Hijack Alert: ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ବିମାନରେ ଅପହରଣ ଆଲର୍ଟ: ଜୟପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ
"ଜୟପୁର: ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ଅନ୍ତର୍ଜାତୀୟ ବିମାନ ଅପହରଣ ସତର୍କତା ଜାରି ହେବା ପରେ ଜୟପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି।
ବିମାନ ଅପହରଣ ଆଲର୍ଟ ପରେ ଏୟାର ଇଣ୍ଡିଆର ବିମାନ ଏଆଇ-୨୦୩୦ ଜରୁରୀକାଳୀନ ଅବତରଣ କରିଥିଲା।
ଅହମ୍ମଦାବାଦ ଏଟିସି ବିମାନ ସମ୍ପର୍କରେ ଏକ ସତର୍କ ସୂଚନା ପାଇଥିଲା।Advertisment ପାଇଲଟ୍ କିଛି ସେକେଣ୍ଡ ପାଇଁ ସ୍କ୍ବାକ୍-୭୫୦୦ ଘୋଷଣା କରିଥିଲେ।
ଏହା ତୁରନ୍ତ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଇ ଦେଇଥିଲା।
ବିମାନଟି ଜୟପୁର ବିମାନବନ୍ଦରରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଥିଲା।
ପୂର୍ବାହ୍ନ ୯ଟା ୪୫ରେ ବିମାନଟିକୁ ଆଇସୋଲେସନ ବେ"କୁ ଅଣାଯାଇଥିଲା।
ସେଠାରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ, ସ୍ଥାନୀୟ ପୁଲିସ ଏବଂ ବୋମା ଚିହ୍ନଟ ଏବଂ ନିଷ୍କ୍ରିୟକାରୀ ଦଳର କର୍ମଚାରୀମାନେ ବିମାନ ଏବଂ ଯାତ୍ରୀମାନଙ୍କ ଲଗେଜ ଯାଞ୍ଚ୍ ଆରମ୍ଭ କରିଥିଲେ।
ଆଇସୋଲେସନ ବେ"ରେ ବିମାନ ପ୍ରାଥମିକ ସୂଚନା ଅନୁଯାୟୀ,ବିମାନଟି ଭାରତୀୟ ବାୟୁ ମାର୍ଗ ନିକଟକୁ ଆସୁଥିବା ସମୟରେ ସତର୍କ ସୂଚନା ଦିଆଯାଇଥିଲା।
ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସୂଚିତ କରାଯାଇଥିଲା।
ଏହା ପରେ ବିମାନକୁ ଜୟପୁର ଅଭିମୁଖେ ସ୍ଥାନାନ୍ତର କରାଯାଇଥିଲା।
ପ୍ରାଥମିକ ସୂଚନା ଅନୁଯାୟୀ, ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା ଏବଂ ବିମାନକୁ ବିମାନବନ୍ଦର ଟର୍ମିନାଲର ଏକ ନିର୍ଦ୍ଦିଷ୍ଟ ହୋଲ୍ଡିଂ ଏରିଆକୁ ନିଆଯାଇଥିଲା।
ଅଜିଙ୍କ୍ୟ କହିଲେ ଏକଛତ୍ରବାଦୀ ସରକାରଙ୍କ ମନମୁଖୀ ଶାସନ ଚାଲିଛି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।