋର୍ଟଙ୍କ ତୀବ୍ର ଭର୍ତ୍ସନା

Sep 25, 2026 - 13:33
High Court: ନିର୍ବାଚନୀ ଚିହ୍ନ ବଣ୍ଟନକୁ ନେଇ ନିର୍ବାଚନ ଆୟୋଗଙ୍କୁ କୋଲକାତା ହାଇକୋର୍ଟଙ୍କ ତୀବ୍ର ଭର୍ତ୍ସନା

"କୋଲକାତା: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନ ପାଇଁ ଚିହ୍ନ ବଣ୍ଟନକୁ ନେଇ ନିର୍ବାଚନ ଆୟୋଗଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି କୋଲକାତା ହାଇକୋର୍ଟ।

ଇଣ୍ଡିଆନ୍ ସେକ୍ୟୁଲାର ଫ୍ରଣ୍ଟ (ଆଇଏସ୍‌ଏଫ୍) ୨୦୨୬ ବିଧାନସଭା ନିର୍ବାଚନରେ ବ୍ୟବହାର କରିଥିବା "ଏନ୍‌ଭେଲପ୍‌" ଚିହ୍ନକୁ ଅକ୍ଟୋବର ୬ରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସକୁ ଦିଆଯାଇଥିବାରୁ ଏହି ମାମଲା ହାଇକୋର୍ଟରେ ପହଞ୍ଚିଛି।Advertisment ନିରପେକ୍ଷ କାମ କରିବା ଉଚିତ: କୃଷ୍ଣ ରାଓ ବିଚାରପତି କୃଷ୍ଣ ରାଓ ନିର୍ବାଚନ କମିଶନଙ୍କୁ କହିଥିଲେ ଯେ, କର୍ତ୍ତୃପକ୍ଷଙ୍କୁ ନିରପେକ୍ଷ ଓ ନ୍ୟାୟସଙ୍ଗତ ଭାବେ କାମ କରିବା ଉଚିତ।

ନିର୍ବାଚନ ଆରମ୍ଭ ହେବା ପରେ ବିବାଦ ସୃଷ୍ଟି ହେଉଥିବାରୁ ଦଳଗୁଡ଼ିକୁ ଅଦାଲତର ଦ୍ୱାରସ୍ଥ ହେବାକୁ ପଡ଼ୁଛି ଓ ଏହା ଅଦାଲତ ଉପରେ ଅତିରିକ୍ତ ଚାପ ସୃଷ୍ଟି କରୁଛି ବୋଲି ସେ ମତ ଦେଇଥିଲେ।ଆଇଏସ୍‌ଏଫ୍‌ର ପକ୍ଷରୁ ହାଇକୋର୍ଟରେ ଆବେଦନ କରି "ଏନ୍‌ଭେଲପ୍‌" ଚିହ୍ନକୁ ଅନ୍ୟ କୌଣସି ଦଳକୁ ଦିଆ ନଯିବା ପାଇଁ ନିର୍ଦ୍ଦେଶ ଲୋଡ଼ାଯାଇଛି।

ଦଳର କହିବା ଅନୁସାରେ, ବିଧାନସଭା ନିର୍ବାଚନରେ ଯେଉଁ ଚିହ୍ନରେ ପ୍ରାର୍ଥୀମାନେ ଲଢ଼ିଥିଲେ, ସେହି ଚିହ୍ନ ଉପନିର୍ବାଚନରେ ଅନ୍ୟ କାହାକୁ ପ୍ରଦାନ କରାଗଲେ ଭୋଟରମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇପାରେ।

ଏହାପରେ ଆୟୋଗ ଆଇଏସ୍‌ଏଫ୍‌କୁ "ଆଲମିରା" ଚିହ୍ନ ଦେଇଛନ୍ତି।

କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ, ଆଇଏସ୍‌ଏଫ୍‌ ଏକ ପଞ୍ଜୀକୃତ କିନ୍ତୁ ଅସ୍ୱୀକୃତ ରାଜନୈତିକ ଦଳ।

ଏଭଳି ଦଳଗୁଡ଼ିକ ପାଇଁ ସ୍ଥାୟୀ ଭାବେ ସଂରକ୍ଷିତ ଚିହ୍ନ ନଥାଏ।

ଆଇଏସ୍‌ଏଫ୍‌କୁ ପୂର୍ବରୁ ଦୁଇଥର "ଏନ୍‌ଭେଲପ୍‌" ଚିହ୍ନ ଦିଆଯାଇଥିଲା ବୋଲି କମିଶନଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା।

ଅନ୍ୟପକ୍ଷରେ, ଆଇଏସ୍‌ଏଫ୍‌ର ଆଇନଜୀବୀ କହିଥିଲେ ଯେ ଉପନିର୍ବାଚନ ପାଇଁ ନୂଆ କରି ଚିହ୍ନ ଆବଣ୍ଟନ ନିମନ୍ତେ ଫର୍ମ ୧୦ବି ଦାଖଲ କରିବାକୁ କମିଶନଙ୍କ ପକ୍ଷରୁ କୌଣସି ନୂଆ ବିଜ୍ଞପ୍ତି ଜାରି ହୋଇନଥିଲା।

Sonam Wangchuk: ମୋତେ ଏନକାଉଣ୍ଟର କରାଯାଇପାରେ: ସୋନମ୍ ୱାଙ୍ଗଚୁକ୍ ବିଚାରପତି ରାଓ ପ୍ରଶ୍ନ କରିଥିଲେ, ଯଦି ମାତ୍ର ଚାରି ମାସ ପୂର୍ବେ ଏହି ଚିହ୍ନ ଗୋଟିଏ ଦଳ ବ୍ୟବହାର କରିଥିଲା, ତେବେ ଉପନିର୍ବାଚନ ପାଇଁ ଅନ୍ୟ ୧୮୩ଟି ଚିହ୍ନ ମଧ୍ୟରୁ ଅନ୍ୟ କୌଣସି ଚିହ୍ନ କାହିଁକି ବଛାଗଲା ନାହିଁ।

ମାମଲାର ପରବର୍ତ୍ତୀ ଶୁଣାଣି ଶୁକ୍ରବାର ହେବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।