Child Rescued: ମା’ଙ୍କଠାରୁ ଶିଶୁକୁ ଛଡ଼ାଇ ନେଇ ଫେରାର: ୨୮୦ କିମି ପିଛା କରି ନାଗପୁରରୁ ଧରିଲା ପୁଲିସ
"ରାୟପୁର: ମା"ଙ୍କଠାରୁ ଶିଶୁକୁ ଛଡ଼ାଇ ନେଇ ଫେରାର ହୋଇଥିବା ଅଭିଯୁକ୍ତକୁ ପ୍ରାୟ ୨୮୦ କିଲୋମିଟର ପିଛା କରି ନାଗପୁରରୁ ଧରିଛି ରାୟପୁର ପୁଲିସ।
ଅପହୃତ ଶିଶୁକୁ ମଧ୍ୟ ପୁଲିସ ସୁରକ୍ଷିତ ଭାବେ ଉଦ୍ଧାର କରି ତା"ର ମାତାପିତାଙ୍କୁ ହସ୍ତାନ୍ତର କରିଛି।
ଅଭିଯୁକ୍ତ ପବନ ସାହୁଙ୍କୁ ଗିରଫ କରି ଜେଲ୍ ପଠାଯାଇଛି।ସୂଚନା ଅନୁସାରେ, ସେପ୍ଟେମ୍ବର ୨୨ ତାରିଖ ଦିନ ପ୍ରାୟ ୨ଟା ସମୟରେ ରାୟପୁରର ଗୁଢ଼ିୟାରୀ ଅଞ୍ଚଳରେ ଘଟଣାଟି ଘଟିଥିଲା।
ଅଭିଯୁକ୍ତ ପବନ ଶିଶୁର ଘରେ ପ୍ରବେଶ କରି ତା"ର ମା"ଙ୍କ ସହ ଝଗଡ଼ା କରିଥିଲା।
ପରେ ମହିଳାଙ୍କଠାରୁ ଶିଶୁକୁ ଛଡ଼ାଇ ନେଇ ସେ ଏକ ରୟାଲ୍ ଏନ୍ଫିଲ୍ଡ ମୋଟରସାଇକେଲରେ ଫେରାର ହୋଇଯାଇଥିଲା।Advertisment ରାସ୍ତାର ବିଭିନ୍ନ ସ୍ଥାନରେ ଯାଞ୍ଚ ଓ ନାକାବନ୍ଦୀ ଘଟଣା ସମ୍ପର୍କରେ ଶିଶୁର ମାତାପିତା ଅପରାହ୍ନ ପ୍ରାୟ ୪ଟା ୧୫ରେ ପୁଲିସରେ ଅଭିଯୋଗ କରିଥିଲେ।
ଏହା ପରେ ପୁଲିସ ୩ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା।
ଘଟଣାସ୍ଥଳ ଓ ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତଙ୍କ ଗତିବିଧି ସମ୍ପର୍କରେ ପୁଲିସ ସୂଚନା ପାଇଥିଲା।
ପୁଲିସ ଏ ସମ୍ପର୍କରେ ନାଗପୁର ପୁଲିସକୁ ସୂଚନା ଦେବା ସହ ରାସ୍ତାର ବିଭିନ୍ନ ସ୍ଥାନରେ ଯାଞ୍ଚ ଓ ନାକାବନ୍ଦୀ କରିଥିଲା।
ପ୍ରାୟ ୯ ଘଣ୍ଟା ଧରି ଚାଲିଥିବା ଅଭିଯାନ ପରେ ରାତି ପ୍ରାୟ ୧୧ଟା ସମୟରେ ନାଗପୁରର ଉମରେଡ଼ ଅଞ୍ଚଳରୁ ପୁଲିସ ପବନ ସାହୁଙ୍କୁ ଧରିଥିଲା।
ତାଙ୍କ ନିକଟରୁ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ପରେ ଶିଶୁକୁ ମାତାପିତାଙ୍କୁ ହସ୍ତାନ୍ତର କରାଯାଇଥିଲା।
Sonam Wangchuk: ମୋତେ ଏନକାଉଣ୍ଟର କରାଯାଇପାରେ: ସୋନମ୍ ୱାଙ୍ଗଚୁକ୍ ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତ ପୂର୍ବରୁ ଶିଶୁର ମା"ଙ୍କୁ ଜାଣିଥିଲା।
ଅଗଷ୍ଟ ମାସରେ ମହିଳା ଜଣକ ତାଙ୍କ ସହ ନାଗପୁର ଯାଇଥିଲେ।
ସେତେବେଳେ ପୁଲିସ ହସ୍ତକ୍ଷେପ କରି ତାଙ୍କୁ ରାୟପୁର ଫେରାଇ ଆଣିଥିଲା।
ସେ ସମୟରେ ମହିଳା ନିଜ ଇଚ୍ଛାରେ ନାଗପୁର ଯାଇଥିବା କହିଥିବାରୁ କୌଣସି ମାମଲା ରୁଜୁ ହୋଇନଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।